ରେଲଓ୍ବେର ହେବନି ଘରୋଇ କରଣ

ନୂଆଦିଲ୍ଲୀ,୧୧-୭: ଭାରତୀୟ ରେଲଓ୍ବେର ଘରୋଇକରଣ ହେବ ନାହିଁ। ଏ ନେଇ କୌଣସି ପ୍ରସ୍ତାବ ନାହିଁ। ଘରୋଇ ଅପରେଟରଙ୍କ ହାତରେ ଦୁଇ ଟ୍ରେନ ଦେବା ଲାଗି ରହିଥିବା ପ୍ରସ୍ତାବ ଉପରେ ପ୍ରଶ୍ନର ଉତ୍ତର ରଖି ରେଳମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ଏହା କହିଛନ୍ତି। ଲୋକସଭାକୁ ଏକ ଲିଖିତ ଉତ୍ତରରେ ଗୋୟଲ କହିଛନ୍ତି ଯେ, ଘରୋଇ ସଂସ୍ଥା ଦ୍ୱାରା ପରିଚାଳନା ଲାଗି କୌଣସି ଯାତ୍ରୀବାହୀ ଟ୍ରେନକୁ ନିର୍ଦ୍ଧାରିତ କରାଯାଇ ନାହିଁ। ନୂଆଦିଲ୍ଲୀ-ଲକ୍ଷ୍ନୌ ତେଜସ୍‌ ଏକ୍ସପ୍ରେସ ଦେଶର ପ୍ରଥମ ଘରୋଇ ଟ୍ରେନ ହେବ ବୋଲି ଖବର ଆସିଥିଲା। ମାତ୍ର ରେଲଓ୍ବେ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ।

ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡି କହିଛନ୍ତି ଯେ, ଆଗାମୀ ଦିନରେ ଏ ଭଳି ଟ୍ରେନ ପରୀକ୍ଷାମୂଳକ ଭାବେ ଚଳାଚଳ ନେଇ ସରକାର ଚିନ୍ତା କରିବେ। ମାତ୍ର ରେଲଓ୍ବେର ଘରୋଇ କରଣ ନେଇ କୌଣସି ପ୍ରସ୍ତାବ ନ ଥିବା ରେଳ ମନ୍ତ୍ରୀ ଗୋୟଲ କହିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ୧୮୯ ନୂଆ ଲାଇନ ଯୋଜନା କରାଯାଇଥିବା ସେ କହିଛନ୍ତି। ଏଗୁଡିକ ୨୧,୪୪୩ କିମି ବିଶିଷ୍ଟ ହାଇଥିବା ବେଳେ ଯୋଜନା, ମଞ୍ଜୁରୀ ଏବଂ କାର୍ଯ୍ୟାନ୍ବୟନର ବିଭିନ୍ନ ସ୍ତରରେ ରହିଛି। ରେଳ ନେଟଓ୍ବର୍କ ସହ ଯୋଡି ହୋଇ ନ ଥିବା ଅଞ୍ଚଳଗୁଡିକୁ ସେବା ଯୋଗାଣ ନେଇ ସରକାର ଏଭଳି ବ୍ୟବସ୍ଥା ଆଣିଛନ୍ତି। ସମୟର ଆବଶ୍ୟକତା ଅନୁସାରେ ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ବାଣିଜି୍ୟକ ଯଥାର୍ଥତା, ପରିଚାଳନାଗତ ଆବଶ୍ୟକତା, ଜ୍ଞାନକୌଶଳଗତ ଢାଞ୍ଚା ଏବଂ ସମ୍ବଳ ଉପଲବ୍ଧତା ଉପରେ ବିଚାର କରାଯାଉଥିବା ଗୋୟଲ ସ୍ପଷ୍ଟ ସ୍ପଷ୍ଟ କରିଛନ୍ତି।

ଦୈନିକ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା ହେବ
ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ଚଳିତ ବର୍ଷ ଅକ୍ଟୋବରରୁ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା କରିବାକୁ ରେଲଓ୍ବେ ଯୋଜନା ରଖିଛି। ଏଥି ଲାଗି ରେଲଓ୍ବେ ନୂଆ ଟେକ୍ନୋଲୋଜି ଆଣିବ। ପାଓ୍ବାର କାର ବଦଳରେ ଇଞ୍ଜିନରୁ ଶକ୍ତି ସଂଯୋଗ କରିବା ଦିଗରେ ନୂଆ ଟେକ୍ନୋଲୋଜି ସହାୟକ ହେବ। ଲାଇଟ ଏବଂ ଏସି ଲାଗି ଏହି ଶକ୍ତି ଉପଯୋଗ ହେବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରତି ଏଲ୍‌ଏଚ୍‌ବି ରେକ୍‌ରେ ଗୋଟିଏ କିମ୍ବା ୨ ପାଓ୍ବାର କାର ଇଞ୍ଜିନ ବ୍ୟବହାର ହେଉଛି। ଡିଜେଲ ଜେନେରେଟର ଦ୍ୱାରା କୋଚ୍‌ଗୁଡିକୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯାଉଛି। ଏହାକୁ ଏଣ୍ଡ ଅଫ୍‌ ଜେନେରେଶନ କୁହାଯାଉଥିବା ବେଳେ ଆଗାମୀ ଦିନରେ ହେଡ ଅନ୍‌ ଜେନେରେଶନ ନାମକ ନୂଆ ଟେକ୍ନୋଲୋଜି ବ୍ୟବସ୍ଥା ଆସିବ। ଏଗୁଡିକ ଦ୍ୱାରା ଓଭରହେଡ ପାଓ୍ବାରଲାଇନରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯିବ। ୫ ହଜାରରୁ ଅଧିକ କୋଚରେ ଏହି ବ୍ୟବସ୍ଥା ଆସିବ। ଫଳରେ ଟ୍ରେନଗୁଡିକ ସେମାନଙ୍କ ପାଓ୍ବାରକାରଗୁଡିକୁ କମ୍‌ କରି ଅଧିକ ବର୍ଥ ବ୍ୟବସ୍ଥା କରିବେ। ଏହା ଦ୍ୱରା ରେଲଓ୍ବେର ବାର୍ଷିକ ୬ ହଜାର କୋଟି ଟଙ୍କାର ଫୁଏଲ ବିଲ୍‌ ସଞ୍ଚୟ ହେବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri