ରାସ୍ତାପାର୍ଶ୍ୱ ବୃକ୍ଷରୋପଣରେ ଲକ୍ଷଲକ୍ଷ ଖର୍ଚ୍ଚ: ରକ୍ଷଣାବେକ୍ଷଣ ଅଭାବରୁ ମରିଯାଉଛି ଗଛ

ଲେଫ୍ରିପଡ଼ା,୯।୧୧(ଡି.ଏନ.ଏ)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏ) ରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନ୍ଦରଗଡ ଜିଲା ଉଜ୍ୱଲପୁର ରେଞ୍ଜରେ ପ୍ରହସନର ରୂପ ନେଇଛି। ଲକ୍ଷ ଲକ୍ଷ ଟଙ୍କା ବିନଯୋଗରେ ରାସ୍ତାଗୁଡ଼ିକର ଉଭୟ ପାର୍ଶ୍ୱରେ ଏହି ଯୋଜନାରେ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଥିଲେ ସୁଦ୍ଧା ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଫଳରେ ଅନେକ ଗଛ ମରିଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ଅର୍ଥ ପାଣିରେ ପଡ଼ୁଥିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି।
ସୂଚନା ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ଉଜ୍ୱଲପୁର ବନ ବିଭାଗ ପକ୍ଷରୁ ଉଜ୍ୱଲପୁର ଠାରୁ ସର୍ଗିପାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ପାର୍ଶ୍ୱରେ ବୃକ୍ଷରୋପଣ ନାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୬ଲକ୍ଷ ୧୩ ହଜାର ଟଙ୍କା ମଞ୍ଜୁରୀ ହୋଇଥିବା ବେଳେ ୪ ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାଧାରଣ ଲୋକଙ୍କ ସୂଚନା ପାଇଁ ସୂଚନାଫଳକ ନିହାତି ଜରୁରୀ ହୋଇଥିଲେ ସୁଦ୍ଧା ଏଠାରେ କୌଣସି ସୂଚନା ଫଳକ ଦିଆଯାଇ ନାହିଁ। ସୂଚନାକୁ ଲୁଚାଇବାକୁ ଉଦ୍ୟମ କରାଯାଇଥିବାରୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ରାସ୍ତାର ୬ କି.ମି. ଦୂରତା ପର୍ଯ୍ୟନ୍ତ ବୃକ୍ଷରୋପଣର ଅଟକଳ କରାଯାଇଥିଲେ ସୁଦ୍ଧା ଦେଢ କିମିରେ ସୀମିତ ରହିବା ଏବଂ ଆବଶ୍ୟକୀୟ ଯତ୍ନ ଅଭାବରୁ ଗଛଗୁଡ଼ିକ ମରିଯିବା ତଥା ଠିକ୍‌ ଭାବେ ବଢିପାରୁ ନ ଥିବାର ଅଭିଯୋଗ ହୋଇଛି। ଏଭଳିକି ଅନେକ ଗଛ ଚତୁଃପାର୍ଶ୍ୱରେ ଜଙ୍ଗଲ ବୁଦାହୋଇ ଗଛଗୁଡ଼ିକ ନଷ୍ଟ କରି ଦେଉଥିବାବେଳେ ସେ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଗୁରୁତ୍ୱ ଦେଉ ନ ଥିବା ପ୍ରକାଶ ପାଇଛି।
ଏହି ପ୍ରକଳ୍ପ ପାଇଁ ମୋଟ ଖର୍ଚ୍ଚ ୪,୬୮,୭୯୮.୭୬ ଟଙ୍କା ଦର୍ଶାଯାଇଥିବା ବେଳେ ତନ୍ମଧ୍ୟରୁ ୭୦ ଜଣ ଶ୍ରମିକ ନିୟୋଜିତ କରାଯାଇ ୭୦,୯୮୦ ଟଙ୍କା ଶ୍ରମିକଙ୍କ ପାଉଣା ଏବଂ ୩,୯୭,୮୧୮.୭୬ ଟଙ୍କା ସାମଗ୍ରୀ ବାବଦ ଖର୍ଚ୍ଚ ଦର୍ଶାଯାଇଛି। ତନ୍ମଧ୍ୟରୁ ଗାଈଗୋବର ପାଇଁ ୧୧,୨୫୦ଟଙ୍କା, ସୂଚନାଫଳକ ସମେତ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୯,୭୦୦ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ଏଥିରେ ବୃକ୍ଷରୋପଣରେ କୌଣସି ଗୋବର ଖତ ବ୍ୟବହାର କରାଯାଇ ନାହିଁ। ସୂଚନାଫଳକ ଲଗାହୋଇ ନ ଥିବା ବେଳେ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଛଡା ଏହି ରେଞ୍ଜର ଟାଙ୍ଗରମୁଣ୍ଡାଠାରୁ ଟେଡ଼ଗାମହଣ ରାସ୍ତା, କୁଟ୍ରା ଠାରୁ ତିନକୁଡ଼ା ପଞ୍ଚାୟତ ରାସ୍ତା, ମଙ୍ଗସପୁରଠାରୁ କୁର୍ଲା ରାସ୍ତା, ସାଗରପାଲି ଠାରୁ ଧଉଁରାଅଢା ରାସ୍ତା, ମହୁଲପାଲି ଇଣ୍ଡଷ୍ଟ୍ରି ଠାରୁ କୁର୍ଗା ରାସ୍ତା, ମହୁଲପାଲିଠାରୁ କନକଜୁରା ପ୍ରଧାନମନ୍ତ୍ରୀ ରାସ୍ତା, କେପ୍‌ସେଠାରୁ ଖମାରବାହାଲ, କିିରକେଲା ଠାରୁ କରୁଆବାହାଲ, କିିରକେଲାଠାରୁ ଦୁବେଦାଣ୍ଡ, କିିରକେଲାଠାରୁ କୁରୁଡ଼ୁଙ୍ଗୁରି ଆଦି କେତେକ ରାସ୍ତାପାର୍ଶ୍ୱ ପ୍ରକଳ୍ପ କରାଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବୃକ୍ଷରୋପଣ କରାଯାଇଛି। ଗଛଗୁଡ଼ିକର ଆବଶ୍ୟକ ସୁରକ୍ଷା ଓ ଯତ୍ନ ପ୍ରତି ବିଭାଗ ପକ୍ଷରୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଉଜ୍ୱଳପୁରଠାରୁ ସର୍ଗିପାଲି ରାସ୍ତାର ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ଉଜ୍ୱଳପୁର ରେଞ୍ଜର ସଂଗ୍ରାମ କେଶରୀ ମଣିହୀରାଙ୍କୁ ପଚାରିବାରୁ ସୂଚନା ଫଳକ ଲଗାଯାଇଥିଲା। କୌଣସି ବ୍ୟକ୍ତିବିଶେଷ ଭାଙ୍ଗିଚୋରି କରି ନେଇଥିବା ପ୍ରକାଶ କରିଥିଲେ। ବୃକ୍ଷରୋପଣର ରକ୍ଷଣାବେକ୍ଷଣ ଦିଗରେ ପଚାରିବାରୁ ଗାବିଆନ୍‌ ସବୁ ଜନସାଧାରଣ ଚୋରି କରି ନେଇଯାଉଥିବାରୁ ପରେ ଗଛସବୁ ନଷ୍ଟ ହୋଇଯାଉଛି ବୋଲି କହିଛନ୍ତି। ସେହିପରି ଏମ୍‌ଜିଏନ୍‌ଆରଇଜିଏ ଯୋଜନାରେ ବୃକ୍ଷରୋପଣ କରାଯାଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରିବାରୁ ଆମ ପାଖରେ ବୃକ୍ଷ ରୋପଣ ପରେ ରକ୍ଷଣାବେକ୍ଷଣ କରିବାକୁ ଓ୍ବାଚର ନାହାନ୍ତି। ଏମ୍‌ଜିଏନ୍‌ଆରଇଜିଏର ପେମେଣ୍ଟ ଅନ୍ୟ ମଜୁରୀ ତୁଳନାରେ କମ୍‌ ଏବଂ ବିଳମ୍ବରେ ପେମେଣ୍ଟ ମିଳୁଥିବାରୁ ଓ୍ବାଚର କାମ କରୁନାହାନ୍ତି ବୋଲି କହିଥିଲେ। ତେଣୁ ଗଛ ସବୁ ନଷ୍ଟ ହୋଇଯାଉଛି ଏବଂ ରକ୍ଷଣାବେକ୍ଷଣ ହୋଇପାରୁନାହିଁ ବୋଲି କହିଛନ୍ତି। ଏମ୍‌ଜିଏନ୍‌ଆରଇଜିଏ ଯୋଜନାର କାର୍ଯ୍ୟକାରିତାରେ ରେଞ୍ଜରର କୌଣସି ସମ୍ପୃକ୍ତି ନାହିଁ। ଏହା ବ୍ଲକ୍‌ ଏବଂ ଫରେଷ୍ଟରମାନେ କାର୍ଯ୍ୟ କରିଥାନ୍ତି ବୋଲି ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?