ରାସ୍ତାରେ ପିଲେଟ ନେଉଛି ଜୀବନ: ଲୋକେ ଅସନ୍ତୋଷ

ଯୋଡ଼ା, ୩୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଯୋଡ଼ା-ବାମେବାରୀ ରାଜ୍ୟରାଜପଥ ନଂ ୨ରେ ପ୍ରବଳମାତ୍ରାରେ ପିଲେଟ ପଡ଼ି ରାସ୍ତାଟି ଏକ ମରଣଯନ୍ତାରେ ପାଲଟିଛି। କ୍ରମାଗତ ଭାବେ ଏହିପରି କେନ୍ଦୁଝର ଜିଲାରେ ଘଟିଚାଲିଛି। ବାରମ୍ବାର ଏହି ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଲୁହାପଥର ଗୋଲି ବା ପିଲେଟ ଅତି ପିଚ୍ଛିଳ ଗୋଲାକାର ହୋଇଥିବାରୁ ପାଦଚଲା ପଥଚାରୀଙ୍କ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ସମେତ ବଡ଼ ବଡ଼ ଗାଡ଼ି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଏହି ପିଲେଟ ଯୋଗୁ ସର୍ବାଧିକ ବାଇକ୍‌ ଦୁର୍ଘଟଣା ଘଟୁଛି। ପିଲେଟ ଉପରେ ପାଦ ପଡ଼ିଗଲେ ପଥଚାରୀମାନେ ପଡ଼ିଯାଉଛନ୍ତି।
ବାମେବାରୀ-ଯୋଡ଼ା ମଧ୍ୟରେ ଚାଲୁଥିବା କମାଣ୍ଡର ଜିପର ମାଲିକ ଭାଗବତ ମାହାଲା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲେଟ ଯୋଗୁଁ ଦୁର୍ଘଟଣାର ଭୟ ବହୁତ। ଗୋଲାକାର ଲୁହାଗୋଲି ହୋଇଥିବାରୁ ଗାଡ଼ିର ଚକ ଖସିଯାଉଛି, ବ୍ରେକ ମଧ୍ୟ ଧରୁ ନାହିଁ। ଯାତ୍ରୀମାନଙ୍କ ମଧ୍ୟରୁ ସୁଶାନ୍ତ ଗିରି, ସୂର୍ଯ୍ୟମଣି ଗୋପ, ପ୍ରଦ୍ୟୁମ୍ନ ମହାନ୍ତ, ନରହରି ପାତ୍ର ପ୍ରମୁଖ କହିଛନ୍ତି ଯେ, ଯୋଡ଼ା-ଜୁରୁଡ଼ି-ବାମେବାରୀ ରାସ୍ତାରେ ଲୁଟେରା ଓ ବନ୍ୟଜନ୍ତୁଙ୍କ ଠାରୁ ଅଧିକ ଭୟ ପିଲେଟ। ରାସ୍ତାରେ ପଡ଼ି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ଯେ,କେଉଁ ମୂହୁର୍ତ୍ତରେ ଦୁର୍ଘଟଣା ଘଟୁଛି ତହା କହି ହେଉ ନ ଥିବା ପ୍ରକାଶ କରିଛନ୍ତି। ପିଲେଟକୁ ନେଇ ଅତୀତରେ ବହୁ ଆନ୍ଦୋଳନ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଚମ୍ପୁଆ ଉପଜିଲାପାଳ କିଛି ସର୍ତ୍ତମୂଳକ କଟକଣା ପୋଲିସ ଉପସ୍ଥିତିରେ ପରିବହନକାରୀ ଠିକାଦାରମାନଙ୍କୁ ଜାରି କରାଯାଇଥଲା। ହେଲେ ବର୍ତ୍ତମାନ ଏହି ପିଲେଟ ପରିବହନକାରୀ ସଂସ୍ଥାମାନେ ନିୟମକୁ ଉଲ୍ଲଂଘନ କରି ଅଞ୍ଚଳର କିଛି ଅସାଧୁ ପୋଲିସକୁ ହାତବାରିଶି କରି ପିଲେଟ ପରିବହନ କରୁଛନ୍ତି। ତେଣେ ପ୍ରତିଦିନ ବଡ଼ବିଲ ଠାରୁ ବାଂଶପାଣି, ଜୁରୁଡ଼ି ରେଳସାଇଡିଂକୁ ଶହ ଶହ ଟ୍ରକ ପିଲେଟ ପରିବହନ ହେଉଛି। ଏକ ହିସାବରୁ ଜଣାପଡ଼ିଛି ଯେ,ଏହି ରାସ୍ତାରେ ପ୍ରାୟ ୬ରୁ ୭ମେଟ୍ରିକ ଟନ ପିଲେଟ ଦୈନିକ ରାସ୍ତାରେ ପଡ଼ୁଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ୪୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଖଣି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପ୍ରତି ମେଟ୍ରିକ ଟନ ପିଛା ପିଲେଟର ମୂଲ୍ୟ ୬ ହଜାର ଟଙ୍କାରୁ ଅଧିକ ହେବ। ସୂଚନାଯୋଗ୍ୟ ଯେ,ପ୍ରଶାସନ ପିଲେଟ ପରିବହନ ଉପରେ ଆବଶ୍ୟକୀୟ ପଦକ୍ଷେପ ନ ନେଲେ ପ୍ରତିଦିନ ପିଲେଟ ନଷ୍ଟ ହେବା ସହ ଧନଜୀବନ ହାନୀ ବୃଦ୍ଧି ପାଇବ। ଏ ସମ୍ପର୍କରେ କେନ୍ଦୁଝର ଏସ୍‌ପି ଜୟନାରାୟଣ ପଙ୍କଜ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଜିଲା ପୋଲିସ ଦୁର୍ଘଟଣା ରୋକିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି। ଖୁବ ଶୀଘ୍ର ପିଲେଟ ପରିବହନ କରୁଥିବା ଟ୍ରକ, ଡମ୍ପର ଗୁଡ଼ିକରେ ସମ୍ପୂର୍ଣ୍ଣ ଘୋଡ଼ଣୀର ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବିଧାଠାରୁ ବହୁ ଦୂରରେ ଯୋଡ଼ା ବସ୍‌ଷ୍ଟାଣ୍ଡ

0ଯୋଡ଼ା,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହର ବସ୍‌ଷ୍ଟାଣ୍ଡର ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡ଼ୁଥିବା ବେଳେ ଏହି ବସ୍‌ଷ୍ଟାଣ୍ଡ ପ୍ରତି ଯୋଡ଼ା ପୌରପାଳିକା କିମ୍ବା ଜିଲା ପ୍ରଶାସନ...

ବାଲିଆପାଳର ପରିବା ଚାଷୀ ନିରୁତ୍ସାହିତ

ବାଲିଆପାଳ, ୨୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ପନିପରିବା ଚାଷୀ ପ୍ରାକୃତିକ ବିପର୍ଯ୍ୟୟ, ଅଭାବୀ ବିକ୍ରି ଓ ଶୀତଳଭଣ୍ଡାର ଅଭାବ ଆଦି କାରଣରୁ କ୍ରମେ ଚାଷ ଛାଡିବାକୁ...

ଟ୍ରାଫିକ ନିୟମ କୋହଳ କରିବାକୁ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ବାଲେଶ୍ୱର ଅଫିସ, ୭।୯-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୋଦିତ ନୂତନ ସଂଶୋଧିତ ଟ୍ରାଫିକ ଜରିମାନା ବ୍ୟବସ୍ଥାକୁ ଛାତ୍ରୀଛାତ୍ରମାନଙ୍କ ପ୍ରତି କିଛି ପରିମାଣରେ କୋହଳ କରିବାକୁ ଦାବି କରାଯାଇଛି।...

କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ-୨ରେ ଚଞ୍ଚକତା: ୨୦କୋଟିର ବେଆଇନ ଉତ୍ତୋଳନ

ଯୋଡ଼ା, ୨୧।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବଡ଼ବିଲ ତହସିଲ ତଥା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ଡରାଠାରେ ଥିବା ଏକ ଗ୍ରାନାଇଟ୍‌ ପଥର ଖଣିରୁ ବେଆଇନ ଭାବେ ପଥର...

ମା’ର ମୃତ୍ୟୁ ପରେ ଜେଲରେ ବାପା: ୧୮ଦିନର ଶିଶୁପୁତ୍ରକୁ ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ପକ୍ଷରୁ ବୁଧବାର ବସ୍ତା ଥାନା ଅନ୍ତର୍ଗତ ସାନଧନାଡ଼ି ଗ୍ରାମରୁ ୧୮ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପରେ ଏହି...

୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ

ତିହିଡ଼ି, ୨୦।୭ (ଡି.ଏନ.ଏ.) – ଆଷାଢ଼ ଯାଇ ଶ୍ରାବଣ ହେଲା। ଜମିରେ ଧାନ ଗଛଟିଏ ବସି ପାରିଲା ନାହିଁ। ଦୀର୍ଘଦିନ ଧରି ବର୍ଷା ଛାଡ଼ି ଯାଇଥିବାରୁ...

ଟଙ୍କା ନ ଦେଲେ ମିଳୁନି ରନ୍ଧନ ଗ୍ୟାସ

ବାଲେଶ୍ୱର ଅଫିସ,୭ା୪: ବାଲେଶ୍ୱର ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଟଙ୍କା ନ ହେଲେ ସରକାର ପ୍ରଦାନ କରିଥିବା ଏଲ୍‌ପିଜି ଗ୍ୟାସ ସଂଯୋଗ ମିଳୁ ନ ଥିବା ଅଭିଯୋଗ...

ଉତ୍ତରାଧିକାରୀ ପ୍ରମାଣପତ୍ର ଖାରଜ ଘଟଣା: କାଗଜପତ୍ର ଯାଞ୍ଚ କଲା ଭିଜିଲାନ୍ସ ଟିମ୍‌

ଖଇରା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଆଳଦା ମୌଜାରେ ଜମି କିଣାବିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅଡୁଆସୂତା ଭଳି ଛନ୍ଦି ହେବାରେ ଲାଗିଛି...

Advertisement
Archives

Model This Week