Posted inଖେଳ

ରୁଦ୍ଧ ଷ୍ଟାଡିୟମରେ ଖେଳାଯିବ ଇରାନି କପ୍‌

ମୁମ୍ବାଇ,୧୪।୩- କରୋନା ଭାଇରସ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖକୁ ଘୁଞ୍ଚାଇ ଦେଇଥିବାବେଳେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ବାତିଲ କରି ଦେଇଛି ବିସିସିଆଇ। ହେଲେ ରଣଜୀ ଚାମ୍ପିୟନ ଓ ଅବଶିଷ୍ଟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଇରାନୀ କପ୍‌ ଖେଳାଯିବ ବୋଲି ସ୍ପଷ୍ଟ କରାଯାଇଛି। ବେଙ୍ଗଲକୁ ହରାଇ ପ୍ରଥମ ଥର ପାଇଁ ରଣଜୀ ଚାମ୍ପିୟନ ହୋଇଥିବା ସୌରାଷ୍ଟ୍ର ଓ ଅବଶିଷ୍ଟ ଭାରତୀୟ ଦଳ ମଧ୍ୟରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ଷ୍ଟାଡିୟମରେ ଚଳିତ ମାସ ୧୮ରୁ ୨୨ ତାରିଖରେ ଇରନୀ କପ୍‌ ଅନୁଷ୍ଠିତ ହେବ। ତେବେ ଏହି ମ୍ୟାଚ୍‌ ରୁଦ୍ଧ ଷ୍ଟାଡିୟମରେ ଖେଳାଯିବ। କୌଣସି ଫ୍ୟାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ବିସିସିଆଇର କ୍ରିକେଟର ଅପରେଶନ୍ସର ସାଧାରଣ ସମ୍ପାଦକ ସବା କରିମ କହିଛନ୍ତି। ଗତ କିଛି ଦିନ ବହୁ ଅନ୍ତର୍ଜାତୀୟ ଓ ଜାତୀୟ ଇଭେଣ୍ଟ କରୋନା ଭାଇରସ ଯୋଗୁ ବାତିଲ ହୋଇଯାଇଛି କିମ୍ବା ରୁଦ୍ଧ ଷ୍ଟାଡିୟମରେ ଖେଳାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରେ ସୁନା କିଣିବେ ନା ରୂପା? ଏକ୍ସପର୍ଟ କହିଲେ ସତ, ଜାଣନ୍ତୁ କେଉଁଥିରେ ମିଳିବ ଅଧିକ ଲାଭ!

ନୂଆଦିଲ୍ଲୀ,୩।୧୧: ଧନତେରସ ଏବଂ ଦୀପାବଳି ଅବସରରେ ସୁନା-ରୂପା କିଣିବା ଶୁଭ ବୋଲି ଧରାଯାଏ। ଏହି କାରଣରୁ ପର୍ୱପର୍ୱାଣି ଆସିବା କ୍ଷଣି ବଜାରରେ ଏହି ଦୁଇଟି ମୂଲ୍ୟବାନ ଧାତୁର…

୪ ଦିନରେ ପହଞ୍ଚିଲା ୧୦୦୦ରୁ ଅଧିକ ଗ୍ୟାସ୍‌ ସିଲିଣ୍ଡର

ଛତ୍ରପୁର, ୩।୧୧ (ଦିଲ୍ଲୀପ ସାମଲ): ବନ୍ୟା ବିପତ୍ତିର ଏହି କଠିନ ସମୟରେ ବିପନ୍ନଙ୍କ ନିକଟରେ ରନ୍ଧା ଖାଦ୍ୟ ପହଞ୍ଚାଇବାରେ ଗଞ୍ଜାମ ଜିଲାରେ ଓରମାସ୍‌ (ORMAS)ର ‘ଶକ୍ତିଗାଁ’ ଅଭିଯାନ…

ଧନତେରସ ପୂର୍ବରୁ ଖୁସି ଖବର: ୧ଲକ୍ଷ ୬ ହଜାର ଶସ୍ତା ହେଲା ରୂପା, ବିଶେଷଜ୍ଞ କହିଲେ ଆହୁରି…

ନୂଆଦିଲ୍ଲୀ,୩।୧୧: ଦୀପାବଳିରେ ଏଥର ରୂପାର ଶୁଭ ଉପହାର କିଣିବା ପାଇଁ (ଅଳଙ୍କାର) ବଜାରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ରୂପା ଦରରେ…

ଶନିଙ୍କ ରାଶିକୁ ଚଳନ କରିବେ ରାହୁ: କର୍କଟ ସମେତ ୪ ରାଶିଙ୍କ ଉପରେ ହେବ ଧନବର୍ଷା! ଚାକିରିରେ ବଡ଼ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବର୍ତ୍ତମାନ ରାହୁ କୁମ୍ଭ ରାଶିରେ ଗୋଚର କରୁଥିବାବେଳେ ଡିସେମ୍ବର ୫ ତାରିଖରୁ ମକର ରାଶିରେ ପ୍ରବେଶ…

ସାମ୍ୱାଦିକାଙ୍କୁ ବିବାହ ପରେ ଓମାର ଅବଦୁଲ୍ଲାଙ୍କୁ ଆଉ ଏକ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ନୂଆଦିଲ୍ଲୀ,୩।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗର ଏମପି ଆଗା ସୟଦ ରୁହୁଲ୍ଲାହ ମେହେଦୀ ଆଜି ନ୍ୟାସନାଲ କନଫରେନ୍ସ (NC) ରୁ ଇସ୍ତଫା ଦେଇଛନ୍ତି ଏବଂ ସେ ଦଳ ସହିତ ନିଜ…

ନଭେମ୍ୱର ୩୦ ସୁଦ୍ଧା କର୍ମଚାରୀଙ୍କୁ ବୋନସ ନ ଦେଲେ କାର୍ଯ୍ୟାନୁଷ୍ଠାନ: ସରକାରଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୩।୧୧: ଯଦି ଆପଣ ମଧ୍ୟ ଦିଲ୍ଲୀର କୌଣସି ସରକାରୀ ବିଭାଗ, ସ୍ୱୟଂଶାସିତ ସଂସ୍ଥା କିମ୍ୱା ପବ୍ଲିକ ସେକ୍ଟର (PSU) ରେ ଆଉଟସୋର୍ସ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି,…

ଦରମା ବୃଦ୍ଧି କଥା କହିବାରୁ ‘ଶୋ’ରୁ ବିଦା ହେଲେ ଅଭିନେତ୍ରୀ, କଲେ ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ,୩।୧୧: ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଦେବୋଂ କେ ଦେବ ମହାଦେବ’ରେ ଦେବୀ ପାର୍ବତୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତ୍ରୀ ସୋନାରିକା ଭଦୋରିଆ ।…

କୋଟିଆ ସୀମାନ୍ତଗାଁରେ ଓଡ଼ିଶାକୁ ବିରୋଧ, ଗୋ ବ୍ୟାକ୍‌ ସ୍ଲୋଗାନ…

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ସ୍ଥିତି ବିଗିଡ଼ିବାରେ ଲାଗିଛି । କୋଟିଆ ସୀମାନ୍ତ ନେରିଡିବାଲସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?