Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧୯ ତାରିଖ

ମେଷ
ଆଜିର ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ଯୋଗୁ କର୍ମକ୍ଷେତ୍ରରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ ଥିବେ । ନିର୍ମାଣ, ନୂତନ କର୍ମାରମ୍ଭ ଅଟକି ଯିବ । କଳା, ସାହିତ୍ୟ, ମନୋରଞ୍ଜନ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ।
ବୃଷ
ବୃଷ
ରାଶ୍ୟାଧିପ ନୀଚ୍ଚାରୋହୀ କାରଣରୁ ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିି ବିଶେଷ ସହାୟତା କରିବେ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ଅଶାନ୍ତିର ମାତ୍ରାକୁ ବଢାଇପାରେ।
ମିଥୁନ
ମିଥୁନ
ଉଚ୍ଚାରୋହୀ ବୁଧ ପ୍ରଭାବରେ ଶାରୀରିକ ସୁସ୍ଥତା ସହ କର୍ମକ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଆଲୋଚନାରେ ଭାଗନେଇ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ଉପକୃତ ହୋଇପାରନ୍ତି । ପରିବାରର ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ । ଅଳଙ୍କାର ଓ ସୌଖୀନ ଦ୍ରବ୍ୟ କ୍ରୟ ପାଇଁ ମନ ବଳାଇବେ।
କର୍କଟ
କର୍କଟ
ଚନ୍ଦ୍ର ନବମସ୍ଥ ରହି ପାପଗ୍ରହ ପ୍ରଭାବରୁ ମୁକ୍ତ ରହିଥିବାରୁ ଯେଉଁ କର୍ମାରମ୍ଭ କଲେ ମଧ୍ୟ ସଫଳତା ପାଇବେ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୈାଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ଭାବପ୍ରବଣବଶତଃ ଓଲଟା କଥା କହି ବନ୍ଧୁ ଗହଣରେ ଅପଦସ୍ଥ ହୋଇପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।
ସି˚ହ
ସି˚ହ
ବୁଧ ବ୍ୟୟଭାବରେ ରହିଥିବାରୁ ପରିସ୍ଥିତିରେ ପଡି ହଠାତ୍‌ ବହୁତ୍‌ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ଈର୍ଷା ପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ସାମାଜିକ ସ୍ତରରେ ପ୍ରତିଯୋଗିତା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ । ବ୍ୟବସାୟରେ, ପ୍ରକଳ୍ପାରମ୍ଭରେ, ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
ରାଶ୍ୟାଧିପ ଏକାଦଶସ୍ଥ ଯୋଗୁ ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ ଓ ଆଶାଜନକ ଫଳ ପାଇବେ । କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା,ଏଜେନ୍ସିପରୁ ଖୁସି ରହିବେ । ଅଚାନକ ଭାବରେ ବନ୍ଧୁଙ୍କ ନିକଟରୁ ଶୁଭ ଖବର ଶୁଣି ଖୁସି ହେବେ । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ।
ତୁଳା
ତୁଳା
ଦେବଗୁରୁଙ୍କ ଶୁଭଦୃଷ୍ଟି ଚନ୍ଦ୍ରଙ୍କ ଉପରେ ନିପତିତ ହେଉଥିବାରୁ ସମସ୍ୟା ସମାଧାନ ହୋଇଯିବାର ମାର୍ଗ ଉନ୍ମୁକ୍ତ ହେବ । ଲାଭସ୍ଥାନରେ ଶୁକ୍ର ହେତୁ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି । ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ବ୍ୟବସାୟ, ପରିବହନ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ ।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଯାତ୍ରା ସରଳ ଓ ସହଜସାଧ୍ୟ ରହିବ । ଆକସ୍ମିକ ଭାବରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରିବା ସକାଶେ ଦୂରଯାତ୍ରାରେ ଅଭିଳଷିତ ଜିନିଷ ପାଇବେ । ଆର୍ଥିକ ସ୍ଥିତି, ବୈବାହିକ ସମ୍ପର୍କ, ସାମୂହିକ କାର୍ଯ୍ୟ ଓ ଆନୁଷ୍ଠାନିକ ଆଲୋଚନାରେ ଲକ୍ଷ୍ୟହାସଲ କରିବେ ।
ଧନୁ
ଧନୁ
ରାଶ୍ୟାଧିପ ଦ୍ୱାଦଶସ୍ଥ ଯୋଗୁ ଆପଣଙ୍କୁ ଅଚାନକ ଭ୍ରମଣ ସୁଯୋଗ ଜୁଟିପାରେ । କିନ୍ତୁ ଅଷ୍ଟମସ୍ଥ ବୁଧ ଯୋଗୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଠିକ ଭୁଲ ବିଚାର ନ କରି କାମ କଲେ ନିଶ୍ଚିତ ଭାବରେ ପ୍ରତାରିତ ହେବେ । ଈର୍ଷାପରାୟଣ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ ।
ମକର
ମକର
ବିଭିନ୍ନ ବିଷୟ ଚିନ୍ତାକରି କାମ କରିବାର ସ୍ପୃହା କମି ଯାଇପାରେ। ଜାଗ୍ରତ ହେବ ଓ ମନୋବଳ କ୍ରମଶଃ ବୃଦ୍ଧି ପାଇବ। ସତ୍‌ସଙ୍ଗଜନିତ ଧର୍ମକାର୍ଯ୍ୟ ସକାଶେ ମନ ବଳିବ । ଫଳତଃ ସମାଜ ସେବା ଦିଗକୁ ମନ ବଳାଇପାରନ୍ତି। ଅନ୍ୟମନସ୍କତା କିମ୍ବା ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହେବାର ଆଶଙ୍କା ରହିଛି ।
କୁମ୍ଭ
କୁମ୍ଭ
ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିବେ । ସଭାସମିତିରେ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ । ଆଗାମୀ ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ମଜ୍ଜିରହିପାରନ୍ତି। ଆଜି ଦିନଟି ସାଙ୍ଗସାଥି ମେଳରେ ଭଲରେ କଟିବ। ପରିହାସଯୁକ୍ତ କଥା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବାର ସୂଚନା ରହିଛି ।
ମୀନମୀନ
ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କର୍ମକ୍ଷେତ୍ରରେ ଜଣେ ବିଜାତୀୟ ବ୍ୟକ୍ତି ଅସହଯୋଗ କରିପାରେ। ଯେତେ ଭଲ କାମ କରନ୍ତୁ ନା କାହିଁକି ପରିବାର ମଧ୍ୟରେ ସମାଲୋଚିତ ହେବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ଚଳିବାକୁ ବାଧ୍ୟ ହେବେ। ଶିଳ୍ପ, ପରିବହନ, ଶେୟାର ବଜାର, ରପ୍ତାନି ବାଣିଜ୍ୟରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୨ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ନିଶ୍ଚିତ। ଅର୍ଥ ସମସ୍ୟା ସୁଧାରି ନେବାରେ ସଫଳ ହେବେ। ସାହାଯ୍ୟ…

ରାଶିଫଳ: ବୁଧବାର, ଜୁଲାଇ ୧ ତାରିଖ – Daily Horoscope

ମେଷ ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର, ଅର୍ଥଲାଭ, ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope

ମେଷ ଭାଗ୍ୟ ସ୍ଥାନରେ ଚନ୍ଦ୍ର ଥିବାରୁ ଖୁସୀ ମନରେ କାମ କରିବା ସହ ବନ୍ଧୁ ପରିଜନମାନଙ୍କ ଆଦରଣୀୟ ହେବେ। ଶନିଙ୍କ ଦୁର୍ବଳତା କାରଣରୁ କେତେକ ସାମାନ୍ୟ ଭୁଲ୍‍ରୁ…

ରାଶିଫଳ: ସୋମବାର, ଜୁନ୍ ୨୯ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ। ସାମାନ୍ୟ ଭୁଲ୍‍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବାର ଆଶଙ୍କା ରହିଛି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri