Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ଆପଣ ସଭାସମିତିରେ,ବନ୍ଧୁଗହଣରେ ଫଳପ୍ରଦ ଆଲୋଚନା କରିପାରିବେ। ଶିକ୍ଷା ସମ୍ବନ୍ଧୀୟ କିମ୍ବା ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁସଙ୍ଗୀକ ସୁବିଧା ସୁଯୋଗ ଲାଭ କରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୈାଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କିମ୍ବା ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।
ବୃଷ
ବୃଷ
ବିଶାଖ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ବିଭିନ୍ନ ପ୍ରକାରର ଝାମେଲା ଭିତର ଦେଇ ଯିବାକୁ ପଡୁଥିବାରୁ ସମ୍ପୂର୍ଣ୍ଣଭାବେ ସନ୍ତୋଷ ଆସିବ ନାହିଁ। ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ କାମଟିକୁ ଆରମ୍ଭ କରିବେ ଏବଂ ସାମୟିକ ଆମତୃପ୍ତି ଆସିପାରେ। ହଠାତ୍‌ ବନ୍ଧୁଙ୍କ ଦ୍ୱାରା ଆନୀତ ବନ୍ଧୁପ୍ରସ୍ଥାବ ସ୍ଥିରୀକୃତ ସକାଶେ ଆଲୋଚନା କରି ପାରନ୍ତି।
ମିଥୁନ
ମିଥୁନ
ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇଁ ଆଶାୟୀ ହୋଇପାରନ୍ତି। ସଦାବେଳେ ଝଗଡା କରିବାକୁ ଚାହିଁବସିଥିବା ଲୋକଟିର ସାମ୍‌ନା କିମ୍ବା ସମାଧାନ କରିବାର ଚିନ୍ତା ଲାଗି ରହିବ। ପାରିବାରିକ ସ୍ତରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଦୁଃଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ ଯେଉଁ କାମଟି ହାତକୁ ନେଇଛନ୍ତି, ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ ହୋଇପାରିବ। ସାହିତ୍ୟ,ସାମ୍ବାଦିକତା, କଳା,କ୍ରୀଡା, ଓ ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କୈାଣସି ନିଚ୍ଚ ମନୋଭାବାପନ୍ନ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।
ସି˚ହ
ସି˚ହ
ଅର୍ଥ ବିନିମୟରେ କାର୍ଯ୍ୟସମ୍ପନ୍ନ କରିବେ କିନ୍ତୁ ମନରେ ଶାନ୍ତି ଆସି ନ ପାରେ। ପାରିବାରିକ କ୍ଷେତ୍ରରେ ରହିଆସିଥିବା ସମସ୍ୟା ଆଜି ଜଣେ ହିତୈଷୀଙ୍କ ସାହାଯ୍ୟରେ ସମାଧାନ ହୋଇଯିବ। ପରିବହନ, ବ୍ୟବସାୟ ,ଶିଳ୍ପ ଓ ପରିବହନରୁ ଖୁସି ରହିବେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ପାଇଁ କୈାଣସି ରୋଗୀ,ବନ୍ଧୁମାନେ କିମ୍ବା ସହଯାତ୍ରୀ ଖୁସୀ ହୋଇପାରନ୍ତି।
କନ୍ୟା
କର୍ମ କ୍ଷେତ୍ରରେ ପରିସ୍ଥିତି ଗମ୍ଭୀର ରହିଲେମଧ୍ୟ କାର୍ଯ୍ୟ ସମ୍ପନ୍ନରେ ଅସୁବିଧା ରହିବ ନାହିଁ। ବନ୍ଧୁମାନେ ନିଜର ପୂର୍ବପ୍ରତିଶୃତି ଅନୁଯାୟୀ ସାହାଯ୍ୟ କରିବାକୁ ଆଗେଇ ଆସିବେ। ସାମ୍ବାଦିକତା, ଆଇନ ଅଦାଲତ, ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ଇଚ୍ଛା ନ ଥାଇ ମଧ୍ୟ ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ଚଳିବାକୁ ବାଧ୍ୟ ହେବେ।
ତୁଳା
ତୁଳା
କର୍ମାରମ୍ଭର ପ୍ରାଥମିକ ଅବସ୍ଥାରେ ସ୍ତ୍ରୀ/ସହକର୍ମୀ କିମ୍ବା କୈାଣସି ଗୁରୁସ୍ଥାନୀୟ ବ୍ୟକ୍ତି ବିରୋଧାଭାଷ ପ୍ରଦର୍ଶନ କରିପାରନ୍ତି। କିନ୍ତୁ ସ୍ବାତୀ ନକ୍ଷତ୍ରର କୈାଣସି କଥାରେ ଅଭାବ ରହିବ ନାହିଁ , କିମ୍ବା କୌଣସି କାମ ମଧ୍ୟ ଅଟକିବାର ପ୍ରଶ୍ନ ଉଠୁନି। ସଭାସମିତିରେ ଆପଣ ଏମିତି ଯୁଚ୍ଛି କରିବେଯେ-ସମସ୍ତଙ୍କ ମୁହଁ ବନ୍ଦ ହୋଇଯିବ।
ବିଛା
ବିଛା
କୈାଣସି ବନ୍ଧୁଙ୍କ ଆର୍ଥିକ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ଚଳିତ ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ଭାବନା ରହିଛି। କୈାଣସି ସଭାସମିତି କିମ୍ବା ଆଲୋଚନା କାର୍ଯ୍ୟରେ ଯୋଗଦେଇପାରନ୍ତି। ବ୍ୟବସାୟ, ପରିବହନ, ନିର୍ମାଣ, ପ୍ରଶାସନ ପାଇଁ ଦିନଟି ଭଲ।
ଧନୁ
ଧନୁ
ଅନ୍ୟମାନଙ୍କ ପ୍ରେରଣା ଦ୍ୱାରା ପ୍ରଭାବିତ ହୋଇ ସମ୍ମାନିତ ହୋଇ ପାରନ୍ତି। ନୂତନ ସ୍ଥାନକୁ ଯାତ୍ରା କିମ୍ବା ଜମିଜମା କାରବାର କିମ୍ବା ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ସନ୍ତାନ ହେତୁକ ସମସ୍ୟାରେ କିମ୍ବା ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ମୁଳା ନକ୍ଷତ୍ର ଦୁଃଶ୍ଚିନ୍ତାଗ୍ରସ୍ଥ ହେବେ। ଦୀର୍ଘ ଦିନରୁ କୈାଣସି ଗୁରୁତ୍ୱପୂର୍ଣ୍ଣ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।
ମକର
ମକର
ନିଜଲୋକ ମାନଙ୍କ ଖାପଛଡା ମନୋଭାବ, ଘରଲୋକଙ୍କ ମନଇଚ୍ଛା କାମ, କର୍ମକ୍ଷେତ୍ରରେ ସମସ୍ୟା ପରେ ସମସ୍ୟା ହେତୁ ବ୍ୟସ୍ତ ହେବେ। ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ହାତକୁ ନେଇଥିବା ଆଜିର କାମଗୁଡିକ ଡେରିରେ ସମ୍ପନ୍ନ ହେବ। ଆଇନ ଅଦାଲତରେ ସୁଫଳ ପାଇବେ ଓ ନିର୍ମାଣାଧୀନ କାମ ଦ୍ରୁତଗତିରେ ଅଗ୍ରଗାମୀ ହେବ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ ଦୃଢ ମନୋବଳ ମଧ୍ୟ ଆପଣଙ୍କୁ କାମ କରିବା ସକାଶେ ପ୍ରେରଣା ଯୋଗାଇବ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ବ୍ୟବସାୟରେ ସଫଳତା ହାସଲ କରିବେ ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ।
ମୀନମୀନ
ଆକସ୍ମିକ କେହିଜଣେ ବିଶିଷ୍ଟ ବ୍ୟକ୍ତି ବା ଉଚ୍ଚ ପଦାଧିକାରୀ ଆପଣଙ୍କ ସପକ୍ଷରେ ଅନୁକୂଳ ମତ ପୋଷଣ କରିପାରନ୍ତି। ପାରିବାରିକ ସ୍ତରରେ ନିଜର ଲୋକ ମାନେ ନିଜର ଫାଇଦା ହାସଲ ପାଇଁ ଚେଷ୍ଟିତ ହେବେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମନା କରିବାକୁ ପଡିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?