Posted inଖେଳ

ରୁଥ୍‌ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଦୋହା, ୨୯।୯- ଦୋହାରେ ଚାଲିଥିବା ଆଇଏଏଏଫ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଆଥ୍‌ଲେଟ୍‌ ଭାବେ କେନିଆର ଧାବିକା ରୁଥ୍‌ ଚେପନଗେଟିଚ୍‌ ସ୍ବର୍ଣ୍ଣ ପଦକ ଜିତିବାର କୃତୀତ୍ୱ ହାସଲ କରିଛନ୍ତି। ମହିଳା ବିଭାଗ ମାରାଥନ (୪୨.୧୯୫ କି.ମି.)ରେ ୨୫ ବର୍ଷୀୟା ରୁଥ୍‌ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ମହିଳା ମାରାଥନରେ ଶୀର୍ଷ ମାନ୍ୟତା ରୁଥ୍‌ ଟାଇଟଲ୍‌ ଫେଭରାଇଟ୍‌ ରହିଥିଲେ। ସେ ଏହି ଦୂରତାକୁ ୨ ଘଣ୍ଟା ୩୨ ମିନିଟ୍‌ ଓ ୪୩ ସେକେଣ୍ଡରେ ଫିନିଶ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ସ୍ଥାନୀୟ ସମୟ ଶୁକ୍ରବାର ରାତି ୧୧ଟା ୫୯ରେ ଏହି ମାରାଥନ ଆରମ୍ଭ ହୋଇଥିଲା। ରାତି ପାଖାପାଖି ୨ଟା ୩୦ରେ ରୁଥ୍‌ ଫିନିଶିଂ ଲାଇନ୍‌ ଅତିକ୍ରମ କରିଥିଲେ। ଡିଫେଣ୍ଡିଂ ଚାମ୍ପିୟନ ବାହାରିନର ଧାବିକା ରୋଜ୍‌ ଚେଲିମୋ (୨:୩୩:୪୬) ଓ ନାମ୍ବିଆର ହେଲାଲିଆ ଜୋହାନ୍ସ (୨:୩୪:୧୫) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ମୋଟ୍‌ ୬୮ ପ୍ରତିଯୋଗୀ ରନିଂ ଆରମ୍ଭ କରିଥିଲେ ମଧ୍ୟ ପ୍ରବଳ ଗରମ କାରଣରୁ ୨୩ଜଣ ଫିନିଶ୍‌ କରିବାରେ ବିଫଳ ରହିଥିଲେ। ଏହାକୁ ନେଇ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଭାସ୍କରଙ୍କ ବଡ଼ ଘୋଷଣା: କୋହଲିଙ୍କ ପରେ ଏହି ଖେଳାଳିଙ୍କୁ ଦିଆଯାଉ ଅଧିନାୟକ ପଦ

ନୂଆଦିଲ୍ଲୀ,୨୯।୯: ନିକଟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୧ ଟି...

ପଦକ ବିଜେତାଙ୍କ ଉପରେ ଧନ ବର୍ଷା

ଜୟପୁର,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ରାଜସ୍ଥାନର ତିନିଜଣ ଖେଳାଳି ଦେଶକୁ ଗୌରାବାନ୍ବିତ କରିଛନ୍ତି। ପଦକ ବିଜେତାଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପୁରସ୍କାର...

ମହିଳା ଚ୍ୟାଲେଞ୍ଜର ଟ୍ରଫି:  ଆଜି ବାରବାଟୀରେ ଭାରତ ‘ଏ’, ‘ବି’ର ଅଭ୍ୟାସ

କଟକ ଅଫିସ,୩ା୧-  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଆସନ୍ତା ୪ରୁ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ୯ ତାରିଖ...

‘କରୋନା’ କଟକଣାରେ ଛନ୍ଦି ହୋଇଛି କ୍ରିକେଟ

କଟକ ଅଫିସ,୧୪ା୪-କରୋନା ପ୍ରଭାବରୁ ମୁକୁଳିନି କ୍ରୀଡ଼ା ଜଗତ। ରାଜ୍ୟ ସମେତ ସମଗ୍ର ଦେଶ ଓ ବିଶ୍ୱର କ୍ରୀଡ଼ା ସାମ୍ରାଜ୍ୟ ମଧ୍ୟ କରୋନା ଭାଇରସ ଯୋଗୁଁ ପ୍ରଭାବିତ...

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା

ସିଡନୀ,୭।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରଜ୍‌ର ତୃତୀୟ ମ୍ୟାଚ ସିଡନୀରେ ଆରମ୍ଭ ହୋଇଛି। ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ...

ଜାଡେଜାଙ୍କ ରେକର୍ଡ

ବିଶାଖାପାଟଣା,୪।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ରବୀନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହୋଇଛନ୍ତି।...

ଟେଷ୍ଟ କ୍ୟାରିୟର୍‌ ପ୍ରଥମଥର ପାଇଁ ଏମିତି ଅବସ୍ଥା ଭୋଗିଲେ ଅଜିଙ୍କେ ରାହାନେ

ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋନର୍ର୍ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଅଧିନାୟକ ଅଜିଙ୍କ୍ୟ ରାହାନେ ୧୨୨...

ରାହୁଲଙ୍କ ଚମତ୍କାର ଶତକ:ମୁମ୍ବାଇକୁ ୧୬୯ ରନ୍‌ର ଟାର୍ଗେଟ

ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା...

Advertisement
Archives

Model This Week