ରାସ୍ତାରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍‌: ୨ ମୃତ, ୧ ଗୁରୁତର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ନୟାପଲ୍ଲୀ ଥାନା ଫାୟାର ଷ୍ଟେଶନ ଛକରେ ଶନିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ରାସ୍ତାରେ ଛିଡ଼ା ହୋଇଯାଇଥିବା ତିନିଜଣ ଯାତ୍ରୀଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ କ୍ୟାପିଟାଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ପୋଲିସ ଖୋଳତାଡ଼ କରୁଛି। ତେବେ ଟ୍ରକ୍‌ଟି ନୟାପଲ୍ଲୀରୁ ବରମୁଣ୍ଡା ଯାଉଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀମାନଙ୍କ ଉପରେ ଚଢ଼ି ଯାଇଥିଲା। ତେବେ ଉପସ୍ଥିତ ଲୋକେ ଟକ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କମିଲାନି ବିଦ୍ୟୁତ୍‌ ଯାତନା

ପୁରୀ ଅଫିସ/ନିମାପଡ଼ା,୩ା୬(ଡି.ଏନ.ଏ.): ୨୦୧୯ ମେ ୩ ତାରିଖ ଥିଲା ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନ। ସେହିଦିନ ପୂର୍ବାହ୍ନରେ ତାଣ୍ଡବ ରଚାଇଥିଲା ବାତ୍ୟା ଫନୀ।...

‘ସମ୍ବଳ ଭିତରେ ପ୍ରକଳ୍ପ ପ୍ରସ୍ତୁତ କର’

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଜିଲାରେ ଜୀବିକା ନିର୍ବାହ ପନ୍ଥା ଏବଂ ଭିତ୍ତିଭୂମି ବିକାଶକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଲାଗି ସମ୍ବଳ ଓ ସମ୍ଭାବନାଭିତ୍ତିକ ଅଭିନବ ପ୍ରକଳ୍ପଗୁଡ଼ିକ ପ୍ରସ୍ତୁତ...

ଅକ୍ଟୋବର ୧ରୁ ଯୁକ୍ତ ୨ ଅଫ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଅକ୍ଟୋବର ୧ରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ଆରମ୍ଭ ହେବ। ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ଅକ୍ଟୋବର...

ମୃତଦେହ ପାଖକୁ ଆସିଲେନି ଘର ଲୋକେ

କେନ୍ଦୁଝର,୧୪।୫(ସ୍ବ.ପ୍ର/ଡି.ଏନ୍‌.ଏ.): କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଥିବା କେନ୍ଦୁଝର ଜିଲା ଶୁଆକାଟୀର ପ୍ରହଲ୍ଲାଦ ସେଠୀଙ୍କ ଗୁରୁବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମୃତ୍ୟୁ...

ଆଇସ୍‌କ୍ରିମ କାଠିରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୫।୧୧: ଦୀର୍ଘ ୨୫ବର୍ଷ ପରେ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ୨୭ ତାରିଖରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଏଥର କରୋନା...

ପାଦରେ ବେଡ଼ି ପକାଇଲା କରୋନା: କାର୍ଯ୍ୟାଳୟରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ଚଳିତ ବର୍ଷର ରଥଯାତ୍ରା ଐତିହାସିକ। କାରଣ ପ୍ରଥମ ଥର ପାଇଁ ବିନାଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି।...

ସାନ ରାମଚନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ: ପୋଲିସର ମୃଦୁ ଲାଠିଚାଳନା, ୭୦ରୁ ଉର୍ଦ୍ଧ୍ୱ ଅଟକ

ଗଞ୍ଜାମ,୨୩ା୬(ଡି.ଏନ.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ଗ୍ରାମରେ ଓଡିଆର୍‌ପି ଯୋଜନାରେ ମିଳୁଥିବା ଗୃହକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ଛକାପଞ୍ଝା...

ଉଜୁଡ଼ିବ ହାତୀ କରିଡର ବେଲଡୁଙ୍ଗୁରି

ସମ୍ବଲପୁର,୧୩ା୧୨(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଞ୍ଚଳରେ ଇଡ୍‌କୋ ପକ୍ଷରୁ ୫୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜମିରେ ଏକ...

Advertisement


Archives

Model This Week