Posted inଖେଳ

ରେକର୍ଡ: ୭ମ ଥର ଲାଗି ବ୍ରଡ୍‌ଙ୍କ ଶିକାର ହେଲେ ଓ୍ବାର୍ନର

ଲଣ୍ଡନ, ୧୫।୯- ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଚଳିତ ଆଶେସ ସିରିଜକୁ ନୈରାଶ୍ୟଜନକ ଭାବେ ଶେଷ କରିଛନ୍ତି। ଏଠାରେ ଚାଲିଥିବା ଅନ୍ତିମ ତଥା ୫ମ ମ୍ୟାଚ୍‌ର ୨ୟ ଇନିଂସରେ ମଧ୍ୟ ଓ୍ବାର୍ନର ବ୍ୟାଟିଂରେ ଫେଲ୍‌ ମାରିଥିଲେ। ଘରୋଇ ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୯୯ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଲକ୍ଷ୍ୟକୁ ପିଛା କରୁଥିବାବେଳେ ଷ୍ଟୁଆର୍ଟ ବ୍ରଡ୍‌ ନୂଆ ବଲରେ ପ୍ରାରମ୍ଭରୁ ଅଷ୍ଟ୍ରେଲିଆକୁ ଡବଲ୍‌ ଝଟ୍‌କା ଦେଇଥିଲେ। ବ୍ରଡ୍‌ ତାଙ୍କ ଲଗାତର ୨ ଓଭରରେ ଯଥାକ୍ରମେ ଦୁଇ ଓପନର୍‌ ମାର୍କସ ହାରିସ (୯ ରନ) ଓ ଓ୍ବାର୍ନର (୧୧)ଙ୍କୁ ଆଉଟ୍‌ କରିଥିଲେ। ୫ମ ଓଭର ଶେଷ ବଲରେ ହାରିସଙ୍କୁ କ୍ଲିନ ବୋଲ୍ଡ କରିଥିବାବେଳେ ୭ମ ଓଭର ୪ର୍ଥ ବଲରେ ଓ୍ବାର୍ନରଙ୍କୁ ସ୍ଲିପରେ କ୍ୟାଚ୍‌ କରାଇ ଦେଇଥିଲେ। ଏଥିସହ ଚଳିତ ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜରେ ରେକର୍ଡ ୭ମ ଥର ଲାଗି ବ୍ରଡ୍‌ଙ୍କ ଶିକାର ହୋଇଛନ୍ତି ଓ୍ବାର୍ନର। ମୋଟ୍‌ ଉପରେ ଟେଷ୍ଟ କ୍ରିକେଟ୍‌ରେ ୧୩ଥର ଲାଗି ଓ୍ବାର୍ନରଙ୍କୁ ବ୍ରଡ୍‌ ଆଉଟ୍‌ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ଗୋଟିଏ ସିରିଜରେ ଜଣେ ବ୍ୟାଟ୍ସମ୍ୟାନ ସମାନ ବୋଲରଙ୍କ ଦ୍ୱାରା ୭ଥର ଆଉଟ୍‌ ହେବାରେ ବିଶ୍ୱରେ ଏହା ୬ଷ୍ଠ ଘଟଣା।
ଗୋଟିଏ ସିରିଜରେ ସମାନ ବୋଲରଙ୍କ ଦ୍ୱାରା ୭ଥର ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନ
ବୋଲର ବ୍ୟାଟ୍ସମ୍ୟାନ ବର୍ଷ
କ୍ଲାରି ଗ୍ରିମେଟ୍‌ ଜନ୍‌ ସିଡ୍‌ଲୀ ୧୯୩୫-୩୬
ବ୍ରାଏନ୍‌ ଷ୍ଟଥାମ୍‌ ଟ୍ରେଭର ଗୋଡାର୍ଡ ୧୯୬୦
ଜେଫ୍‌ ମ୍ୟାକ୍‌ଗ୍ରା ମାଇକେଲ୍‌ ଆର୍ଥରଟନ୍‌ ୧୯୯୭
ନାଥନ ଲିୟନ ମୋଇନ ଅଲି ୨୦୧୭-୧୮
ଷ୍ଟୁଆର୍ଟ ବ୍ରଡ୍‌ ଡେଭିଡ ଓ୍ବାର୍ନର ୨୦୧୯


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଆରମ୍ଭ ହେବ ଜନଗଣନା; ଆଧାର ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପଚରାଯିବ ୪୦ ପ୍ରଶ୍ନ

ନୂଆଦିଲ୍ଲୀ,୧୭।୮: ଆଜିଠାରୁ ଅର୍ଥାତ ସୋମବାରଠାରୁ ଭାରତର 2027 ଜନଗଣନାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ସୋମବାର ‘ସ୍ବ-ଗଣନା’ ସହିତ ଆରମ୍ଭ ହେବ – ଯେଉଁଠାରେ…

ଦୁଇ ଝିଅଙ୍କୁ ଭାତରେ ବିଷ ଦେଇ ନିଜେ ପିଇଦେଲେ ମା’, ଆଉ ତା’ ପରେ…

ପୁରୀ,୧୭ା୮(ଅଜିତ କୁମାର ମହାନ୍ତି): ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦୁଇ କୁନି ଝିଅଙ୍କୁ ଖାଦ୍ୟରେ ପୋକମରା ବିଷ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ

କୋଲକାତା,୧୭।୮: ପଶ୍ଚିମବଙ୍ଗର ତାରାପୀଠର ଏକ ହୋଟେଲରେ ସୋମବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ନିଆଁରେ ପୋଡ଼ିଯିବାରୁ ଅତି କମରେ…

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri