Posted inଖେଳ

ରେଫରିଙ୍କୁ ଧକ୍କା ମାରି ୬ ମାସ ବାସନ୍ଦ ଖେଳାଳି

ଜୋହାନ୍ସବର୍ଗ,୧୮।୧୧(ଏଏଫ୍‌ପି)- କେପ୍‌ଟାଉନ ସିଟି ମିଡ୍‌ଫିଲ୍ଡର ଏମ୍‌ଫୋ ମାକୋଲାଙ୍କୁ ଏକ ମ୍ୟାଚ୍‌ବେଳେ ମିଳିଥିବା ହଳଦିଆ କାର୍ଡ ୬ ମାସ ବାସନ୍ଦାଦେଶରେ ପରିଣତ ହୋଇଛି। ଲିଗ୍‌ କପ୍‌ ମ୍ୟାଚ୍‌ରେ ପ୍ରତିପକ୍ଷ ଦଳ କେଜର ଚିଫ୍‌କୁ ପେନାଲ୍ଟି ମିଳିବା ପରେ ୩୩ ବର୍ଷୀୟ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଉତ୍ତ୍ୟକ୍ତ ହୋଇ ରେଫରି ଆବୋଙ୍ଗିଲେ ଟମ୍‌ଙ୍କୁ ଦୁଇ ହାତରେ ଧକ୍କା ମାରିଥିଲେ। ଏଭଳି ଅପରାଧ ପାଇଁ ରେଡ୍‌ କାର୍ଡ ମିଳିପାରେ ବୋଲି ରେଫରି ମାକୋଲାଙ୍କୁ ଚେତାଇବା ପରେ ସାଥୀ ଖେଳାଳି ତାଙ୍କୁ ଦୂରକୁ ଟାଣି ନେଇଥିଲେ। ଏହି କାରଣରୁ ମାକୋଲାଙ୍କୁ ବାସନ୍ଦ କରାଯାଇଛି। ଏହି ନିଷ୍ପତ୍ତି ଦେଶର ବହୁ ଫୁଟ୍‌ବଲରଙ୍କୁ ଚକିତ କରିଦେଇଛି। କାରଣ ଫୁଟ୍‌ବଲ ଫିଲ୍ଡରେ ଏଭଳି ଘଟଣା କିଛି ନୂଆ ନୁହେଁ। ଏଥିନେଇ ଅତିକମ୍‌ରେ ଖେଳାଳିଙ୍କୁ ରେଡ୍‌ କାର୍ଡ କିମ୍ବା ଅର୍ଥଦଣ୍ଡ କିମ୍ବା ଉଭୟ ଦଣ୍ଡାଦେଶ ଦିଆଯାଏ। ଏହାପୂର୍ବରୁ ଜଣେ ଖେଳାଳି ରେଫରିଙ୍କ ଉପରକୁ ଛେପ ପକାଇବାରୁ ତାଙ୍କୁ ଏକ ବର୍ଷ ବାସନ୍ଦାଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବାସନ୍ଦାଦେଶକୁ ୬ ମ୍ୟାଚ୍‌ ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଏଥିସହ ଜରିମାନା ବାବଦକୁ ଏକ ଲକ୍ଷ ର଼୍ୟାଣ୍ଡ (୪.୮୭ ଲକ୍ଷ ଟଙ୍କା) ଦେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବର; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri