Posted inଖେଳ

ରେସ୍ତୋରାରେ  ବାସନ ମାଜୁଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକଧାରୀ

ନୂଆଦିଲ୍ଲୀ,୨୯।୬- ସକାଳେ ଖବରକାଗଜ ବିକନ୍ତି। ଅପରାହ୍ନରେ ଦିଲ୍ଲୀର ସଦର ବଜାରଠାରେ ନକଲି ଗହଣା କିଣିବା ଲାଗି ଗରାଖକୁ ମନାନ୍ତି। ଏକଦା ସେ ଆମେରିକାରେ ଏକ ଭାରତୀୟ ରେସ୍ତୋରାରେ ଦୈନିକ ୧୦ରୁ ୧୨ ଘଣ୍ଟା ବାସନ ମାଜୁଥିଲେ। କାଲିଫର୍ନିଆର ସାନ୍‌ଜୋସଠାରେ ଫିଗର ସ୍କେଟିଂ କୋର୍ସ କରିବା ଲାଗି ସେ ଅର୍ଥ ଯୋଗାଡ଼ କରୁଥିଲେ। ଏହା ହେଉଛି ଦେଶର ଏକମାତ୍ର ସ୍ବର୍ଣ୍ଣପଦକ ହାସଲକାରୀ ଆଇସ ସ୍କେଟର ରାଜକୁମାର ତିଓ୍ବାରୀଙ୍କ ଜୀବନ। ସେ ଦକ୍ଷିଣ କୋରିଆର ୨୦୧୩ ସ୍ପେଶାଲ ଅଲିମ୍ପିକ୍ସ ବିଶ୍ୱ ଓ୍ବିଣ୍ଟର ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ଗେମ୍ସ ହେଉଛି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ କ୍ରୀଡ଼ାଭିତ୍ତିକ ଇଭେଣ୍ଟ, ଯେଉଁଥିରେ ଭିନ୍ନକ୍ଷମ ଆଥ୍‌ଲେଟ ଅଂଶଗ୍ରହଣ କରନ୍ତି। ୨୦୧୪ଠାରୁ ଖବରକାଗଜ ଭେଣ୍ଡରଙ୍କ ପୁଅ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସାଧାରଣ ବର୍ଗରେ ଅଂଶଗ୍ରହଣ କରୁଛନ୍ତି। ରାଜକୁମାର ଅର୍ଥ ଅଭାବରୁ ଏବେ ସୁଦ୍ଧା ଦୁଇଟି ଗୁରୁତ୍ୱପୂର୍ଣ୍ଣ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ଇୟର କପ (ଅଷ୍ଟ୍ରିଆ) ଓ ବସଫୋରୁଷ (ତୁର୍କୀ) ଇଭେଣ୍ଟରେ ଅଂଶଗ୍ରହଣ କରିପାରି ନାହାନ୍ତି। ସେ ଚାଇନା, କାନାଡା, କ୍ରୋଏସିଆ, ଜର୍ମାନୀ ଓ ଆମେରିକାରେ ହେବାକୁ ଥିବା ୫ ଚାମ୍ପିୟନଶିପ୍‌ରେ ସମ୍ଭବତଃ ଭାଗନେଇ ପାରିବେ ନାହିଁ। ଏହି ଟୁର୍ନାମେଣ୍ଟଗୁଡ଼ିକରେ ଖେଳିବା ଲାଗି ତାଙ୍କୁ ଅତିକମ୍‌ରେ ୧୬ରୁ ୧୮ ଲକ୍ଷ ଟଙ୍କା ଦରକାର। ଏହି ଇଭେଣ୍ଟଗୁଡ଼ିକ ରାଜକୁମାରଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ନ ହେଲେ ଆଗାମୀ ବର୍ଷ କାନାଡର ମଣ୍ଟ୍ରିଲଠାରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ଲାଗି ସେ ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ। କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ସହାୟତା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ତାଙ୍କୁ ନିଶ୍ଚିତ ଦେଖାକରି ତାଙ୍କ ଆର୍ଥିକ ସମସ୍ୟା ଦୂରକରିବି। ତାଙ୍କର ଯାହା ଦରକାର ମନ୍ତ୍ରଣାଳୟ ପକ୍ଷରୁ ସାହାଯ୍ୟ କରାଯିବ। ରାଜକୁମାର ପ୍ରତ୍ୟେକ ଦିନ ଦିଲ୍ଲୀରୁ ଗୁରୁଗ୍ରାମ ଅଭ୍ୟାସ କରିବାକୁ ଯାଆନ୍ତି। ଏକ ମଲ୍‌ରେ ସ୍କେଟିଂ ରୁଟିନ ଅଭ୍ୟାସ କରିବା ଲାଗି ଅର୍ଥ ଅଭାବ ସାଜୁଛି। ବେଳେବେଳେ ଟଙ୍କା ଅଭାବରୁ ମୁଁ ଅଭ୍ୟାସ କରିପାରେ ନାହିଁ। ମୋତେ ତୁରନ୍ତ ସରକାରଙ୍କ ସାହାଯ୍ୟ ଦରକାର। ମୋ ସାନଭାଇ ମଞ୍ଜେସ ପାଇଁ ଚିନ୍ତିତ। ସେ ଜୁନିୟର ବର୍ଗରେ ଜଣେ ଚମତ୍କାର ସ୍କେଟର। ତାଙ୍କୁ ୫ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବା ଲାଗି ନିମନ୍ତ୍ରଣ ମଧ୍ୟ ମିଳିଛି। ସେ ନିକଟରେ ମେଲ୍‌ବୋର୍ନଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ ବୋଲି ରାଜକୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?