ରେଳଷ୍ଟେଶନ ପରିସରରୁ ଜବରଦଖଲ ଉଚ୍ଛେଦ

ବେତନଟୀ,୧୦ା୧୨(ଡି.ଏନ୍‌.ଏ.)- ବେତନଟୀ ରେଳଷ୍ଟେଶନ ପରିସରରେ ଦୀର୍ଘ ବର୍ଷ ଧରି ଦୋକାନ ବଜାର ଓ ଡ଼େଲି ପରିବା ମାର୍କେଟ ଗଢି ଉଠିଥିବାବେଳେ ସୋମବାର ଏହାକୁ ଉଚ୍ଛେଦ କରାଯାଇଛି। ରେଳ ବିଭାଗ ବାଲେଶ୍ୱର କାର୍ଯ୍ୟାଳୟର ସହକାରୀ ଡିଭିଜନାଲ ଇଞ୍ଜିନିୟରଙ୍କ ପକ୍ଷରୁ ଜବରଦଖଲକାରୀଙ୍କୁ ଗତ ନଭେମ୍ବର ୭ ତାରିଖରେ ନୋଟିସ ଦିଆଯାଇଥିଲା। ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଜବରଦଖଲ ଅଞ୍ଚଳ ଖାଲି କରିବା ପାଇଁ ନିର୍ଦ୍ଦେଶ ଥିଲା। ତେବେ ଉଚ୍ଛେଦ ନ କରିବା ପାଇଁ ଜବରଦଖଲ କରିଥିବା ଦୋକାନୀ ଓ ବ୍ୟବସାୟୀମାନଙ୍କ ପକ୍ଷରୁ ବେତନଟୀ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗରେ ବିଭାଗୀୟ ଉଚ୍ଚ କର୍ମକର୍ତ୍ତାଙ୍କୁ ନିବେଦନ କରାଯାଇଥିଲା। ମାତ୍ର ସୋମବାର ବିଭାଗୀୟ ଉଚ୍ଚ କର୍ମକର୍ତ୍ତାଙ୍କ ନିର୍ଦ୍ଦେଶରେ ରେଳ ବିଭାଗର ଆରପିଏଫ ପୋଲିସ ଫୋର୍ସ, ବେତନଟୀ ବିଡିଓ, ତହସିଲଦାର ଓ ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ସପ୍ତାହେ ବର୍ଷା ନାହିଁ, ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର,୮ା୭(ବ୍ୟୁରୋ)-ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗୀନ ହେବାରେ ଲାଗିଛି । କେଉଁଠି ଅସରାଏ ଦି ଅସରା ବର୍ଷା ହେଉଛି ତ ଅନ୍ୟ କେଉଁଠି ଟାଁଏ...

ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର: ପୋଲିସ ହାତରେ ଲାଗିଲା ଠୋସ୍‌ ପ୍ରମାଣ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି।...

ଭୁବନେଶ୍ୱରରୁ ଆଉ ୬୪ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୨।୭(ବ୍ୟୁରୋ)-ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୮...

ଝିଅ ବାହାଘର ପରେ କର୍ମଚାରୀଙ୍କୁ ଦେଲେ ୨ଲକ୍ଷ ଟଙ୍କାର ଉପହାର

ଅମରପାଲି,୧୯ା୧୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ମୁର୍ଷୁଣ୍ଢି ଗ୍ରାମର ବିଶିଷ୍ଟ ବ୍ୟବସାୟୀ କୁଶ କୁମାର ସାହୁଙ୍କ ଝିଅ ଶତାଦ୍ଦୀର ବାହାଘର ସରିଛି। ବାହାଘର ପରେ...

ପଶ୍ଚିମ ପାର୍ଶ୍ୱରେ ମାପଚୁପକୁ ବିରୋଧ:ଅଧାରେ ଅଟକିଲା ସର୍ଭେ

ପୁରୀ ଅଫିସ, ୨୦-୯:ଶ୍ରୀମନ୍ଦିର ଚୌହଦି ଉଚ୍ଛେଦର ମାପଚୁପ ଚାଲିଛି। ସୋମବାରଠାରୁ ଡିଜିପିଏସ୍‌ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପଦ୍ଧତିରେ ସର୍ଭେ କରାଯାଉଛି। ଏହି କାର୍ଯ୍ୟ ଆଉ...

ନାବାଳିକାଙ୍କୁ କାମ ଦେବାକୁ କହି ୬୦ ହଜାରରେ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧୪ା୫: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ କରୁଣ କାହାଣୀ ଶୁକ୍ରବାର ଲୋକଲୋଚନକୁ ଆସିଛି। ଜଣେ ବ୍ୟକ୍ତି ନାବାଳିକାଙ୍କୁ କାମ...

ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି

ଭଦ୍ରକ ଅଫିସ /ଭଣ୍ଡାରିପୋଖରୀ/ ଭୋଗରାଇ/ ଯାଜପୁର ଅଫିସ,୨୮ା୫ (ଡି.ଏନ.ଏ.): ବାତ୍ୟା ‘ୟାସ’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତରଓଡ଼ିଶାର ୪ ଜିଲା ସମେତ ଯାଜପୁରରେ...

ଡେଟିଂ ମାଧ୍ୟମ ପରିବର୍ତ୍ତନ କରିଛି କରୋନା

ଭୁବନେଶ୍ୱର,୫।୮ (ବ୍ୟୁରୋ): କରୋନାର ଦ୍ୱିତୀୟ ଲହର କିଭଳି ସିଙ୍ଗଲ୍‌ ବା ଏକା ଥିବା ଭାରତୀୟଙ୍କ ପାଇଁ ଡେଟିଂର ମାଧ୍ୟମକୁ ପରିବର୍ତ୍ତନ କରିଛି ସେ ସମ୍ପର୍କରେ ପ୍ରଥମ...

Advertisement
Archives

Model This Week