ରାସ୍ତା ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ସ୍ବଚ୍ଛ ପରିବେଶ ବିକାଶ ପାଇଁ ରାଜ୍ୟରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟର ଉପଯୁକ୍ତ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ପ୍ଲାଷ୍ଟିକ ବର୍ଜ୍ୟର ଉପଯୁକ୍ତ ପରିଚାଳନା ଓ ପୁନଃବ୍ୟବହାର ନିମନ୍ତେ ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ମତପ୍ରକାଶ ପାଇଛି। ରାସ୍ତା ନିର୍ମାଣ କାର୍ଯ୍ୟରେ ପ୍ଲାଷ୍ଟିକ ବ୍ୟବହାର ବଢାଇବା ପାଇଁ ଏହାର ବୈଷୟିକ, ଆର୍ଥିକ ଏବଂ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ସବିଶେଷ କାର୍ଯ୍ୟପନ୍ଥା ଏବଂ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ରାସ୍ତା ନିର୍ମାଣ ପ୍ରକଳ୍ପର ଦର ତାଲିକା ସୂଚକାଙ୍କ(ସିଡ୍ୟୁଲ ଅଫ ରେଟ୍‌)ରେ ଅନ୍ତର୍ଭୁକ୍ତ କରିବା ସହିତ ବାର୍ଷିକ କେତେ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟ ରାସ୍ତା ନିର୍ମାଣରେ ବ୍ୟବହାର ହୋଇପାରିବ ତା’ର ଆକଳନ କରିବାକୁ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାସ୍ତା ନିର୍ମାଣରେ ପ୍ରୟୋଗ ନିମନ୍ତେ ପ୍ଲାଷ୍ଟିକର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାକରଣ ଆବଶ୍ୟକ। ଏହି ପ୍ରକ୍ରିୟାରେ ପ୍ଲାଷ୍ଟିକକୁ ଟୁକୁରା ଟୁକୁରା ଖଣ୍ଡ କରାଯାଇ ପିଚୁରେ ମିଶିବାଭଳି ରୂପାନ୍ତରିତ କରାଯାଇଥାଏ। ଏଥିପାଇଁ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା କରାଯିବ। ରାଜ୍ୟର ଯୁବତୀ,ଯୁବକମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ଦିଆଯିବା ପାଇଁ ସ୍ଥିର ହୋଇଛି। ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ସାମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ପ୍ରାମାଣିକ କ୍ଷେତ୍ର ପରିଦର୍ଶନରେ(ଏକ୍ସପୋଜର ଭିଜିଟ) ନେବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଶିଳ୍ପ ବିଭାଗ ସଚିବ ହେମନ୍ତ କୁମାରଙ୍କୁ ପରାମର୍ଶ ଦେଇଛନ୍ତି। ଏପରି ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମରେ ପ୍ରତିଷ୍ଠା କରାଯାଇପାରିବ ବୋଲି ଶର୍ମା କହିଛନ୍ତି।
ଗ୍ରାମାଞ୍ଚଳରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମାଧ୍ୟମରେ ସଂଗ୍ରହ କରିହେବ। ସଂଗୃହୀତ ପ୍ଲାଷ୍ଟିକ ନିର୍ଦ୍ଧାରିତ ସ୍ଥାନଗୁଡିକରେ ନଗର ଓ ଗୃହ ଉନ୍ନୟନ ବିଭାଗ ମାଧ୍ୟମରେ ସଂଗ୍ରହ କରାଯିବ। ଏହାପରେ ସେଗୁଡିକର ବର୍ଗୀକରଣ କରାଯାଇ ରାସ୍ତା ନିର୍ମାଣ ଏବଂ ସିମେଣ୍ଟ ପ୍ରସ୍ତୁତିରେ ପୁନଃବିନିଯୋଗର ବ୍ୟବସ୍ଥା କରାଯିବ। ୫୦ ମାଇକ୍ରୋନ୍‌ରୁ କମ ପ୍ଲାଷ୍ଟିକ ବ୍ୟାଗ, କ୍ୟାରି ବ୍ୟାଗ, ବୋତଲ, ପ୍ୟାକିଂ ଦ୍ରବ୍ୟ ଥର୍ମୋକୋଲ ପ୍ରସ୍ତୁତ ସାଜସଜ୍ଜା ସାମଗ୍ରୀ ଆଦିର ଉତ୍ପାଦନ ଓ ବ୍ୟବହାରକୁ ପୂର୍ଣ୍ଣଭାବେ ନିୟନ୍ତ୍ରିତ କରାଯିବ। ଏ ସମ୍ବନ୍ଧିତ ନିୟମଗୁଡିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଯୋଗାଡ଼ କରାଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୧୧୪ ସହରାଞ୍ଚଳ ଅନ୍ତର୍ଗତ ୨୦୨୪ ଓ୍ବାର୍ଡରୁ ଦୈନିକ ପ୍ରାୟ ୧୫୦ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି। ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନାରେ ଏହାର ପୁନଃବିନିଯୋଗ କରାଗଲେ ପ୍ଲାଷ୍ଟିକ ଯୋଗୁ ସୃଷ୍ଟି ହେଉଥିବା ପରିବେଶ ସମସ୍ୟାର ଅନେକ ପରିମାଣରେ ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ବର୍ଷାରେ ଚାଷଜମି ଜଳାର୍ଣ୍ଣବ

ଭେଡ଼େନ,୩୦।୭(ସୁଦନ ମହାକୁର): ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଏହି କ୍ରମରେ ବରଗଡ଼ ଜିଲା ଭେଡ଼େନ...

ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ

ଭୁବନେଶ୍ୱର,୧୩ା୯(ଅସମାପିକା ସାହୁ): ଯାଜପୁର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ଯଯାତି କେଶରୀଙ୍କ ନାମରେ ନାମିତ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ...

ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ...

ଆମ୍ବୁଲାନ୍ସକୁ ବାଟ ଛାଡ଼ିିବା ପାଇଁ ସଚେତନତା

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ରୋଗୀଙ୍କୁ ନେବାବେଳେ ଆମ୍ବୁଲାନ୍ସ କିଭଳି ଟ୍ରାଫିକ ଭିଡ଼ରେ ଫସିବ ନାହିଁ ସେଥିଲାଗି କମିଶନରେଟ ପୋଲିସ ଭିନ୍ନ ତରିକା ଆପଣାଇଛି। ଏଥିପାଇଁ ଆରମ୍ଭ...

ଏଣିକି ମଦ ଦୋକାନରେ ଧାଡ଼ି: ଗ୍ରାହକଙ୍କୁ ଦେବା ପୂର୍ବରୁ ସାନିଟାଇଜ୍‌ ହେବ ବୋତଲ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବିଶ୍ୱର ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି କରୋନା। ଏହି ଭୂତାଣୁ ସଂକ୍ରମଣର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗାଇଡ୍‌ଲାଇନ୍‌ ଜାରି...

ସୋମବାର ଶେଷ ହେବ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୭ା୭(ବ୍ୟୁରୋ)- ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସୋମବାର ଶେଷ ହେବ। ପ୍ରଥମ କଟ୍‌ ଅଫ୍‌ରେ ମନୋନୀତ ହୋଇଥିବା ଛାତ୍ରୀଛାତ୍ରମାନେ...

କପାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ

ବନ୍ତ,୨ା୭(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକର କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ...

ବାଲେଶ୍ୱର ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ବାଲେଶ୍ୱର ସହରର ବିକାଶ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତଦନୁଯାୟୀ ସହଦେବଖୁଣ୍ଟାରେ ଥିବା ବସ୍‌ଷ୍ଟାଣ୍ଡର ବିକାଶ...

Advertisement
Archives

Model This Week