ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ୩ଦିନ ପରେ ବି ମୃତ୍ୟୁ ରହସ୍ୟ ଖୋଲିଲାନି

କଣ୍ଟାବାଞ୍ଜି/ଲାଠୋର, ୧୭ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରୋଡ ରେଳଷ୍ଟେଶନ ନିକଟ ପିପଲବାହାଲଠାରେ ନିର୍ମାଣ ହେଉଥିବା ରେଳଧାରଣାର ୧୪୮/୪ ନମ୍ବର ଖୁଣ୍ଟଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଜିଆରପି ଉଦ୍ଧାର କରିଥିଲା। ମୃତକ ହେଲେ ଲାଠୋର ଗ୍ରାମର ରାଜାରାମ ସୁନା (୩୫)। ଏ ନେଇ କଣ୍ଟାବାଞ୍ଜି ଜିଆରପି ଏକ ଅପମୃତ୍ୟୁ ମାମଲା (ନଂ.୨୩/୨୦) ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଥିଲେ ହେଁ ତିନିଦିନ ପରେ ବି ଅଭିଯୁକ୍ତମାନେ ଧରାପଡିନାହାନ୍ତି। ଗତ ୧୩ତାରିଖ ରାତି ପ୍ରାୟ ୧୦ଟା ୩୦ରେ ରାଜାରାମଙ୍କର କେହି ଜଣେ ସାଙ୍ଗ ତାଙ୍କୁ ଘରୁ ଡାକି ନେଲା ପରେ ସେ ଆଉ ଘରକୁ ଫେରିନାହାନ୍ତି। ଏହା ପରଦିନ ସନ୍ଧ୍ୟାରେ ତାଙ୍କ ମୃତଦେହ ରେଳ ଧାରଣାରେ ପଡିଥିବା ଖବର ମିଳିଥିଲା। ଘଟଣାସ୍ଥଳକୁ ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଥିବା ଦେଖାଯାଇଥିଲା। ଏ ନେଇ କଣ୍ଟାବାଞ୍ଜି ଜିଆରପି ଏସଆଇ ମୋହନ ନାୟକଙ୍କୁ ପଚାରିବାରୁ କହିଛନ୍ତି ଯେ, ଆମେ ତଦନ୍ତ ଜାରି ରଖିଛୁ। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ। ଜିଆରପିର ଧିମା ତଦନ୍ତକୁ ବିଏସପି ନେତା ଲବ ସୁନା ସମାଲୋଚନା କରିଛନ୍ତି। ଯଥାଶୀଘ୍ର ଅପରାଧୀଙ୍କୁ ଧରି ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ନ କଲେ ଜନ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ ଭ୍ୟାନ୍‌ରୁ ୨୪ ଲକ୍ଷ ଲୁଟ୍‌, ୩ ଅଟକ

ବ୍ରହ୍ମପୁର ଅଫିସ,୧୯।୮: ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ଏକ ଗାଡ଼ି ସହ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ବୁଧବାର ଦିନ ଦ୍ୱିପ୍ରହରରେ ଅପହରଣ କରାଯାଇଛି। ଗାଡ଼ିରୁ...

ଲକ୍‌ଡାଉନରେ କୋହଳ: ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ହାର

ବ୍ରହ୍ମପୁର ଅଫିସ,୨୬ା୪-ବ୍ରହ୍ମପୁରରେ ରବିବାର ସକାଳେ ମାସ୍କ ପିନ୍ଧା ଦୁର୍ବୃତ୍ତ ୨ଟି ଥାନା ଇଲାକାରେ ମହିଳାଙ୍କୁ ଟାର୍ଗେଟ କରିଛନ୍ତି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଭାବାନଗର ଛକ ନିକଟ...

ବିଦେଶରେ ଯୁଦ୍ଧ, ଉପକୂଳରେ ପ୍ରଭାବ

ମହାକାଳପଡା,୨୬ା୨(ଡି.ଏନ.ଏ.): ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଉପକୂଳ ଅଞ୍ଚଳରେ ଏହାର ସିଧାସଳଖ ପ୍ରଭାବ ପଡିଛି ବୋଲି ଆଲୋଚନା ହେଉଛି। ତେବେ ଏହି...

ପର୍ଯ୍ୟଟକଙ୍କୁ ହାତିଆ ପାହାଡ଼ ମନା

ଖୋର୍ଦ୍ଧା ଅଫିସ,୨୯।୯: ଖୋର୍ଦ୍ଧା ୧୬ନଂ. ଜାତୀୟ ରାଜପଥ ନିଜଗଡ଼ ତାପଙ୍ଗରେ ରହିଛି ହାତିଆ ପାହାଡ଼। ଏଠାରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ, ନୀଳ ଜଳରାଶିର ମନୋରମ...

ଗୁଳିମାଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀ ମୃତ

ବେଲପଡା, ୨୮ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ବାମୀ ଲୋକନାଥ ବିଶ୍ୱାଳ(୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ...

ପାହାଡ଼ରେ ବେଆଇନ ବିସ୍ଫୋରଣ, ୧୨ ଜେଲ ଗଲେ

ଦିଗପହଣ୍ଡି,୧୦ା୮(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ପାହାଡ଼ର ୨ଟି ପଥର ଖାଦାନରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଦୀର୍ଘଦିନ ଧରି...

ଛତ୍ରପୁର,ପୁରୁଷୋତ୍ତମପୁର ଉପଖଣ୍ଡର ଅପରାଧ ସମୀକ୍ଷା

ଛତ୍ରପୁର,୧୧ା୧୦(ଡି.ଏନ.ଏ.)- ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଥାନା ଅଞ୍ଚଳର ଅପରାଧ ସମୀକ୍ଷା ବୈଠକ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ...

୫୮.୧୪ କୋଟିର ଜିଏସ୍‌ଟି ଠକେଇ ଧରାପଡ଼ିଲା: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମେତ ୨ ଗିରଫ

କଟକ ଅଫିସ,୩।୯: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ୧୮୧୯ କୋଟିର ଜାଲ ବିଲ୍‌ ର଼୍ୟାକେଟକୁ ଧରିଛି। ଏଥିସହ ସମ୍ପୃକ୍ତ ୨ଜଣ ମାଷ୍ଟରମାଇଣ୍ଡ୍‌ଙ୍କୁ ଗୁରୁବାର ଗିରଫ କରିଛି।...

Advertisement
Archives

Model This Week