ବ୍ରହ୍ମପୁର ଅଫିସ,୨୭ା୨ – ଗଞ୍ଜାମ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ୧୨ ବର୍ଷ ହେଲା ଦାବି ହେଉଛି। ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନେଇ ଜିଲାର ବିଭିନ୍ନ ଆଇନଜୀବୀ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଉଛି। ପ୍ରତିବାଦରେ ଗଞ୍ଜାମ ଆଇନଜୀବୀ ସଂଘ ପକ୍ଷରୁ ମାସର ଶେଷ ୪ ଦିନ କାର୍ଯ୍ୟବନ୍ଦ କରାଯିବା ସହ ସତ୍ୟାଗ୍ରହ ଓ ଧାରଣା ଦିଆଯାଉଛି। ଶତାଧିକ ଓକିଲ ବୁଧବାର ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଥିଲେ । ଏବେ ସେମାନେ ଆନ୍ଦୋଳନର ତରିକା ବଦଳାଇ ଗଞ୍ଜାମ ବାର ସମ୍ମୁଖ ରାସ୍ତା ଉପରେ ସତ୍ୟାଗ୍ରହ ଧାରଣାରେ ବସିଛନ୍ତି। ଆଇନଜୀବୀଙ୍କ ନ୍ୟାଯ୍ୟ ଦାବି ପାଇଁ ବ୍ରହ୍ମପୁରରେ ତୁରନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବି କରିଥିଲେ। ପ୍ରତି ମାସର ଶେଷ ୪ ଦିନ ଏଥିପାଇଁ ଗଞ୍ଜାମ ଓକିଲ ସଂଘ ତରଫରୁ କୋର୍ଟ ବର୍ଜନ କରାଯାଉଛି। ଚଳିତ ମାସ ବୁଧବାରରୁ ଓକିଲମାନେ କାର୍ଯ୍ୟରେ ଯୋଗ ନ ଦେଇ ଅହିଂସା ମାର୍ଗରେ ଧାରଣାରେ ବସିଛନ୍ତି ବୋଲି ସଂଘ ସଭାପତି ରବୀନ୍ଦ୍ରନାଥ ପାଣିଗ୍ରହୀ ସୂଚନା ଦେଇଛନ୍ତି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ନାହିଁ। ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି । ଦକ୍ଷିଣ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ସରକାର ଖୁବଶୀଘ୍ର ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରନ୍ତୁ ବୋଲି ସଂଘ କର୍ମକର୍ତ୍ତା ଦାବି କରିଛନ୍ତି । ଏଥିରେ ଗଞ୍ଜାମ ଓକିଲ ସଂଘ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ଚିତ୍ତରଞ୍ଜନ ଶତପଥୀ ଓ ଯୁଗ୍ମ ସମ୍ପାଦକ କିରଣ କୁମାର ମଣ୍ଡଳ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା, ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ, କିଶୋର ବିଶୋଇ, ନିର୍ମଳ କୁମାର ସାହୁ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ସୁନୀଲ କୁମାର ସ୍ବାଇଁ, ଅକ୍ଷୟ ପଟ୍ଟନାୟକ, ରାମ ପ୍ରସାଦ ପଣ୍ଡା, ଜନାର୍ଦ୍ଦନ ସୁବୁଦ୍ଧି, କୁନାଲ ସାହୁ, ସୁଶୀଲ ତ୍ରିପାଠୀ, ସବୁଜ ପାତ୍ର, ପ୍ରସାଦ ଦୋରା, ତପନ ଦାଶ, ଅନିଲ କୁମାର ପଣ୍ଡା, ସିତାଂଶୁ ଶେଖର ପଣ୍ଡା, ସଂଘ ପୂର୍ବତନ ସଭାପତି ମୋହନ ସିଙ୍ଗାରୀ, ବୀରେନ ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ବସନ୍ତ ପଣ୍ଡା, ଦୀପକ ପଟ୍ଟନାୟକ, ବିଷ୍ଣୁ ମୋହନ, ବୀରେନ୍ଦ୍ର କୁମାର ପାଢ଼ୀ, ସଞ୍ଜୟ ମିଶ୍ର, ଅସିତ୍ ସାବତ, ବରୁଣ ଗୌଡ଼, ବିରଞ୍ଚତ୍ ମହାପାତ୍ର, ଅଶୋକ ଶୁକ୍ଳ, ପ୍ରଦୀପ ପଣ୍ଡା ଓ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଶତାଧିକ ଆଇନଜୀବୀ ଧାରଣାରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଓକିଲ ସଂଘ ତରଫରୁ ବୁଧବାରରୁ ଜିଲା ଜଜ୍ କୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତଗୁଡ଼ିକରେ ଆଇନଜୀବୀ କାର୍ଯ୍ୟବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।
ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ତହସିଲଦାରଙ୍କ ଏତଲା
ଚନ୍ଦ୍ରଗିରି,୨୩ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କଠାରୁ ଜରିମାନା ଆଦାୟ କରିବା ଅଭିଯୋଗରେ ଜଣେ ଦୈନିକ ଓଡିଆ ଖବରକାଗଜ (ଧରିତ୍ରୀ ନୁହେଁ) ଏଜେଣ୍ଟ/ଖବରଦାତାଙ୍କ...

ଜୁଆଡ଼ି ଧରପଗଡ଼ ଅଭିଯାନ : ୯୩ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୧୩।୧୦: ବ୍ରହ୍ମପୁର ପୋଲିସ ଜିଲାରେ ଜୁଆଡ଼ି ଧରପଗଡ଼ ଅଭିଯାନରେ ୭ଟି ଥାନା ପକ୍ଷରୁ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯୩ ଜୁଆଡ଼ିଙ୍କୁ...

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ବନ୍ଦ ଡାକରା
ଭଞ୍ଜନଗର,୧୮।୫(ଡି.ଏନ.ଏ)-ଭଞ୍ଜନଗର ଓଏସ୍ଆରଟିସି ଜୋନରୁ ସମସ୍ତ ବସ୍ ଅନ୍ୟ ଜୋନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଆପଣାଇଛି। ବସ୍ ସ୍ଥାନାନ୍ତର ସମୟରେ ବିବାଦ ଉପୁଜିବା ଆଶଙ୍କାରେ...

ଅବାଧ ପଞ୍ଚାୟତ ନିର୍ବାଚନ ଲାଗି ପୋଲିସକୁ ଚ୍ୟାଲେଞ୍ଜ
ଛତ୍ରପୁର,୧୩।୨(ଡି.ଏନ.ଏ.) ଗଞ୍ଜାମ ଜିଲାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ଅବାଧ ହେବ ସେନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ...

ବେଆଇନ ବାଲି ଚାଲାଣ: ୯ ଟ୍ରାକ୍ଟର ଜବତ, ୯ ଗିରଫ
ଆସିକା,୧୯ା୧୨(ଡି.ଏନ୍.ଏ.) -ଆସିକା ଥାନା କୋଟିନଡା ଫାଣ୍ଡି ଅନ୍ତର୍ଗତ ଜୟପୁର-ପଢାଳ ମଧ୍ୟରେ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବାବେଳେ ପୋଲିସ ୯ଟି ଟ୍ରାକ୍ଟର ଜବତ...

ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପୁଣି ୪ ପଜିଟିଭ୍ ଚିହ୍ନଟ
ଛତ୍ରପୁର,୧୪।୬(ଡି.ଏନ୍.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୫୫ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ଛାତ୍ରୀ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୨୬ା୧୧-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ (ଏଡିଜେ) -୨ ଜଗଦୀଶ ପ୍ରସାଦ ମହାନ୍ତି ସୋମବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଅଭିଯୁକ୍ତ ନରସିଂହ...

ଏଟିଏମ୍କୁ ଭାଙ୍ଗି ନେଇଗଲେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା
ପୁରୁଷୋତ୍ତମପୁର,୧୭।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍କୁ ଭାଙ୍ଗି ୯ ଲକ୍ଷ ୨ହଜାର ଟଙ୍କା ଲୁଟି ନେଇଛନ୍ତି...