ରାସ୍ତା କାମ ବେଳେ ବଟି ଆଦାୟ: ଥାନାରେ ଅଭିଯୋଗ

ନାଉଗାଁ, ୧୬।୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ନାଉଗାଁ -ଗାରୋଇ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କୁ କୋରୁଅ ପଞ୍ଚାୟତ ଧୂଆଁପଦା ଗ୍ରାମର ଦୁଇ ଜଣ ବ୍ୟକ୍ତି ବଟି ମାଗିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। କାନୁନ୍‌ଗୋ ସାହିର ଠିକାଦାର ଅଶୋକ ମହାନ୍ତିଙ୍କ ଅଭିଯୋଗ ଅନୁସାରେ, ଧୂଆଁପଦାଠାରେ କାର୍ଯ୍ୟ ଚାଲିଥିବା ବେଳେ ସେହି ଗ୍ରାମର ଦୁଇ ଜଣ ବ୍ୟକ୍ତି ସେଠରେ ପହଞ୍ଚତ୍ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଯିଏ ଉକ୍ତ ରାସ୍ତା କାର୍ଯ୍ୟ କରିବ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ରାସ୍ତା କାମ କରୁଥିବା ଶ୍ରମିକମାନେ ଭୟରେ ସେଠାରୁ ପଳାଇଥିଲେ। ଫଳରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାମ ବନ୍ଦ ରହିଥିଲା। ଏହାପରେ ୮ ହଜାର ଟଙ୍କା ବଟି ଦେବା ପରେ ସେମାନେ ପଳାଇଥିଲେ ଓ ରାସ୍ତାକାମ ସ୍ବାଭାବିକ ଚାଲିଥିଲା ବୋଲି ଅଶୋକ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ସେମାନେ ଅନ୍ୟ ଠିକାଦାରଙ୍କୁ ମଧ୍ୟ ଧମକ ଚମକ ଦେଇ ବଟି ଆଦାୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୫।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି । ମୁଖ୍ୟମନ୍ତ୍ରୀ ନବୀନ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

ନୟାଗଡ଼ ଅଫିସ,୨୧।୧-ନୟାଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ବରିଷ୍ଠ କିରାଣି ତଥା କ୍ୟାଶିୟର ନିଗମାନନ୍ଦ ଭୂୟଁା ୧୩ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର...

ଉତ୍ତାପ କମାଇବାକୁ କାର୍ଯ୍ୟକାରୀ ହେବ ପାଇଲଟ୍‌ ପ୍ରକଳ୍ପ: କୁମୁଡ଼ା ପାହାଡ ଉନ୍ନତି ଲାଗି ଖର୍ଚ୍ଚ ହେବ ୪.୭୪ କୋଟି

ବଲାଙ୍ଗୀର ଅଫିସ,୫।୬- ଉତ୍ତପ୍ତ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଏବଂ ଆଖପାଖ ଅଞ୍ଚଳରେ ତାପମାତ୍ର ବୃଦ୍ଧି ରୋକିବା ଦିଗରେ ବନ ବିଭାଗ ପକ୍ଷରୁ...

ସକାଳ ୬ରୁ ଅପରାହ୍ନ ୫ ଦୋକାନ ଖୋଲା

ଖୋର୍ଦ୍ଧା ଅଫିସ,୩।୮ ଖୋର୍ଦ୍ଧା, ଜଟଣୀ ପୌର ପରିଷଦ ଏବଂ ବାଣପୁର ଓ ବାଲୁଗାଁ ଏନଏସିର ବ୍ୟବସାୟୀ ସଂଘ ସହିତ ରବିବାର ଜିଲାପାଳ ଶୀତାଂଶୁ କୁମାର ରାଉତ...

ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ଅତାବିରା\ସରଣ୍ଡା,୨୨।୯(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ହିର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରଟିକ୍ରା ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ପୁଣି ଆଲୋଡ଼ନ ସୃଷ୍ଟି କରିଛି। ଗତ ରବିଋତୁର...

ଗଣତି କାର୍ଯ୍ୟ ଶୃଙ୍ଖଳିତ କରିବାକୁ ତତ୍ପରତା

ବାଲେଶ୍ୱର ଅଫିସ, ୨୨।୫-ସାଧାରଣ ନିର୍ବାଚନ ପରେ ବିଭିନ୍ନ ଗଣମାଧ୍ୟମରେ ଏକଜିଟ୍‌ ପୋଲ ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବଢ଼ି...

ଡି.ବିଶାଖାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସହଯୋଗର ହାତ ବଢ଼ାଇଲା ପେଣ୍ଠକଟା ତେଲୁଗୁ ଯୁବକ ସଂଘ

ପୁରୀ ଅଫିସ,୧୪।୨: ପୁରୀ ପେଣ୍ଠକଟାସ୍ଥିତ ଡି.ବାବାଜୀ ଓ ଡି.ଚିତାମ୍ମାଙ୍କ ବଡ଼ପୁଅ ଡି.ବିଶାଖା(୧୮) ଗତ ୧ ମାସ ଧରି ବୋନ୍‌ମ୍ୟାରୋ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ...

ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଆଖିବୁଜିଲେ ‘ଧରିତ୍ରୀ’ ଖବରଦାତା

ଏମ୍‌.ରାମପୁର,୫ା୨(ଡି.ଏନ୍‌.ଏ.): ଖବର ସଂଗ୍ରହ କରିବାକୁ ଯାଇ ଶନିବାର ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଆଖି ବୁଜିଛନ୍ତି ‘ଧରିତ୍ରୀ’ର ଖବରଦାତା ତଥା ଓଜେୟୁର ସକ୍ରିୟ ସଭ୍ୟ ରୋହିତ ବିଶ୍ୱାଳ...

Advertisement
Archives

Model This Week