Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ
ରାଶିର ପୂବାର୍ଦ୍ଧରେ ବଳଶାଳୀ ଗ୍ରହଥିବାରୁ ଦିନର ପୂର୍ବାହ୍ନଟି ଆପଣଙ୍କ ପାଇଁ ବିଶେଷ ପ୍ରଭାବଶାଳୀ ରହିବ । ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ । ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିପାରନ୍ତି । ଅର୍ଥ ପ୍ରାପ୍ତି ହେବ ଏବଂ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ।
ବୃଷ
ବୃଷ
ଶନି ନବମସ୍ଥ ଯୋଗୁଁ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ । ଦିନଚର୍ଯ୍ୟା ମଧ୍ୟରେ ପ୍ରତ୍ୟେକ କଥାକୁ ସରଳ ଭାବରେ ଗ୍ରହଣ କଲେ ଜଟିଳତା ଭିତରକୁ ଟଣା ହୋଇପାରନ୍ତି । ସାହିତ୍ୟ, ସାମ୍ବାଦିକତା, କୃଷି, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ । ଦର୍ଶନରୁ ମନ ଖୁସୀ ରହିବ ।
ମିଥୁନ
ମିଥୁନ
ରବିଙ୍କ ସ୍ଥିତି ପାଖପଡୋଶୀ,ବନ୍ଧୁବର୍ଗ କିମ୍ବା ସହକର୍ମୀଙ୍କ ଦ୍ୱାରା କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରନ୍ତି । ଆର୍ଥିକ ସ୍ଥିତିର ଅଭିବୃଦ୍ଧି ସଙ୍ଗକୁ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁଁ ଆଗେଇ ଯିବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସ୍ଥିତି ମଧ୍ୟ ଆଜି ବିଶେଷ ଭଲ ରହି ନ ପାରେ ।
କର୍କଟ
କର୍କଟ
ସାମୟିକ ସମସ୍ୟା ମଧ୍ୟରେ ପାରିବାରିକ,ପ୍ରଶାସନରୁ ସୁଫଳ ମିଳିବ । ଆତ୍ମୀୟସ୍ବଜନଙ୍କ ସହାୟତାରେ ହାତକୁ ନେଇଥିବା କାଯର୍‌ୟ ସମ୍ପନ୍ନ ହେବାର ଆଶା ରଖିପାରନ୍ତି । ଭାବପ୍ରବଣ ହୋଇ କଣନା କ’ଣ କହି ବସିବେ,ଯାହା କି ଅନର୍ଥର କାରଣ ପାଲଟିଯିବ । ଆଲୋଚନା ପରିସରରେ ନିଷ୍ପତ୍ତି ନେବାରେ ପଛେଇ ଯିବେ ।
ସି˚ହ
ସି˚ହ
ମଙ୍ଗଳଗ୍ରହ ଷଷ୍ଠସ୍ଥାନସ୍ଥ ଯୋଗୁ ଅସ୍ବସ୍ତିକର ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହେବ । ବ୍ୟବସାୟ, ବାଣିଜ୍ୟ, ପରିବହନ, ଜମିଜମା କାରବାର, ନିର୍ମାଣ କ୍ଷେତ୍ରରୁ ଭଲ ଲାଭ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖାଦେଇ ପାରେ ।
କନ୍ୟା
ଲଢ଼ିବା ସକାଶେ ଆତ୍ମୀୟସ୍ବଜନଙ୍କୁ ମନାଇବା ପାଇଁ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିପାରନ୍ତି । ଅବଶ୍ୟ ଆଇନ ସହାୟତାଜନିତ ଅଦାଲତରୁ ସୁଫଳ ପାଇବାରେ ଅସୁବିଧା ହେବନାହିଁ । କିନ୍ତୁ ଜମିଜମା କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟିର ସମ୍ଭାବନା ରହିବ । ବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟା ସମାଧାନ ହୋଇଯିବ ।
ତୁଳା
ତୁଳା
ନୀରବତା ଓ ଯୋଗାଯୋଗ ଅଭାବରୁ ଅଧିକାଂଶ ସମୟ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ । ଦୈହିକ ଦୁର୍ବଳତା ଓ ମାନସିକ ଅସୁସ୍ଥତା ଯୋଗୁ ମନୋବଳ କମି ଯାଇପାରେ । ନୂତନ ସ୍ଥାନ ପରିଦର୍ଶନ ଠପ୍‌ ହୋଇଯାଇପାରେ । ଶତ୍ରୁତାର ଅନ୍ତ ଘଟିଥିବା ମନେକରି କେତେକାଂଶରେ ଆଶ୍ୱସ୍ତିି ଲାଭକରିବେ ।
ବିଛା
ବିଛା
କୌଣସି ବିବାଦୀୟ ପରିସ୍ଥିତିରୁ ସହସା ମୁକ୍ତି ମିଳିବାରୁ ଆଶ୍ଚର୍ଯ୍ୟାନ୍ବିତ ହୋଇପାରନ୍ତି । ଅଭାବକୁ ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା କରିପାରନ୍ତି । ବନ୍ଧୁଙ୍କ ପରାମର୍ଶକୁ ପ୍ରାଧାନ୍ୟ ଦେଇପାରନ୍ତି । ରାଜନୈତିକ ବ୍ୟକ୍ତି, ସାହିତି୍ୟକ ଓ କଳାକାରମାନଙ୍କ ସକାଶେ ଦିନଟି ଭଲ ।
ଧନୁ
ଧନୁ
ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ । ପ୍ଲଟିଙ୍ଗ କାରବାର, ଆଲୋଚନା,ପ୍ରେସ୍‌ ଓ ପବ୍ଲ୍ଳିକେଶନରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ । କେତେକ କ୍ଷେତ୍ରରେ ଅନୁତାପ କରିବାକୁ ପଡିପାରେ । ଛୋଟ ଛୋଟ କଥାକୁ ନେଇ କଳହ ଲାଗିବାର ଆଶଙ୍କା ରହିଛି ।
ମକର
ମକର
ସାମୟିକ ଶାରୀରିକ ଅସୁସ୍ଥତା ହେତୁ ପ୍ରତ୍ୟେକ କାମରେ ପଛୁଆ ରହିବେ । ଆର୍ଥିକ ସ୍ଥିତି ଚିନ୍ତାଜନକ ନ ହେଲେ ମଧ୍ୟ ଏଥିପାଇଁ ମୁଣ୍ଡ ଖେଳାଇ କାମ କରିବାକୁ ପଡିବ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଝଗଡା ଲାଗିପାରେ । ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ଅଶାନ୍ତ ମନରେ ସମୟ କଟାଇବାକୁ ପଡିବ ।
କୁମ୍ଭ
କୁମ୍ଭ
ଆର୍ଥିକ ଅନଟନକୁ ଦୂରେଇବାରେ ସମର୍ଥ ହେବା ସଙ୍ଗକୁ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଫଳରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ମୀନମୀନ
ମନର ଭାବକୁ ଗୋପନ ରଖି ବନ୍ଧୁଙ୍କ ସହ ଭାବ ବିନିମୟ କରିବାକୁ ମନସ୍ଥ କରିପାରନ୍ତି । ଶିଳ୍ପ, ବାଣିଜ୍ୟ,ବ୍ୟବସାୟକ୍ଷେତ୍ରରେ କେତେକ ଆକସ୍ମିକ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ । ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହେବାର ଆଶଙ୍କା ରହିଛି । ସ୍ବାସ୍ଥ୍ୟସମସ୍ୟା କେତେକାଂଶରେ ଦୂରୀଭୂତ ହୋଇଯାଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ପ୍ରତ୍ୟେକ ଦିଗରୁ ମନ ଖୁସୀ ରହିବ, କାମଗୁଡିକ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା...

ରାଶିଫଳ: ରବିବାର, ଜାନୁୟାରୀ ୨୪ ତାରିଖ – Daily Horoscope

ମେଷ ଆଜି ଆପଣ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖକୁ ମନେପକାଇପାରିବେ ନାହିଁ। ତଥାପି କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କିମ୍ବା...

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ କୌଣସି ଏକ ଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ବନ୍ଧୁମାନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଘରର...

ରାଶିଫଳ: ବୁଧବାର, ଜାନୁଆରି ୨୨ ତାରିଖ – Daily Horoscope

ମେଷ ରୋଜଗାର ସ୍ଥାନରେ ଶୁକ୍ର ଆପଣଙ୍କୁ ଅଭିଳଷିତ ଅର୍ଥ, ବିଳାସ ସାମଗ୍ରୀ, ଯାନବାହନ ପ୍ରଭୃତି ଲାଭ କରିବାରେ ସହାୟକ ହେବେ। ବାଧ୍ୟବାଧକତାରେ ଦୂରସ୍ଥାନକୁ ଯାତ୍ରା କରିବାକୁ...

ରାଶିଫଳ: ଗୁରୁବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ ଧନ ସ୍ଥାନରେ ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିରୁ ଅର୍ଥ ପାଇବେ ଏବଂ ବନ୍ଧୁଗହଣରେ ସୁସ୍ବାଦୁଭୋଜ ମିଳିବ। କିନ୍ତୁ ଭାଇ, ବନ୍ଧୁ, କୁଟୁମ୍ବ, ପଡ଼ୋଶୀ,ସହକର୍ମୀ,ପରିବାର ଓ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦିନଟି ଭଲରେ କଟିବ। ତରବରିଆ ନ ହୋଇ ସ୍ଥିର ପଦକ୍ଷେପ ନେଲେ ଉପକୃତ ହେବେ। ଦୂରଯାତ୍ରାରେ କୌଣସି ବ୍ୟକ୍ତିଙ୍କ ସହ ଅପ୍ରିୟ ସତ...

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୪ ତାରିଖ – Daily Horoscope

ମେଷ ଶ୍ରୀଚନ୍ଦ୍ର ଯୋଗୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ସହ ବନ୍ଧୁଙ୍କ ସହାୟତାରୁ ଅର୍ଥପାଇବେ। କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଅଗ୍ରଗତି ଘଟିବାର ଆଶା ରହିଛି। ଆଲୋଚନା...

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ନକ୍ଷତ୍ରରେ ଚନ୍ଦ୍ର ଦ୍ୱିଜା ନକ୍ଷତ୍ର ପାଇଁ ମନୋରଞ୍ଜନ, ନୂତନ ବନ୍ଧୁ ସମ୍ପର୍କ, ଶୁଭଖବର, ଖୁସୀଗପର ମଉକା ଜୁଟାଇବ । ଅଶ୍ୱିନୀ ନକ୍ଷତ୍ର ସ୍ବାସ୍ଥ୍ୟ ସମସ୍ୟା,...

Play 250+ Trending Games
Archives

Model This Week

Why Dharitri