ରାସ୍ତା ମରାମତି ନ ହେଲେ ଆନ୍ଦୋଳନ : ଚେତାବନୀ ଦେଲା ଯୁବ କଂଗ୍ରେସ

ଜଳେଶ୍ୱର, ୬।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆର ୧୪ଟି ପଞ୍ଚାୟତର ଲାଇଫ ଲାଇନ୍‌ କୁହାଯାଉଥିବା ଜଳେଶ୍ୱର-ଓଲମରା ଶାନ୍ତିପୁର ରୋଡ଼ର ଦୁରବସ୍ଥା ବଦଳୁ ନାହିଁ। ୩ମାସ ପୂର୍ବରୁ ଜିଲାପାଳ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଆସନ୍ତା ୧୫ ଦିନ ମଧ୍ୟରେ ମରାମତି ନ ହେଲେ ଆନ୍ଦୋଳନ କରାଯିବ ବୋଲି ଗୁରୁବାର ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ଏକ ଖବରଦାତା ସମ୍ମିଳନୀରେ ଯୁବ କଂଗ୍ରେର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଜଳେଶ୍ୱର ଜଗନ୍ନାଥ ସଡ଼କ ବାଘାବାଳିଠାରୁ ବାହାରିଥିବା ୨୨ କି.ମି. ଶାନ୍ତିପୁର ରୋଡ଼ରେ ରାଇବଣିଆବାସୀ ପ୍ରତିଦିନ ଜଳେଶ୍ୱର ଓ ଅନ୍ୟାନ୍ୟ ସ୍ଥାନକୁ ଯିବାକୁ ଏହି ରାସ୍ତା ଏକମାତ୍ର ବିକଳ୍ପ। ବିଶେଷକରି ସ୍ବାସ୍ଥ୍ୟକେନ୍ଦ୍ର, କୋର୍ଟ କଚେରୀ, ବ୍ୟାଙ୍କ, ଟ୍ରେଜେରୀ, ତହସିଲ, ବ୍ଲକ, ଶିକ୍ଷା, ସବ୍‌ରେଜିଷ୍ଟ୍ର, ଜଳସେଚନ, ପାନୀୟ ଜଳ ଲାଗି ଯାତାୟାତ କରିଥାନ୍ତି। ଶିଖରପୁରଠାରେ ନିର୍ମାଣ ହୋଇଥିବା ସୁବର୍ଣ୍ଣରେଖା ସେତୁ ଉପର ଦେଇ ୧୦ଟନର ମାଲବାହୀ ଯାନ ଯାତାୟାତ କରିବା ଲେଖାଥିବା ବେଳେ ୨୦ଟନ୍‌ରୁ ଊର୍ଦ୍ଧ୍ୱ ଓଜନର ବାଲି, କୋଇଲା, ପଥର ଓ ଚିପ୍ସ ଗାଡିଗୁଡିକ ଯାତାଯାତ କରୁଛି। ଏ ସମ୍ପର୍କରେ ଜଳେଶ୍ୱର ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଗତ ଅଗଷ୍ଟ ୨୭ ଓ ନଭେମ୍ବର ୧୦ ତାରିଖରେ ଜିଲାପାଳଙ୍କୁ ଭେଟି ଲିଖିତ ବିବୃତିରେ ଅବଗତ କରାଇଥିଲେ। ହେଲେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଯୁବକଂଗ୍ରେସ ଏହି ଚେତାବନୀ ଦେଇଛି। ଖବରଦାତା ସମ୍ମିଳନୀରେ ଜଳେଶ୍ୱର ବିଧାନସଭା ମଣ୍ଡଳର ସଭାପତି ଗିରିଜା ଶଙ୍କର ଦାସ, ପୂର୍ବତନ ସଭାପତି ହରିଶଙ୍କର ଜେନା, ଜିଲା ସମ୍ପାଦକ ସୁଶାନ୍ତ ସେଠୀ, ଜଳେଶ୍ୱର ବ୍ଲକ ସମ୍ପାଦକ ସପନ ସାମଲ, ଜିଲା ପୂର୍ବତନ ସମ୍ପାଦକ ହେମନ୍ତ ଗିରି ଓ ଜିଲା ଉପସଭାପତି ସବ୍ୟସାଚୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ଶୀତର ଲହରୀ; ୧୫ ଡିଗ୍ରୀ ଛୁଇଁଲା ରାତି ତାପମାତ୍ରା, ଆଗକୁ….

ଭବାନୀପାଟଣା,୧୦।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶୀତର ଲହରୀ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ବିଶେଷ କରି ଜିଲାର ସଦର ମହକୁମା ଭବାନୀପାଟଣା ସହରରେ…

ରାଜ୍ୟ କ୍ୟାବିନେଟ ବୈଠକ: ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୯।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ…

ବିଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ !

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର…

ବଢ଼ିଲା ସହାୟତାର ହାତ: ବେଙ୍ଗାଳୁରୁରୁ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ

ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବେଙ୍ଗାଳୁରୁ ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।…

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌: ୩ ମହିଳା ଗୁରୁତର

କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍‌ ଧକ୍କାରେ ୩ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାମାନେ ହେଲେ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?