ରେଳବାଇ ଜାଗାରୁ ଗଛକଟା: ଜେଲ୍‌ ଗଲେ ଅଭିଯୁକ୍ତ କାଠ ବେପାରୀ

ରୂପ୍‌ସା, ୪।୯(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରାଜଘାଟ ରେଳଷ୍ଟେଶନ ପାଖ ରେଳବାଇ ଜାଗାରେ ଥିବା ଏକ ଜଙ୍ଗଲରୁ ଅବାଧ ଗଛକଟା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘଦିନ ଧରି କାଠ ବ୍ୟବସାୟୀମାନେ ରାତିଦିନ ମୂଲ୍ୟବାନ ଗଛ ସବୁ କାଟି ନେଉଥିବା ଅଭିଯୋଗ ହେଉଥିଲେ ହେଁ ରେଳ ଓ ବନ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଷ୍ଟେଶନ ଡେଭେଲପମେଣ୍ଟ କମିଟି କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ରେଳବାଇ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଆରପିଏଫ୍‌ ଥାନା ପୋଲିସ ମଧ୍ୟ ଏହି ଜଙ୍ଗଲ ସୁରକ୍ଷା କରିବାରେ ଫେଲ ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ସୋମବାର ପୁଣି ଏହି ଜଙ୍ଗଲରୁ ଗଛ କଟାଯାଇଥିବା ଦେଖି ସ୍ଥାନୀୟ ଲୋକେ ଆରଫିଏଫ୍‌ ଓ ବନ ବିଭାଗକୁ ଖବର ଦେଇଥିଲେ। ଆରପିଏଫ୍‌ ଥାନା ପୋଲିସ ଏସ୍‌. ପାତ୍ର କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ କଟାଯାଇଥିବା କାଠଗଣ୍ଡିକୁ ଜବତ କରିବା ସହ ବସ୍ତା ଥାନା ବେଣାପୁରା ଗ୍ରାମର ଅଭିଯୁକ୍ତ ମଣ୍ଟୁ ଓରଫ୍‌ ମନୋରଞ୍ଜନ ମହାଳିକଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।
ଏହି ଷ୍ଟେଶନ ନିକଟସ୍ଥ କାଳୀମନ୍ଦିର ପାଖରେ ରେଳ ବିଭାଗ ତରଫରୁ ଆକାଶୀ, ପଟାସ, କଦମ୍ବ ଆଦି ଚାରାରୋପଣ କରାଯାଇ ଜଙ୍ଗଲ ସୃଷ୍ଟି ହୋଇଥିଲା। ଏବେ ନିୟମିତ କାଠ ମାଫିଆମାନେ ଜଙ୍ଗଲର ମୂଲ୍ୟବାନ କାଠ ସବୁ ଚୋରାରେ ଓ ବେଆଇନ ଭାବେ କାଟି ନେଉଥିବାରୁ ଜଙ୍ଗଲ ନଷ୍ଟ ହେବାକୁ ବସିଛି। ବାରମ୍ବାର ଅଭିଯୋଗ ହେବା ପରେ ପ୍ରଥମଥର ପାଇଁ ଆରପିଏଫ୍‌ ପହଞ୍ଚତ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ କାଠ ମାଫିଆଙ୍କ ମହଲରେ ଛନକା ପଶିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ମୃତଦେହ ବ୍ୟବଚ୍ଛେଦ କଲେ ଆୟୁଷ ଡାକ୍ତର

ପରଜଙ୍ଗ, ୨୫।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ମୃତଦେହ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରିଛନ୍ତି। ଏମ୍‌ବିବିଏସ୍‌ ଡାକ୍ତର ହିଁ ଶବ ବ୍ୟବଚ୍ଛେଦ କରିପାରିବେ...

ଗୁଣପୁର କୋର୍ଟରେ ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ

ଗୁଣପୁର,୭।୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଏଡିଜେ କୋର୍ଟରେ ଶନିବାର ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ହାଜର ହୋଇଥିଲେ। ବିଜେଡି ନେତା ଯଯାତି କେଶରୀ ସାହୁ ହତ୍ୟାକାଣ୍ଡ...

କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା କରି ସିଆର୍‌ସିସି ନିଲମ୍ବିତ

ବନ୍ତ,୨୬ା୬(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବନମାଳୀ ନାୟକଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। କୋଭିଡ୍‌-୧୯ କାର୍ଯ୍ୟରେ...

ଗଳିତ ମୃତଦେହ ଠାବ

ବାଲେଶ୍ୱର ଅଫିସ,୧୪ା୧୦: ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଗୋଧିବସା ବସ୍ତି ପଛପଟରୁ ଶୁକ୍ରବାର ଏକ ଗଳିତ ମୃତଦେହ ଠାବ କରାଯାଇଛି। ତେବେ ବର୍ତ୍ତମାନ...

କରୋନା ଯୋଦ୍ଧାଙ୍କ ସୁରକ୍ଷା ଚିନ୍ତା: ସଂକ୍ରମଣ ନିରୋଧୀ ୩ ଶହ ପିପିଇ ପ୍ରଦାନ

ବଲାଙ୍ଗୀର ଅଫିସ,୨୮ା୪- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବାକୁ ଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ୩...

ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଫୁଲବାଣୀ ଅଫିସ, ୨୦ା୩ – ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର କିଲୁ ଗ୍ରାମର ଭାରତ ମଲ୍ଲିକ (୯)। ପାଠ ପଢ଼ିବା ବୟସରେ ଦେହ ଖରାପ ଯୋଗୁ...

ମନଲୋଭା କେନ୍ଦୁଝରର ବଡ଼ି

କେନ୍ଦୁଝର, ୨୫ା୭(ଦୀପକ ମିଶ୍ର): କେନ୍ଦୁଝରର ଓଡ଼ିଶା ପ୍ରସିଦ୍ଧ ବଡ଼ି କଥା କିଏ ନ ଜାଣେ। ଏହି ବଡିକୁ ନେଇ ଆଦର ବଢୁଥିଲେ ମଧ୍ୟ ସେପରି ଭାବେ...

ରଣପୁର ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା

ରଣପୁର,୨୧।୧୨(ସ୍ବ.ପ୍ର.)-ରଣପୁର ପଞ୍ଚାୟତ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଚେୟାରମ୍ୟାନ ନିରୁପମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସମିତି ବୈଠକ ଶାନ୍ତିଶୃଙ୍ଖଳାର...

Advertisement
Archives

Model This Week