Posted inଖେଳ

ରାସ୍ତାରେ ମାଙ୍କଡଚିତ କରୁଥିବା ଦୁଇ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଲା ସାଇ

କୋଲକାତା,୫।୯: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁଇ ଛାତ୍ରୀଛାତ୍ର ସ୍କୁଲ ପୋଷାକ ପିନ୍ଧି ରାସ୍ତାରେ ମାଙ୍କଡଚିତ (ସମରସଲ୍ଟ) କରୁଥିବାର ଦେଖିବାକୁ ମିଳିଥିଲା। ଉକ୍ତ ଭିଡିଓ ୫ ଥର ଅଲିମ୍ପିକ୍ସ ପଦକ ବିଜେତା ଜିମ୍ନାଷ୍ଟ ନାଡିଆ କୋମାନେସିଙ୍କୁ ଆକର୍ଷିତ କରିଥିଲା। ଏକ ରିପୋର୍ଟ ଅନୁଯାୟୀ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ଛାତ୍ରୀଙ୍କ ନାମ ଜଶିକା ଖାନ ହୋଇଥିବାବେଳେ ଛାତ୍ରଙ୍କ ନାମ ମହମ୍ମଦ ଆଜାଜୁଦ୍ଦିନ ଥିବା ଜଣାପଡ଼ିଛି। ବୁଧବାର ଉଭୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ପୂର୍ବାଞ୍ଚଳ କେନ୍ଦ୍ରରେ ପହଞ୍ଚତ୍ଛନ୍ତି। ସେମାନଙ୍କୁ ଶୀଘ୍ର ଫୁଲ୍‌ ଟାଇମ ଟ୍ରେନିଂ ଦିଆଯିବ। ଗାର୍ଡେନ ରିଚ୍‌ ଛାତ୍ରୀଛାତ୍ରଙ୍କ କାର୍ଟଓ୍ବିଲ କରୁଥିବାବେଳର ଭିଡିଓ ଭାଇରାଲ ହୋଇଥିଲା। ସେମାନଙ୍କୁ ୧୯୭୬ ଓ ୧୯୮୦ ଅଲିମ୍ପିକ୍ସ ଚାମ୍ପିୟନ ଜିମ୍ନାଷ୍ଟ ନାଡିଆ ପ୍ରଶଂସା କରିଥିଲେ। ଦୁହେଁ କୋଲକାତାସ୍ଥିତ ପୂର୍ବାଞ୍ଚଳ ସାଇ କେନ୍ଦ୍ରରେ ପହଞ୍ଚତ୍ଛନ୍ତି। ଉଭୟଙ୍କୁ ହଷ୍ଟେଲରେ ରଖାଯାଇ ଓ ଟ୍ରେନିଂ ଦିଆଯିବ ବୋଲି ସାଇ କେନ୍ଦ୍ରର ନିର୍ଦ୍ଦେଶକ ମନମୀତ ସିଂ ଗୋଇନ୍ଦି କହିଛନ୍ତି। ଜଶିକା (୧୧) ଓ ଆଜାଜୁଦ୍ଦିନ (୧୨)ଙ୍କୁ ସାଇ କେନ୍ଦ୍ରକୁ ଟ୍ରାୟଲ ପାଇଁ ଡକାଯାଇଛି। ପୂର୍ବରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ପ୍ରତିଭାଶାଳୀ ଆଥ୍‌ଲେଟଙ୍କ ଭିଡିଓ ଶେୟାର କରି ପ୍ରଶଂସା କରିଥିଲେ। ଉଲ୍ଲେଖଥାଉ କି, ଅବସରପ୍ରାପ୍ତ ରୋମାନିଆ ୫୭ ବର୍ଷିୟା ଜିମ୍ନାଷ୍ଟ ବ୍ୟକ୍ତିଗତ ଇଭେଣ୍ଟରେ ୧୯୭୬ ଓ ୧୯୮୦ ଅଲିମ୍ପିକ୍ସରେ ୫ ସ୍ବର୍ଣ୍ଣ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ୟ ଏକ ତାରିଖରେ ଆୟୋଜିତ ହୋଇପାରେ ଅନ୍ତିମ ଟେଷ୍ଟ ! ବିସିସିଆଇ ଦେଲା ଏହି ବଡ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୯: କରୋନା ଯୋଗୁ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଏବେ ବାତିଲ କରିଦିଆଯାଇଛି। ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ମୁକାବିଲାକୁ ବାତିଲ...

ଟଲିଉଡ୍‌ ସୁପରଷ୍ଟାର ବିକ୍ରମଙ୍କ ଫଲ୍ମରେ ଇର୍ଫାନ

ହାଇଦ୍ରାବାଦ୍‌,୧୬।୧୦- ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଏବେ କ୍ୟାରିୟରର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଦକ୍ଷିଣ ଭାରତୀୟ ସୁପରଷ୍ଟାର...

ପ୍ରଥମ ଟି୨୦: ବର୍ଷା ଯୋଗୁ ବିନା ଫଳାଫଳରେ ମ୍ୟାଚ୍‌ ଶେଷ

ମାଞ୍ଚେଷ୍ଟର,୩୦।୮(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ପୂରା ଖେଳାଯାଇପାରି...

ପ୍ରୋତ୍ସାହନ ଅଭାବ: ଲୁଣିମାଠିଆ ଆଦିବାସୀ ହକି ଖେଳାଳି

ମହାକାଳପଡ଼ା,୧୩ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ସାରା ଓଡ଼ିଶା ସହ ବିଶ୍ୱ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି...

ଅଷ୍ଟ୍ରେଲିଆ ଆଗରେ ୧୫୫ ରନ୍‌ର ଟାର୍ଗେଟ୍‌

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ବ୍ୟାଟିଂ...

ସୁମୋ ରେସ୍‌ଲରଙ୍କୁ କରୋନା

ଟୋକିଓ, ୬ା୧(ଏପି)-ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ସୁମୋ ରେସ୍‌ଲର ହାକୁହୋ କରୋନା ସଂକ୍ରମିତ ହୋଇଛନ୍ତି। ଆଘ୍ରାଣ ଶକ୍ତି ହରାଇବାପରେ ହାକୁହୋଙ୍କ କୋଭିଡ୍‌ ଟେଷ୍ଟ ହୋଇଥିବା ଜାପାନ ସୁମୋ ଆସୋସିଏଶନ...

ଅଲିମ୍ପିକ ଚାମ୍ପିୟନ ଜ୍ୟାକ୍ସଙ୍କ ପରଲୋକ

ପ୍ୟାରିସ, ୫।୧୧ (ଏଏଫ୍‌ପି)- ଫ୍ରେଞ୍ଚ୍‌ ସାଇକ୍ଲିଷ୍ଟ ତଥା ୧୯୪୮ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଜ୍ୟାକ୍ସ ଡୁପୋଣ୍ଟଙ୍କ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ...

ଦ୍ୱିତୀୟ ଟେଷ୍ଟରେ ସିରାଜଙ୍କୁ ମିଳିଲା ସଫଳତା

ପୋର୍ଟ ଅଫ୍‌ ସ୍ପେନ୍‌, ୨୩ା୭ : ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ଭାରତର ମହମ୍ମଦ ସିରାଜଙ୍କୁ ୫ ଉଇକେଟ ସଫଳତା। କ୍ୟାରିୟରରେ ଦ୍ୱିତୀୟ...

Advertisement
Archives

Model This Week