Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ପ୍ରଭାବରେ ସୁବିଧାରେ କାମ ହାସଲ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବ ମାତ୍ର ବାଣିଜ୍ୟ,ବ୍ୟବସାୟ ଓ ରାଜନୀତିରେ ଚେଷ୍ଟା କରି ସଫଳ ହେବେ।
ବୃଷ
ବୃଷ
ରାଶିରେ ଚନ୍ଦ୍ର ରହିଥିବାରୁ ଭାବ ପ୍ରବଣତା ବଶତଃ ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ନିଜର ଅଳସୁଆମି ଯୋଗୁ କିଛି ନ କରି ଅନ୍ୟମାନଙ୍କ ଦ୍ୱାରା କାମ ଉଠାଇ ପାରନ୍ତି। ଶତ୍ରୁମାନେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ । ଅର୍ଥ ସମ୍ପର୍କୀୟ ବୁଝାମଣାରେ ତ୍ରୁଟି ରହିଯାଇପାରେ।
ମିଥୁନ
ମିଥୁନ
ରବିଙ୍କ ସ୍ବଗୃହାବଲୋକନ ଆପଣଙ୍କୁ ଆମତ୍ବଳ ସମ୍ପନ୍ନ କରାଇବା ସହ ବୁଧଗ୍ରହ ସମ୍ପର୍କୀୟଙ୍କ ସାହାଯ୍ୟପ୍ରାପ୍ତ କରାଇବ । କିନ୍ତୁ ଆଲୋଚନା କ୍ଷେତ୍ରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି। ପାରିବାରିିକ ଜୀବନ ସୁଖ ସନ୍ତୋଷରେ କାଟିବେ । ଆଜିର ବ୍ୟବସାୟ, ପରିବହନ ଓ ଯାତ୍ରା ତଥା ଆଇନ ଅଦାଲତ କ୍ଷେତ୍ରରେ ସଫଳତା ପାଇବେ।
କର୍କଟ
କର୍କଟ
ଲାଭସ୍ଥାନରେ ଏକାଦଶାଧିପତି ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସାହାଯ୍ୟ କରିବେ। ଅନୁକୂଳ ବାତାବରଣ ମଧ୍ୟରେ ଦୀର୍ଘ ଦିନରୁ ରହି ଆସିଥିବା ସମସ୍ୟା ସମାଧାନ ହେବ। ରହିଯାଇଥିବା ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷତ୍ତି ନେବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ସି˚ହ
ଗୁରୁ ସହ ମଙ୍ଗଳଙ୍କ ସମ୍ବନ୍ଧରୁ ବନ୍ଧୁଙ୍କ ସହିତ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପଡୋଶୀଙ୍କ ଦୁଃଖଦ ପରିସ୍ଥିତିକୁ ନେଇ ମାନସିକ ବ୍ୟଥା ଅନୁଭବ କରିବେ । ଗୃହ ନିର୍ମାଣାଦି କାର୍ଯ୍ୟ ତ୍ୱରାନ୍ବିତ ହେବ। ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧୁରିବାକୁ ଚେଷ୍ଟା କରିବାରେ ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।
କନ୍ୟା
ଦୁଃସ୍ଥାନରେ ବୁଧଙ୍କ ସ୍ଥିତି ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ପରିସ୍ଥିତିରେ ପଡି ଅନନ୍ୟୋପାୟ ହୋଇ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟହେବେ। ପିଲାମାନଙ୍କ କଳହକୁ କେନ୍ଦ୍ର କରି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହୋଇଯିବ।
ତୁଳା
ତୁଳା
ସପ୍ତମକେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରେ ଆକସ୍ମିକ ଆଶା ପୂରଣ ହେବାରୁ ସୁସ୍ଥ ମନ ନେଇ କାମ କରିବେ । ପରିବାରରେ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦୀୟ ସ୍ଥିତିରେ ପଡିପାରନ୍ତି। ଆର୍ଥିକ ସ୍ଥିତି, ସହକର୍ମୀଙ୍କ ସହଯୋଗ ନେଇ ସନ୍ତୁଷ୍ଟ ରହିପାରନ୍ତି।
ବିଛା
ବିଛା
ଘାତଚନ୍ଦ୍ର ଜନିତ ମାନସିକ ଅସ୍ଥିରତା ଲାଗି ରହିବ ଏବଂ କୌଣସି କାମ ଶୃଙ୍ଖଳିତ ଭାବରେ କରିପାରିବେ ନାହିଁ। ବନ୍ଧୁବର୍ଗଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ। ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ କିନ୍ତୁ ଆପଣଙ୍କ ଆଶା ପୂରଣ ହୋଇପାରିବ । ଶତ୍ରୁତା କରୁଥିବା ନୀଚ୍ଚମନା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇ ପାରନ୍ତି।
ଧନୁ
ଧନୁ
ଗ୍ରହବୈଗୁଣ୍ୟତାରୁ ମାନସିକ ଓ ଶାରୀରିକ ସୁସ୍ଥତା ରହି ନ ପାରେ। ଦୀର୍ଘସମୟ ଏକାକୀ ନିରୋଳାରେ ରହି ଅତୀତର ବିବାଦୀୟ ବିଷୟରେ ସମୀକ୍ଷା କରିବେ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
ମକର
ମକର
ବଳଶାଳୀ ରାଶ୍ୟାଧିପତିଙ୍କ ସ୍ଥିତିରୁ ସ୍ବାସ୍ଥ୍ୟ, କର୍ମକ୍ଷେତ୍ର ଭଲ ରହିବା ସହ ଭାଇବନ୍ଧୁ ପଡୋଶୀଙ୍କ ସହ କଳହ ଲାଗିପାରେ। କିନ୍ତୁ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ଆଜିର ଯାତ୍ରା,ବ୍ୟବସାୟ, ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ଭଲ। ଜଣେ ନିଃସହାୟ ଲୋକଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ।
କୁମ୍ଭ
କୁମ୍ଭ
ସାମାନ୍ୟ କଥାରେ ଉତ୍ତେଜିତ ହୋଇ ପରିବେଶକୁ ଗରମାଗରମ କରିଦେଇପାରନ୍ତି। କିନ୍ତୁ ଶତଭିଷା ନକ୍ଷତ୍ର ଅସୁବିଧାଜନକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ଆକସ୍ମିକ ଭାବେ ଯୋଡି ହୋଇଯିବ। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ବନ୍ଧୁଦ୍ୱାରକୁ ଗମନ କରିବାକୁ ମନସ୍ଥ କରିପାରନ୍ତି।
ମୀନମୀନ
ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ଆପଣଙ୍କ ଆଶା ଓ କାମନାକୁ ଚରିତାର୍ଥ କରିବାରେ ସହାୟକ ହେବ। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ, ପୁରାଣ ପଠନ, ଆଲୋଚନା ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ସାହିତ୍ୟଚର୍ଚ୍ଚା ପ୍ରଶାସନିକ ସ୍ତରରେ ଓ ରାଜନୀତିରେ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri