Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୩ ତାରିଖ – Daily Horoscope

ମେଷ
ପାପଗ୍ରହଯୁକ୍ତ ନୀଚାରୋହୀ ଶୁକ୍ରଙ୍କ ପ୍ରଭାବରୁ ଆର୍ଥିକ ଅଭାବ, ଅନଟନ ନ ଥିଲେ କ’ଣ ହେଲା କାମଗୁଡ଼ିକ ସୁବିଧାରେ ହେବନାହିଁ। ଶତ୍ରୁତା କାରଣରୁ ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ ନାହିଁ। ଦୀର୍ଘଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ। କିନ୍ତୁ କୃତ୍ତିକା ନକ୍ଷତ୍ର ପାଇଁ ବିଶେଷ ଅସୁବିଧା ହେବନାହିଁ।
ବୃଷ
ବୃଷ
ତୃତୀୟଭାବସ୍ଥ ରବି ସହ ମଙ୍ଗଳ ଓ ବୁଧ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ କଳହର ସୂତ୍ରପାତ ହୋଇପାରେ। ତଥାପି ରୋହିଣୀ ନକ୍ଷତ୍ର ସକାଶେ କିୟତ୍‌ କ୍ଷଣ ପରେ ସମସ୍ତ ଅସୁବିଧା ସମୟାନ୍ତରରେ ଦୂ ରୀଭୂତ ହୋଇଯିବ। ବନ୍ଧୁ ଙ୍କଠାରୁ ଆବଶ୍ୟକ ସହଯୋଗ ଅବଶ୍ୟ ପାଇବେ। କର୍ମକ୍ଷେତ୍ରରେ ଥିବା ସମୟ ମଧ୍ୟରେ ଭୁଲ୍‌ ଖବର ପାଇ ବି ବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ରାଶି ପାଇଁ ଶନି ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆପଣଙ୍କ ସକାଶେ ଅପବାଦ ବା ସମାଲୋଚନାର କାରଣ ହୋଇପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ମାତ୍ର କଚେରି ମାମଲା, ପରିବହନ ସମସ୍ୟା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
ଗ୍ରହ ସ୍ଥିତି ମନ୍ଦ ନ ଥିବା କାରଣରୁ ଆପଣଙ୍କ ଆଜିର ଜୀବନଯାତ୍ରା ହସଖୁସି ମଧ୍ୟରେ ଅତିବାହିତ ହେବ। ମାତ୍ର ପୁଷ୍ୟା ନକ୍ଷତ୍ର ବନ୍ଧୁଙ୍କ ମଧୁର ଓ ସରଳ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଅବଶ୍ୟ କୌଣସି ବିବାଦୀୟ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟା ସମାଧାନ ହୋଇପାରିବ
ସି˚ହ
ସି˚ହ
ଚରରାଶିରେ ରାଶ୍ୟାଧିପତି ଆପଣଙ୍କୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିରଭାବରେ ବସାଇଦେଇ ନ ପାରେ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବା ଆଶଙ୍କା ରହିଛି। କିନ୍ତୁ ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ବେପରୁଆ ଭାବରେ କାମକରି ମଧ୍ୟ ସାହାଯ୍ୟ ସହଯୋଗ ଲାଭକରି ସମସ୍ୟାମୁକ୍ତ ରହିବେ।
କନ୍ୟା
ଚନ୍ଦ୍ରଙ୍କ କୋଣଭାବରେ ରହି ବୃ ହସ୍ପତି ଭାଗ୍ୟ ସ୍ଥାନକୁ ଦେଖୁଥିବାରୁ ଆଜି ଯାହା କରନ୍ତୁନା କାହିଁକି ସଫଳତା ନିଶ୍ଚିତ ପାଇବେ।  ମିତ୍ରବନ୍ଧୁମାନେ ଆବଶ୍ୟକ ସମୟରେ ଆଶାଜନକ ସାହାଯ୍ୟ କରିପାରନ୍ତି। ପଡ଼ୋଶୀଙ୍କ ହସ୍ତକ୍ଷେପ ଫଳରେ ପରିବାରରେ ପୁନର୍ବାର ଶାନ୍ତି ଫେରି ଆସିବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ନିମନ୍ତ୍ରଣ ପ୍ରାପ୍ତ ହୋଇ ହଠାତ୍‌ ଦୂରଯାତ୍ରା କରିପାରନ୍ତି।
ତୁଳା
ତୁଳା
କର୍ମସ୍ଥାନସ୍ଥ ଗ୍ରହମାନେ ଆପଣଙ୍କୁ କର୍ମସାଫଲ୍ୟ ପ୍ରଦାନ କଲେହେଁ ପରିବାରରେ ମତଭେଦ ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ ଆଜିର କାମଗୁଡ଼ିକ ସମ୍ପନ୍ନହେବା କଷ୍ଟକର ହୋଇପଡ଼ିବ। ସ୍ବାତୀ ନକ୍ଷତ୍ର ଗୃହ ସମସ୍ୟା ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ବିଛା
ବିଛା
ଶନିଙ୍କ ନକ୍ଷତ୍ରରେ ଚନ୍ଦ୍ର ସ୍ଥାନ ପ୍ରଭାବରେ ମାନସିକ ଅସ୍ଥିରତା ସାଙ୍ଗକୁ ଭାବପ୍ରବଣତା ସୃଷ୍ଟି କରିବ। ପାରିବାରିକ ସ୍ତରରେ କିଛି ନ କରି ବୃଥା ଚିନ୍ତାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସମସ୍ୟାର କାରଣ ହୋଇପଡ଼ିବ। କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର ସାହିତ୍ୟ,କଳା,ଗବେଷଣା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ଅଷ୍ଟମଭାବସ୍ଥ କର୍ମାଧିପତି ପାପଗ୍ରସ୍ତ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ କର୍ମ ଓ ଚିନ୍ତାଧାରା ପ୍ରଶ୍ନବାଚୀ ସୃଷ୍ଟି କରିପାରେ। ନିର୍ମାଣ କାମରେ ପ୍ରତିବନ୍ଧକ ରହିଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ଅସୁବିଧା ନାହିଁ।
ମକର
ମକର
ରାଶ୍ୟାଧିପତି ନକ୍ଷତ୍ରରେ ଚନ୍ଦ୍ର ଅତୀତ ଚିନ୍ତାକୁ ମନରେ ସ୍ଥାନ ଦେଇ ଅସ୍ଥିରତା ଅନୁଭବ କରିପାରନ୍ତି। ମନ ବିରକ୍ତ ହେତୁ ଆପଣଙ୍କ ବ୍ୟବହାରରେ ବ୍ୟତିକ୍ରମ ପରି ଲକ୍ଷିତ ହୋଇପାରେ। ନିଜ ଲୋକମାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ମଧ୍ୟ ଦୁଶ୍ଚିନ୍ତାର କାରଣ ପାଲଟି ଯାଇପାରେ। ମାତ୍ର ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଏହାର ଠିକ୍‌ ବିପରୀତ ଫଳ ମିଳିପାରେ।
କୁମ୍ଭ
କୁମ୍ଭ
ରାଶିର ଦ୍ୱିତୀୟସ୍ଥ ଚନ୍ଦ୍ର ଓ ରାଶି ପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନିୟନ୍ତ୍ରଣାଧୀନ ରଖିପାରେ। ବନ୍ଧୁମାନଙ୍କ ସାହାଯ୍ୟରୁ ଯୋଜନାବଦ୍ଧ ନୂତନ କର୍ମାରମ୍ଭ ସମସ୍ୟାମୁକ୍ତ ରହିବ। ଯାନବାହନ, ସଭାସମିତି ଓ ପାରିବାରିକ ସ୍ଥିତି ମନ୍ଦ ହେବନି। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡ଼ି ଚାଲିଲେ ଅବଶ୍ୟ ଉପକୃତ ହୋଇପାରିବେ।
ମୀନମୀନ
ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ। ଯାହା ଆଶା କରୁଛନ୍ତି ତାହା ପାଇବେ ଏବଂ ବନ୍ଧୁବସତ୍ଳ ହେବେ। କିନ୍ତୁ ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ କାମ କରିଚାଲିଲେ ହିଁ ସୁଫଳ ମିଳିବ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?