Posted inRasifala

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ
ଆଜି କିଛିଟା ଭଲ ସହ ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗପୀଡା,ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ନିକଟ ସଂପର୍କୀୟମାନେ ନିଆଁରେ ଘିଅ ଢାଳିଲାପରି କଟୁ କଥା କହି ମାନସିକ ଆଘାତ ଦେଇପାରନ୍ତି। ଅବଶ୍ୟ ଆପଣ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ପ୍ରଯତ୍ନ କରିବେ।
ବୃଷ
ବୃଷ
ଆପଣଙ୍କ କଥା, କରୁଥିବା କାମକୁ ସରସ, ସୁନ୍ଦର କରିପାରିବ। ଆପଣ ଯେମିତି, ଯାହା ଚାହୁଁଛନ୍ତି ତାହା ତ ନିଶ୍ଚିତ ପାଇବେ, ମାତ୍ର ଭଲ ପାଇବାକୁ କେନ୍ଦ୍ରକରି କୌଣସି ସମସ୍ୟାରେ ଜଡିତ ହୋଇପାରନ୍ତି। ଯେ କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ।
ମିଥୁନ
ମିଥୁନ
ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକ ଗୋଷ୍ଠୀ ଓ ଈର୍ଷାପରାୟଣ ବ୍ୟକ୍ତିମାନେ ନିନ୍ଦା ଗାଇ ବୁଲିବେ। ଏହା ସଙ୍ଗକୁ ଘରକୁ ଆସି ଫେରି ଯାଇଥିବା ବନ୍ଧୁ ପୁଣି ଲେଉଟି ଆସିବାରୁ ବ୍ୟସ୍ତତା ବଢିଯିବ। ବାକି ରଖିଥିବା ଲୋକଟିକୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ।
କର୍କଟ
କର୍କଟ
ଅନ୍ୟମାନଙ୍କ ବେଖାତିର ମନୋଭାବ ହେତୁ ଟିକିଏ ଟିକିଏ କଥାରେ ରାଗିବେ। ଅବଶ୍ୟ ଆପଣ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବେ। ଜମା ପଟୁ ନ ଥିବା ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ସମସ୍ୟାକୁ ବଢାଇ ଦେବେ। ସମସ୍ୟାଗୁଡିକ ତୁଟି ଯାଇଥଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ।
ସି˚ହ
ସି˚ହ
ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ହଜି ଯାଇଥିବା ଟଙ୍କା କିମ୍ବା ଦରକାରୀ କାଗଜପତ୍ର କୌଣସି ଅଲଗା ସ୍ଥାନରେ ରଖି ଚିନ୍ତିତ ଓ ବିରକ୍ତ ହୋଇପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନବଳାଇବେ। ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ପ୍ରତି ସଜାଗ ରହି କାମ କରିବା ଭଲ ହେବ।
କନ୍ୟା
ଭୁଲବୁଝାମଣାଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହେବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। ପାଟିତୁଣ୍ଡ ହୋଇ କଚେରି ପର୍ଯ୍ୟନ୍ତ ଯାଇପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ସୁନା, ଅଳଙ୍କାର ହଜି ଯାଇପାରେ।
ତୁଳା
ତୁଳା
ପାରିବାରିକ ସମସ୍ୟା ସଙ୍ଗକୁ କର୍ମକ୍ଷେତ୍ର ମଧ୍ୟ ଅସନ୍ତୁଳିତ ରହିବ। ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ, ନତୁବା ଅସୁବିଧାରେ ପଡ଼ିପାରନ୍ତି। ଯାତ୍ରା ସମୟରେ ସତର୍କତା ଅଭାବରୁ ଟଙ୍କା, ସୁନା ଚୋରି ହୋଇଯାଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାଜନିତ ମନସ୍ତାପ ବୃଦ୍ଧି ପାଇବ।
ବିଛା
ବିଛା
ଲକ୍ଷ୍ୟଭ୍ରଷ୍ଟ ହୋଇ ଅସଲ କାମ ଛାଡ଼ି ମରୀଚିକା ପଛରେ ଦୌଡ଼ି ପାରନ୍ତି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ପ୍ରତିକୂଳ ପ୍ରଭାବ ପଡିବ। ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ବ୍ୟବସାୟ, ପରିବହନ ଓ ଆନୁଷ୍ଠାନିକ କାମ କ୍ଷେତ୍ରରେ ଉପକୃତ ହୋଇପାରନ୍ତି।
ଧନୁ
ଧନୁ
ସମାଧାନ ସକାଶେ ସାହାଯ୍ୟ ସହଯୋଗ ପାଇଁ ବନ୍ଧୁ ଦ୍ୱାରସ୍ଥ ହେବେ। ଜମିଜମା କାରବାର, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ମନର ଭାବକୁ ପ୍ରକାଶ କରିବା କ୍ଷେତ୍ରରେ ପଛେଇ ଯାଇପାରନ୍ତି।
ମକର
ମକର
ମଉଜ ମଜଲିସ୍‌ରେ ସମୟ ଅତିବାହିତ କରିପାରନ୍ତି। କର୍ମକ୍ଷେତ୍ରରେ ଖଳ ଲୋକମାନଙ୍କ କୃତ ଅପମାନଜନକ ସ୍ଥିତିରୁ ସହକର୍ମୀଙ୍କ ସହାୟତାରେ ରକ୍ଷାପାଇବେ। କିନ୍ତୁ ଉତ୍ତରାଷାଢା ନକ୍ଷତ୍ର ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଆଲୋଚନାରେ ସଫଳତା ଯୋଗୁ ମନ ଖୁସି ରହିବ।
କୁମ୍ଭ
କୁମ୍ଭ
ପାରିବାରିକ ଅବସ୍ଥାରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। କୌଣସି କ୍ଷେତ୍ରରେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ମନକୁ ଦୁଃଖ ଦେବା ଭଳି ମନ୍ତବ୍ୟ ଦେବେ।
ମୀନମୀନ

କାର୍ଯ୍ୟସିଦ୍ଧି କାରଣରୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଅତୀତ ଘଟଣାକୁ ନେଇ ଯେତିକି ଯେତିକି ଅଧିକ ଭାବୁଥିବେ ସେତିକି ସେତିକି ମନଟା ଅଧିକ ଖରାପ ଲାଗିବ। ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ ବାଧକାଧିପ କର୍ମସ୍ଥ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ଅବଶ୍ୟ ଲାଗି ରହିବ, କିନ୍ତୁ କିଛି ଅସୁବିଧା ହେବନାହିଁ । ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା...

ରାଶିଫଳ: ଶନିବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଆପଣ ସହକର୍ମୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିପାରିବେ। ଶିକ୍ଷା ସମ୍ବନ୍ଧୀୟ କିମ୍ବା ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁସଙ୍ଗିକ ସୁବିଧା...

ରାଶିଫଳ: ଶୁକ୍ରବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ ଚନ୍ଦ୍ରକେନ୍ଦ୍ରରେ ଶୁକ୍ର ଥିବାରୁ ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ ,ବନ୍ଧୁ ମିଳନ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ପାରିବାରିକ, ପରିବହନ, ସାଧାରଣ ଆଲୋଚନା...

ରାଶିଫଳ: ଶନିବାର, ମେ ୨୨ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ...

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ଅକ୍ଷୁଣ୍ଣ ରହିବ। ଗ୍ରହସ୍ଥିତିର ଶୁଭତ୍ୱ କାରଣରୁ ଯାହାକରନ୍ତୁନା କାହିଁକି ସବୁକାମରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ। ବନ୍ଧୁମାନଙ୍କର ମନୋଭାବକୁ...

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ ପ୍ରତ୍ୟେକ କ୍ଷେତ୍ରରେ କିଛି ସମସ୍ୟା ଲାଗି ରହିବ, କିନ୍ତୁ କୃତ୍ତିକା ନକ୍ଷତ୍ରର କିଛି ଅସୁବିଧା ହେବନାହିଁ । ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା...

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ସବୁ କିଛି ଶୁଣି ପାରିବା ପରେ ଫେରିବା...

ରାଶିଫଳ: ଶୁକ୍ରବାର, ଜୁଲାଇ ୨ ତାରିଖ– Daily Horoscope

ମେଷ ମାନସିକ ଅସ୍ଥିରତା କାରଣରୁ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ପାରିବେ ନାହିଁ। ବିଶେଷ ସମସ୍ୟା ସୃଷ୍ଟି ନ ହେଲେ ମଧ୍ୟ କଳହର...

Advertisement


Archives

Model This Week