Posted inଜାତୀୟ

ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦି ପକାଇଲେ ଭାଜପା ନେତା

ମିର୍ଜାପୁର,୮।୭: ଉତ୍ତର ପ୍ରଦେଶ ମିର୍ଜାପୁରର କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଭାଜପା ନେତା ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦି ପକାଇଥିଲେ। ଆଉ କହିଥିଲେ ମୋର ସମ୍ମାନ ଚାଲିଗଲା। ନିଜ ସରକାରରେ ରହି ଏଭଳି ଅପମାନ ସହ୍ୟ କରି ହେଉନାହିଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, କୋତବାଲି ଅଞ୍ଚଳର ନିବି ନିକଟରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ଏମ୍‌ପି ରାମଶକଲ ଘରୁ ଫେରିବା ବେଳେ ଭାଜପାର ପୂର୍ବତନ ଜିଲାଧ୍ୟକ୍ଷ ଓ କାଶୀର ମନ୍ତ୍ରୀ ଅନୀଲ ସିଂହଙ୍କ ଗାଡିକୁ ପୋଲିସ ଅଟକାଇ ଦେଇଥିଲେ। କାଗଜପତ୍ର ଯାଞ୍ଚ ସମୟରେ ବର୍ଷା ଯୋଗୁ ଘରେ ଭୁଲିଯାଇଥିବା କହିବା ପରେ ପୋଲିସ ତାଙ୍କର ଚାଲାଣ କାଟିବା ସହ ଗାଡିକୁ ସିଜ୍‌ କରିବ ବୋଲି କହିଥିଲା। ପୋଲିସ କର୍ମଚାରୀଙ୍କ ଏତିକି କଥାରେ ମନ୍ତ୍ରୀ ମର୍ମାହତ ହୋଇ ରାସ୍ତା ଉପରେ ବସି ଧାରଣା ଦେଇଥିଲେ। ଏନେଇ ସ୍ଥାନୀୟ ଏସ୍‌ପିଙ୍କୁ ଜଣାପଡ଼ିବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି ସମୟରେ ଅନୀଲ ସିଂହ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦିବା ସହ ତାଙ୍କର ସମ୍ମାନ ଚାଲିଗଲା କହି ଜୋରରେ କାନ୍ଦି ପକାଇଥିଲେ। ସମସ୍ତ ସହଯୋଗ କରିବା ପରେ ବି ପୋଲିସ କର୍ମଚାରୀ ତାଙ୍କୁ ଅପମାନ ଦେଇଛନ୍ତି ବୋଲି ସେ କହିଥିଲେ। ଏହାପରେ ଏସ୍‌ପି ତାଙ୍କୁ ବହୁ ବୁଝାସୁଝା କରିବାରୁ ଅନୀଲ ଶାନ୍ତ ହୋଇ ରାସ୍ତାରୁ ଉଠିଥିଲେ। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭିକ ମାଗୁଛି, ଜୀବନ ଶେଷ କରନାହିଁ’

ଚେନ୍ନାଇ,୧୫।୯: ତାମିଲନାଡୁରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଚାପର ସମ୍ମୁଖୀନ ହେଉଥିବା ଛାତ୍ରୀଛାତ୍ରଙ୍କୁ ବୁଧବାର ଏକ ଭାବପ୍ରବଣ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ...

ମୁମ୍ବାଇ-ଜୟପୁର ଏକ୍ସପ୍ରେସରେ ୪ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କନଷ୍ଟେବଳଙ୍କର ହେବ ନାହିଁ ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ,୨୬।୮: ଗତ ମାସରେ ଅର୍ଥାତ୍‌ ଜୁଲାଇ ୩୧ରେ ରେଲଓ୍ବେ ସୁରକ୍ଷା ବଳ(ଆରପିଏଫ)ର ଜଣେ କନଷ୍ଟେବଳ ଚେତନ ସିଂ ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ୪ ଜଣଙ୍କୁ ଗୁଳିକରି ହତ୍ୟା...

ଟ୍ରାକ୍ଟର ଯୋଗେ ବିମାନବନ୍ଦରରେ ପହଞ୍ଚିଲେ ଯାତ୍ରୀ

ବେଙ୍ଗାଲୁରୁ,୧୨।୧୦: ବେଙ୍ଗାଲୁରୁ ବିମାନବନ୍ଦରରୁ ଫ୍ଲାଇଟ୍‌ ଧରିବା ପାଇଁ କିଛି ଯାତ୍ରୀଙ୍କୁ ଟ୍ରାକ୍ଟର ସାହାରା ନେବାକୁ ପଡ଼ିଥିଲା। ସୋମବାର ରାତିରେ ପ୍ରବଳ ବର୍ଷା କାରଣରୁ ରାସ୍ତାରେ ପାଣି...

‘ପୁଷ୍ପା’ ଫିଲ୍ମ ଦେଖିବା ପରେ ଜଣଙ୍କୁ ହତ୍ୟା କରି ଭିିଡିଓ ଶୁଟ୍‌ କଲେ

ନୂଆଦିଲ୍ଲୀ,୨୧।୧: ରାଜଧାନୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି ୩ ନାବାଳକ। ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତମାନେ ‘ପୁଷ୍ପା’ ଓ...

ସ୍ଥିତି ଅନୁଧ୍ୟାନ ଲାଗି ଟାସ୍କଫୋର୍ସ ଗଠନ

ନୂଆଦିଲ୍ଲୀ,୧।୮: ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ପରେ ସରକାର ଅଧିକ ସଜାଗ ହୋଇଛନ୍ତି। ଦେଶରେ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଉପରେ କଡ଼ା ନଜର ରଖିବା ଲାଗି...

ମୃତ୍ୟୁଦଣ୍ଡ ପାଇଁ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର କରିବେ ୫ ଜଣିଆ ସାମ୍ବିଧାନିକ ପୀଠ…

ନୂଆଦିଲ୍ଲୀ, ୧୯।୯ : ଦେଶର ନିମ୍ନ ଅଦାଲତମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଉପରେ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର ବର୍ତ୍ତମାନ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନିକ...

ଭାଜପା-ଆରଏସଏସ ମତେ ଟାର୍ଗେଟ କରୁଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇ ଗୁରୁ ଭାବେ ସ୍ବୀକାର କରୁଛି: ରାହୁଲ…

ନୂଆଦିଲ୍ଲୀ,୩୧।୧୨ : ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଏପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅନୁଭୂତି ଗଣମାଧ୍ୟମକୁ ଜଣାଇଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ଅନେକ...

କଂଗ୍ରେସ ନେତାଙ୍କ ଭିନ୍ନ ପ୍ରତିବାଦ

ନୂଆଦିଲ୍ଲୀ,୨୫।୨: ଦିନକୁ ଦିନ ପେଟ୍ରୋଲ, ଡିଜେଲ ମହଙ୍ଗା ହେଉଥିବା ବେଳେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି କଂଗ୍ରେସ ନେତା...

Advertisement
Archives

Model This Week