Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୦୧ ତାରିଖ – Daily Horoscope

ମେଷ
ଆଜି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ନେଇ ଅଭିଳଷିତ କାର୍ଯ୍ୟ କରିପାରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଦୋକାନବାଡି, ସତ୍‌ସଙ୍ଗ, ଆଲୋଚନା ତଥା ଭ୍ରମଣରେ ଲକ୍ଷ୍ୟ ପୂରଣ ହେବ। କିନ୍ତୁ ସାହିପଡ଼ିଶା, ବନ୍ଧୁବାନ୍ଧବ, ସହକର୍ମୀ, କରଜ ପ୍ରଭୃତିକୁ କେନ୍ଦ୍ରକରି କଳହ ଲାଗିପାରେ।
ବୃଷ
ବୃଷ
ଉପରିସ୍ଥ କର୍ମଚାରୀଙ୍କ ସାହାଯ୍ୟ ନେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ପରିବାରରେ ଅସାବଧାନତାବଶତଃ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଯାତ୍ରା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ ଆଦି ଆନୁଷ୍ଠାନିକ କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।
ମିଥୁନ
ମିଥୁନ
ଆଜି ବନ୍ଧୁମିଳନ ସାଙ୍ଗକୁ ଅର୍ଥ ସମ୍ପର୍କିତ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବେ। ସତର୍କ ନ ରହିଲେ ପ୍ରତ୍ୟେକ କ୍ଷେତ୍ରରେ ଭଲ କହିଲେ ମଧ୍ୟ ଅନ୍ୟମାନେ ତାହାକୁ ଭେଲ ବୁଝତ୍ପାରନ୍ତି। ସନ୍ତାନଙ୍କ ବୈବାହିକ ସମ୍ପର୍କ ସ୍ଥାପନ ସକାଶେ ଆଲୋଚନା କରିବା ପାଇଁ ଭଲ ଦିନଟିଏ। ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଅନ୍ୟମାନଙ୍କ ନିକଟତର ହେବା ମାନସରେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଭ୍ରମଣ କାଳରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବେ । ପୂର୍ବାହ୍ନରେ ସାଧାରଣ କଥାକୁ ନେଇ ପରିବାରରେ ମତାନ୍ତର ଘଟିପାରେ।
ସି˚ହ
ସି˚ହ
ଆକସ୍ମିକ ସମସ୍ୟାକୁ ପ୍ରତିହତ କରି କାର୍ଯ୍ୟକ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ। ଈର୍ଷାପରାୟଣ ବ୍ୟକ୍ତିବିଶେଷ ନିଜର ଦୋଷଦର୍ଶିତା ଗୁଣ ହେତୁ ସମାଲୋଚନା କରିପାରନ୍ତି। ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ। ଭାବପ୍ରବଣତାବଶତଃ ନିଜର ଅସଂଯତ କାର୍ଯ୍ୟକଳାପ ପାଇଁ ନିଜ ଲୋକମାନଙ୍କଠାରୁ ସମାଲୋଚିତ ହୋଇପାରନ୍ତି।
କନ୍ୟା
ଆଜିର କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ। ଅଧିକାଂଶ ସମୟରେ ବିରୋଧ କଥା କହୁଥିବା କାରଣରୁ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇପାରେ।
ତୁଳା
ତୁଳା
ଆଜି ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ଆଶାନୁରୂପ ନ ହେବା କାରଣରୁ ମନ ଭଲ ରହିବ ନାହିଁ । ଭୋଗବିଳାସରେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ କିନ୍ତୁ ଅଫିସ ଭିତରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଗୃହସୀମା, ଜମିଜମା ବିବାଦଜନିତ କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ ।
ବିଛା
ବିଛା
ବନ୍ଧୁଙ୍କ ଆହ୍ବାନକ୍ରମେ ସକାଳୁ ସକାଳୁ ଯାତ୍ରା କରିବାକୁ ପଡ଼ିପାରେ । ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ । ପ୍ରତିଟି ପଦକ୍ଷେପରେ ଅନ୍ୟର ଉପକାର ଚିନ୍ତା କରିବେ କିନ୍ତୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ପ୍ରତିଶ୍ରୁତି ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ କିନ୍ତୁ ବୟସ୍କଙ୍କ ଆଶ୍ୱାସନା ମନରେ ଆଶା ସଂଚାର କରିବ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀ ମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାର ସୂଚନା ରହିଛି। ଅଫିସ ସଂକ୍ରାନ୍ତୀୟ କୌଣସି ଶୁଭଖବର ପାଇ ଉଲ୍ଲସିତ ହେବେ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ ।
ମକର
ମକର
ଆଜି ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ସଭାସମିତି, ନୂତନ କର୍ମାରମ୍ଭ ସକାଶେ ଦିନଟି ବହୁତ ଭଲ। କିନ୍ତୁ ମାଲିମକଦ୍ଦମା, ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଦୁଶ୍ଚିନ୍ତା ବଢ଼ିଯାଇପାରେ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାର ଚିନ୍ତା ସୃଷ୍ଟି ହେବ । ଠିକଣା ସମୟରେ ଉଚିତ ପଦକ୍ଷେପ ନେବା ଠିକ୍‌ ହେବ।
କୁମ୍ଭ
କୁମ୍ଭ
ସମସ୍ୟା ଲାଗିରହିଥିଲେ ମଧ୍ୟ କୌଣସି କାମ ବାଧାପ୍ରାପ୍ତ ହେବନାହିଁ । ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବନ୍ଧୁ ଓ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। କର୍ମକ୍ଷେତ୍ରରେ ଧୀର ପାଣି ପଥର କାଟିବା ନ୍ୟାୟରେ କାମକରି ପ୍ରଶଂସିତ ହୋଇପାରନ୍ତି।
ମୀନମୀନ
 ଆଜି ମନ ଯେମିତି ଚାହୁଁଛି ସେହି କ୍ରମରେ କାମ ଗୁଡିକ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ। ଯେତେ ଭଲ କାମ କଲେ ମଧ୍ୟ ବନ୍ଧୁଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ଆଜିର ଆଲୋଚନାରେ କୌଣସି ନିଷ୍ପତ୍ତି ନେବାରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‍ ବୁଝାମଣାଜନିତ ମତପାର୍ଥକ୍ୟର ଆଶଙ୍କା ରହିଛି। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। କର୍ମକ୍ଷେତ୍ରରେ ସୁସମ୍ପର୍କ ଅଭାବରୁ…

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri