Advertisement
Posted inଜାତୀୟ

ରିମ୍ସରେ ହେବ ଲାଲୁଙ୍କ ଚିକିତ୍ସା

ରାଞ୍ଚି,୨୭।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ଅନ୍ୟ କୌଣସି ହସ୍ପିଟାଲରେ ଚିକିତ୍ସା କରାଯିବ ନାହିଁ। ପୂର୍ବପରି ରାଞ୍ଚିର ରିମ୍ସ ହସ୍ପିଟାଲରେ ହିଁ ତାଙ୍କର ଚିକିତ୍ସା କରାଯିବ। ଗୁରୁବାର ରିମ୍ସ ମେଡିକାଲ ବୋର୍ଡର ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେଠାରେ ତାଙ୍କୁ ଭଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବାରୁ ତାଙ୍କୁ ଆଉ ସ୍ଥାନାନ୍ତର କରାଯିବ ନାହିଁ। ପାଖାପାଖି ୧୨ଟି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତିକରୁଥିବା ଲାଲୁଙ୍କ ମେଡିକାଲ ରିପୋର୍ଟ ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତାଙ୍କର କ୍ରନିକ କିଡ୍‌ନୀ ଡିଜିଜ ଥିବାରୁ ଜଣେ ଭଲ ନେଫ୍ରୋଲୋଜିଷ୍ଟଙ୍କ ପରାମର୍ଶକ୍ରମରେ ଲାଲୁଙ୍କ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି। ଏମ୍ସ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ଚିକିତ୍ସା କରାଯିବାକୁ ବ୍ୟବସ୍ଥା କରାଯାଇଥିବାରୁ ସେ ରିମ୍ସରେ ହିଁ ଚିକିତ୍ସିତ ହେବେ ବୋଲି କହିଛି ରିମ୍ସ ମେଡିକାଲ ବୋର୍ଡ। ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଜେଲରେ ରହିବା କଥା। ହେଲେ ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଚୋକ୍‌ସି: ଫିଟିଲା ପ୍ରତ୍ୟର୍ପଣ ବାଟ

ନୂଆଦିଲ୍ଲୀ, ୨୭।୫: ପିଏନ୍‌ବି ବ୍ୟାଙ୍କରୁ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ କୂଟନୀତି ମାଧ୍ୟମରେ ଡୋମିନିକାରୁ ସିଧାସଳଖ ଭାରତ ନେଇପାରେ ବୋଲି ଗୁରୁବାର...

ଟାଇମ୍ସ ସ୍କୋୟାର ବିଲ୍‌ବୋର୍ଡରେ ସୋନା

ନୂଆଦିଲ୍ଲୀ, ୨୧।୭: ଓଡ଼ିଶା ଜନ୍ମିତ ପ୍ରଚ୍ଛଦପଟ୍ଟ ଗାୟିକା ସୋନା ମହାପାତ୍ରଙ୍କୁ ବଡ଼ ସଫଳତା ମିଳିଛି। ଆମେରିକାର ନ୍ୟୁୟର୍କ ସହର ଟାଇମ୍ସ ସ୍କୋୟାର ବିଲ୍‌ବୋର୍ଡରେ ତାଙ୍କର ବିଶାଳ...

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନେଲେ ଶପଥ…

ନୂଆଦିଲ୍ଲୀ,୨୫।୭ : ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ତାଙ୍କୁ...

ବୈଠକରେ ପନିରସେଲଭାମ୍‌ଙ୍କୁ ବୋତଲମାଡ଼

ଚେନ୍ନାଇ,୨୩।୬: ଚେନ୍ନାଇ ଉପକଣ୍ଠ ବନଗରାମଠାରେ ଗୁରୁବାର ଏଆଇଏଡିଏମ୍‌କେ ସାଧାରଣ ପରିଷଦ ବୈଠକରେ ଉତ୍ତେଜନା ଦେଖାଦେଇଛି। ଦଳର କୋର୍ଡିନେଟର ଓ. ପନିରସେଲଭାମ୍‌(ଓପିଏସ୍‌) ଏବଂ ତାଙ୍କର କେତେଜଣ ସମର୍ଥକ...

ବଡ ଆତଙ୍କବାଦୀ ଷଡଯନ୍ତ୍ର ବିଫଳ

ଶ୍ରୀନଗର,୨୮।୪: ଜମ୍ମୁ-କଶ୍ମୀରର ସିଡ୍ରାରେ ଗୁରୁବାର ସନ୍ଦେହଜନକ ଆଇଇଡି ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଦ୍ୱାରା ଆଇଇଡି ନଷ୍ଟ...

ହିଂସାକୁ ନେଇ ମୁହଁ ଖୋଲିଲେ ଜାମିଆ କୁଳପତି: ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପଶିଥିଲା ପୋଲିସ, ଦିଆଯିବ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଜାମିଆ ମିଲିଆ ଇସ୍‌ଲାମିଆରେ ରବିବାର ହୋଇଥିବା ହିଂସା ଓ କ୍ୟାମ୍ପସ୍‌ରେ ପୋଲିସ ପ୍ରବେଶ ନେଇ ବିଶ୍ୱବିଦ୍ୟାଳୟର କୁଳପତି ସୋମବାର...

ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୩।୮: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ କରିବ। ପାର୍ଟି ବୈଠକ...

୨୦୨୦ରେ ଏଲ୍‌ଓସିରେ ୩୮୦୦ରୁ ଅଧିକଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ, ୨୨।୧୦: ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି, ପାକିସ୍ତାନ ସୈନ୍ୟମାନେ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଥିବା ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ରେ ୩,୮୦୦ରୁ...

Advertisement
Archives

Model This Week