ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୩।୧ (ଡି.ଏନ.ଏ.)-କେନ୍ଦୁଝର ଜିଲାର ପଳାଶପଙ୍ଗା (ସ୍ପଞ୍ଜ ଆଇରନ ଛକ) ପାଖରୁ ବାମେବାରୀ ପର୍ଯ୍ୟନ୍ତ ରହିଥିବା କିଡ୍‌କୋ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ୨୯କି.ମି. ରାସ୍ତା ଉପରେ ଦୁର୍ଘଟଣା ଘଟିବା ଏବେ ସାଧାରଣ ଘଟଣାରେ ପରିଣତ ହେଲାଣି। ୭କି.ମି. ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ୨୨ କି.ମି. ରାସ୍ତା ମଧ୍ୟ କେତେକାଂଶରେ ନଷ୍ଟ ହେଲାଣି। ରାସ୍ତାରେ ରହିଥିବା ବୈତରଣୀ ନଦୀ ପୋଲ ଏବଂ ଅରଡେଇ ନଦୀ ପୋଲର ଉପରେ କଂକ୍ରିଟରେ ଖାଲ ସୃଷ୍ଟି ହୋଇ ପୋଲ ଛାତର ଲୁହାଛଡ ବାହାରି ପଡ଼ିଛି। ୨୦ନଂ ଜାତୀୟ ରାଜପଥର ପଳାଶପଙ୍ଗା ନିକଟରୁ ଯୋଡା ଖଣି ମଣ୍ଡଳକୁ ସଂଯୋଗ କରୁଛି ଏହି କିଡ୍‌କୋ ରାସ୍ତା। ରାସ୍ତାରେ ବିଭିନ୍ନ ପ୍ଲାଣ୍ଟରୁ ଲୁହାପଥର ଗୁଣ୍ଡ, କୋଇଲା ଆଣିବା ଏବଂ ଉତ୍ପାଦିତ ପିଲେଟ ଗୋଲି ବାହାରକୁ ପଠାଇବା ପାଇଁ ଏହି ରାସ୍ତା ବ୍ୟବହାର କରାଯାଇଥାଏ। ଲୁହାପଥର, ଲୁହାପଥର ଗୁଣ୍ଡ, ଆଇରନ ପିଲେଟ ଗୋଲି ପରିବହନ କରାଯାଉଥିବାରୁ ହଜାର ହଜାର ଟ୍ରକ ରେଲୱେ ସାଇଡିଂ ଦ୍ୱୟକୁ ଏହି ରାସ୍ତା ଦେଇ ଚଳପ୍ରଚଳ ହୋଇଥାଏ। ଟ୍ରକଗୁଡିକ ଉପରୁ ରାସ୍ତା ଉପରେ ଛିଟିକି ପଡୁଥିବା ପିଲେଟ ଗୋଲି ଏବଂ ଲୁହାପଥର ଗୁଣ୍ଡ ମଧ୍ୟ ରାସ୍ତା ଉପରେ ଠାଏ ଠାଏ ଜମା ହୋଇ ଦୁର୍ଘଟଣାର କାରଣ ପାଲଟିଛି। ପ୍ରବଳ ଧୂଳିଧୂଆଁ, ସବୁ ସମୟରେ ରାସ୍ତା ଜାମ, ବର୍ଷା ହେଲେ ଖାଲଗୁଡିକରେ ପାଣି ଭର୍ତ୍ତି ହୋଇ ପଡୁଥିବା ଯୋଗୁ ରାସ୍ତା ଆହୁରି ବିପଦସଙ୍କୁଳ ହୋଇପଡ଼ିଛି। ରାସ୍ତା ପାର୍ଶ୍ୱରେ ରହିଥିବା ସରସକୋଲା, ଆହାରପଶି, ଝଡ଼ାପଶି, ସତୀକୁଦର, କଣ୍ଡରାପଶି, ଧନୁର୍ଜୟପୁର, ରେଙ୍ଗାଳବେଡା, ଗୋଡୁଆଟୋପା, ମଲଦା ଗ୍ରାମ ଗୁଡିକ ସହିତ ଏହି ରାସ୍ତାକୁ ସଂଯୋଗ କରୁଥିବା କିଛି ଗ୍ରାମର ଗ୍ରାମବାସୀଙ୍କ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଥିବାରୁ ଜୀବନଜୀବିକା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ରାସ୍ତା ଦୁର୍ଘଟଣାରେ ପ୍ରତ୍ୟହ ବହୁ ଧନଜୀବନ ହାନି ଘଟୁଛି। ହେଲେ ସବୁ ସମୟରେ କିଡ୍‌କୋ କର୍ତ୍ତୃପକ୍ଷ ବୁଝାମଣା, ପ୍ରତିଶ୍ରୁତି ସହିତ ରାସ୍ତା ଖାଲ ଉପରେ ସମୟ ସମୟରେ ମୋରମ ବିଛାଇ କାମ ସାରି ଦେଉଛନ୍ତି।
କେନ୍ଦୁଝର ଇନ୍‌ଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କମ୍ପାନୀ (କିଡ୍‌କୋ) ଗଠିତ ହୋଇ ପିପିପି ମୋଡରେ ଏହି ୨୯କି.ମି. ରାସ୍ତା ପାଇଁ ସମୁଦାୟ ୧୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ରାସ୍ତା ନିର୍ମାଣ ସରିବା ପରେ ପଳାଶପଙ୍ଗା ଏବଂ କାଳିମାଟିଠାରେ ୨ଟି ଟୋଲ ଗେଟ କରାଯାଇ ୨୦୧୩ ମାର୍ଚ୍ଚରୁ ଟୋଲ ଆଦାୟ ଚାଲିଛି। ହେଲେ ରାସ୍ତା ମରାମତି ହେଉନାହିଁ। ଏ ନେଇ ୨ଦିନ ପୂର୍ବରୁ କଣ୍ଡରାପଶି ପଞ୍ଚାୟତ କାର୍ଯ୍ୟାଳୟଠାରେ ୫ଟି ଗ୍ରାମର ଗ୍ରାମବାସୀ ଏବଂ କିଡ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିଡ୍‌କୋ ଅଧିକାରୀ ହିମାଂଶୁ କୁଅଁର ଉପସ୍ଥିତ ରହି ରାସ୍ତା ନିର୍ମାଣ ପୂର୍ତ୍ତ ବିଭାଗ ଦ୍ୱାରା ଶୀଘ୍ର କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଏବେ ରାସ୍ତା ନିର୍ମାଣର ପ୍ରତିଶ୍ରୁତିରୁ ଓହରିଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୁନାରାମ ମାଝି, କହ୍ନେଇ ମାଝି, ମହେନ୍ଦ୍ର ମହାନ୍ତ, ବସନ୍ତ ମହାନ୍ତ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କିଡ୍‌କୋ ଅଧିକାରୀ ହିମାଂଶୁ କୁଅଁରଙ୍କୁ ପଚାରିବାରଏଷ୍ଟିମେଟ ସରିଛି ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ଶୀଘ୍ର ନିର୍ମାଣ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

CJP ଆନ୍ଦୋଳନକୁ ନେଇ ମମତାଙ୍କ ବଡ଼ ଘୋଷଣା, ବିରୋଧୀ ହେଲେ କାବା!

ନୂଆଦିଲ୍ଲୀ,୨୧।୭: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ପ୍ରମୁଖ ମମତା ବାନାର୍ଜୀ ଦଳର ବିଦ୍ରୋହୀ ନେତାମାନଙ୍କ ଉପରେ ଏପର୍ଯ୍ୟନ୍ତର ସବୁଠାରୁ କଡ଼ା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

ଆନ୍ଦୋଳନ ଭିତରେ ବଡ଼ ଖବର: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମାନିନେଲେ ୨ ଦାବି…

ନୂଆଦିଲ୍ଲୀ,୨୧।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭାରତ-ଆମେରିକା ମଧ୍ୟରେ ପ୍ରସ୍ତାବିତ ଟ୍ରେଡ୍ ଡିଲ୍ (ବ୍ୟବସାୟିକ ଚୁକ୍ତି)…

ବିଜୟଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ‘ଜନ ନାୟକନ’! ମୁଖ୍ୟମନ୍ତ୍ରୀ ହେବା ପରେ ବି ଜାରି ରହିବ ଅଭିନୟ? ସସପେନ୍ସ ବଢାଇଲେ…

ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟକନ’ ଉପରେ ଦୀର୍ଘ ସମୟରୁ କଟକଣା ଲାଗି ରହିଥିଲା। ଏହି ଚଳଚ୍ଚିତ୍ରଟି ଏହି ବର୍ଷ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri