ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ଗୋପାଳପୁର,୨୭ା୯- ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଶନିବାର ପରିବର୍ତ୍ତେ ଶୁକ୍ରବାର ଗୋପାଳପୁରରେ ଥିବା ଆର୍ମି ଏଡି କଲେଜରେ ରାଷ୍ଟ୍ରପତି ପହଞ୍ଚତ୍ବେ। ସ୍ବତନ୍ତ୍ର ବିମାନ ଯୋଗେ ସେ ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ସେଠାରୁ ହେଲିକପ୍ଟରରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ୩୦ମିନିଟ୍‌ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚତ୍ବେ। ସେଠାରୁ କଡ଼ା ସୁରକ୍ଷା ବଳୟରେ ବାହାରି ଆର୍ମି ଏଡି କଲେଜରେ ପହଞ୍ଚତ୍ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ ଫୋର୍ସ ସହିତ ୧ ଶହ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଓ ଗୋଇନ୍ଦା ବିଭାଗର ଅଧିକାରୀମାନେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚତ୍ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଏହି ଅବସରରେ କାର୍‌କେଡ୍‌ ମକ୍‌ଡ୍ରିଲ ମଧ୍ୟ ହୋଇଥିଲା। ଏଥିରେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଆସିଥିଲା। ଏଥିସହ ବମ୍‌ସ୍କ୍ବାଡ୍‌ ଓ ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ ମଧ୍ୟ କରାଯାଇଥିଲା । ଗୋପାଳପୁର ଆର୍ମି ଏଡି କଲେଜର ପାସିଂଆଉଟ୍‌ ସେରିମନିରେ ରାଷ୍ଟ୍ରପତି ଯୋଗଦେଇ କ୍ୟାଡେଟ୍‌ମାନଙ୍କୁ ସମ୍ମାନ ଜନକ ଫ୍ଲାଗ ପ୍ରଦାନ କରିବେ ା ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥଳସେନା ମୁଖ୍ୟ ବିପିନ ରାୱତ୍‌, ଲ୍ୟୁଟନାଣ୍ଟ ଜେନେରାଲ ଅଶ୍ୱିନୀ କୁମାର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୁରୁବାରରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ସାଦା ପୋଷାକରେ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମଳିଛି। ସୁରକ୍ଷା ବ୍ୟବସ୍ଥା ଯେଭଳି କଡ଼ାକଡ଼ି ହେବ ସେନେଇ ଡିଆଇଜି ଭୋଇ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶୋଧନ ହେଲା ଖଣି ଅଞ୍ଚଳ

କେନ୍ଦୁଝର, ୧୬ା୪(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଶୁଆକାଟି ଖଣି ଅଞ୍ଚଳରେ ବିଭିନ୍ନ ଗ୍ରାମ ରାସ୍ତାଘାଟକୁ ବୁଧବାର ବିଶୋଧନ କରାଯାଇଛି। କଳିଙ୍ଗ କମର୍ସିଆଲ କର୍ପୋରେଶନ ପକ୍ଷରୁ ଇଚିଣ୍ଡା, ତଳ କଇଁସରୀ,...

ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ପୋଲିସର ତଦନ୍ତ ଆରମ୍ଭ

ଦେବଗଡ଼,୨୫।୩ (ଡି.ଏନ. ଏ.): ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ତେବେ ଘରେ...

ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ପରାମର୍ଶ: ଗର୍ବ, ଅହଂକାରଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା

ଭୁବନେଶ୍ୱର,୩।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ନବ ନିର୍ବାଚିତ ବିଜେଡି ବିଧାୟକମାନଙ୍କର ଏକ ବୈଠକ କରିଛନ୍ତି। ଏହି ବୈଠକରେ ବିଧାୟକମାନଙ୍କୁ ସରଳ...

ଅଠର ବର୍ଷର ଅପେକ୍ଷା

ବଇଣ୍ଡା,୨୮ା୧(ପରିକ୍ଷିତ ସାହୁ): କ୍ରୀଡ଼ାର ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। କଳିଙ୍ଗ ଷ୍ଟାଡିୟମର ଆଧୁନିକୀକରଣ ଠାରୁ ଆରମ୍ଭ କରି ଜିଲା ଓ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ...

କ୍ଷେତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୫।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ଖଜୁରିଆ ଜାତୀୟ ରାଜପଥ କଡରେ ଥିବା ଏକ ବୁଦାମୂଳରୁ ଗୋସାଣି ନୂଆଗାଁ ପୋଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ...

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩,୮୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୬।୧୦ (ବ୍ୟୁରୋ): ଓଡ଼ିଶାରୁ ମଙ୍ଗଳବାର ୩ ହଜାର ୮୧୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ସାହାଯ୍‌ ଲାଗି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଗୁହାରି କଲେ ଗାଁବାସୀ: ବୋନମ୍ୟାରୋ ସମସିଆରେ ପୀଡ଼ିତ ମାନସ

ଲୋଇସିଂହା,୨୫।୭ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ହରଭଙ୍ଗା ଗାଁର ବେଣୁଧର ବିଶ୍ୱାଳକଁର ପୁଓ ମାନସ ବିଶ୍ୱାଳ(୭)। ଏହେଦେ ସେ ବୋନମ୍ୟାରୋ ସମସିଆରେ ପୀଡ଼ିତ ଥିଲାବେଲେ...

ଜଳ ନିଷ୍କାସନ ସମସ୍ୟା ସମାଧାନ ହେବ

ବରୀ,୧୭।୪(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରି ପଞ୍ଚାୟତର ମେଦୁଆନାଳ, ଦୋବୁଅ ନାଳ ଓ ସପନା ପାଟରୁ ଜଳ ନିଷ୍କାସନ ନିମନ୍ତେ ଅଧପନ୍ତରିଆ ଭାବେ ଖୋଳାଯାଇଥିବା ନାଳର...

Advertisement
Archives

Model This Week