Posted inଖେଳ

ରାବାଡ଼ା କ୍ଷଣକୋପୀ ନୁହନ୍ତି

କୋଲକାତା, ୭ା୬ (ପି.ଟି.)- ଖେଳ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ ଯୋଗୁ ଅନେକ ଥର ଅଡୁଆରେ ପଡ଼ିଛନ୍ତି ଦକ୍ଷିଣଆଫ୍ରିକା ସ୍ପିଡ୍‌ଷ୍ଟର କାଭିସୋ ରାବାଡ଼ା। ଏଥିପାଇଁ ଅନେକେ ତାଙ୍କୁ କ୍ଷଣକୋପୀ ବୋଲି ମଧ୍ୟ କହିଥାନ୍ତି। କିନ୍ତୁ ପ୍ରକୃତରେ ତାହା ନୁହଁନ୍ତି ବୋଲି ଏହି ପେସ୍‌ ବୋଲର କହିଛନ୍ତି। ଜଣେ ବୋଲର ହୋଇଥିବାରୁ ଏହା ଏକ ପ୍ରକାର ମାନିସକ ଉତ୍ତେଜନା ବୋଲି ସେ କହିଛନ୍ତି। ୨୪ ମାସ ମଧ୍ୟରେ ଚତୁର୍ଥ ଥର ଡିମେରିଟ୍‌ ପଏଣ୍ଟ ପାଇବା ଦ୍ୱାରା ୨୫ବର୍ଷୀୟ ରାବାଡ଼ା ଚଳିତ ବର୍ଷ ପ୍ରଥମଭାଗରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚରୁ ସସ୍‌ପେଣ୍ଡ ହୋଇଥିଲେ। ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଅଧିନାୟକ ଜୋ ରୁଟ୍‌ଙ୍କ ଉଇକେଟ ନେବା ପରେ ତାଙ୍କ ନିକଟକୁ ଯାଇ ନିଜର ଖୁସି ଜାହିର କରିଥିଲେ। ଏଥିପାଇଁ ତାଙ୍କୁ ୪ର୍ଥ ଡିମେରିଟ୍‌ ପଏଣ୍ଟ ମିଳିଥିଲା। ଶୁକ୍ରବାର ସେ ତାଙ୍କ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଇନଷ୍ଟାଗ୍ରାମ୍‌ରେ ଚ୍ୟାଟିଂ କରିବା ସମୟରେ ରାବାଡ଼ା କହିଛନ୍ତି, ଯଦି ସ୍ଲେଜିଂକୁ କ୍ରିକେଟ ଖେଳର ଏକ ଅଂଶବିଶେଷ ବୋଲି କୁହାଯାଉଛି ତେବେ ଜଣେ ଫାଷ୍ଟ ବୋଲର ଏକ ଗୁରୁତ୍ୱପୂର୍ଣ୍ଣ ଉଇକେଟ ହାସଲ କଲାପରେ ଖୁସିରେ ପ୍ରତିକ୍ରିୟା କରିବା ସ୍ବାଭାବିକ। ରାବାଡ଼ା ସସ୍‌ପେଣ୍ଡ ହେବାରୁ ଦକ୍ଷିଣ ଆଫ୍ରିକା ଅନ୍ତିମ ଟେଷ୍ଟରେ ପରାଜିତ ହେବା ସହ ସିରିଜ ୧-୩ରେ ହାରିଯାଇଥିଲା। ଦକ୍ଷିଣ ଆଫ୍ରିକୀୟ ପେସ୍‌ ବୋଲର ପୂର୍ବରୁ ତାଙ୍କର ଦୁଇଟି ମେରିଟ୍‌ ପଏଣ୍ଟ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ପାଇଥିଲେ। ଡେଭିଡ ଓ୍ବାର୍ନରଙ୍କୁ ଲକ୍ଷ୍ୟ କରି ସେ ତାଚ୍ଛଲ୍ୟ କରି ହସିଥିଲେ ଏବଂ ଷ୍ଟିଭ୍‌ ସ୍ମିଥ୍‌ଙ୍କ କାନ୍ଧକୁ କାନ୍ଧ ଘସି ହୋଇଥିଲେ। ସେହିବର୍ଷ ତୃତୀୟ ଘଟଣାଟିରେ ସେ ଏକ ଅନ୍ତର୍ଜାତୀୟ ଦିନିକିଆରେ ଭାରତର ଶିଖର ଧାଓ୍ବନଙ୍କୁ ଆଉଟ କରିବା ପରେ ତାଙ୍କୁ ଚିଡ଼ାଇବା ଭଳି କଥା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଚ୍‌ ଆଚରେକରଙ୍କୁ ସଚିନ, କାମ୍ବଲିଙ୍କ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ,୧୭।୭(ପି.ଟି.)- ଗୁରୁପୂର୍ଣ୍ଣିମାର ଶୁଭ ତଥା ପବିତ୍ର ଦିବସ ଅବସରରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲି ପିଲା ଦିନର କୋଚ୍‌ ରମାକାନ୍ତ ଆଚରେକରଙ୍କୁ...

ଟୋକିଓ ଅଲିମ୍ପିକ୍ସ ଯଥା ସମୟରେ ହେବ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪ା୩ (ଏଏଫ୍‌ପି): ସମଗ୍ର ବିଶ୍ୱରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବାରେ ଲାଗିଥିବାରେ ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ। ଶନିବାର ଏହା...

ମିଥାଲି ରାଜଙ୍କ ଦଳରେ ସ୍ଥାନ ପାଇଲେ ଏହି ଓଡ଼ିଆ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ...

କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଉଣ୍ଟ ମାଉଁଗନୁଇ,୨।୨- ଅନ୍ତର୍ଜାତୀୟ ଟି୨୦ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଛକାପଞ୍ଛା ଲାଗି ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ୫ମ...

ଓଡ଼ିଶାର ଆଧିପତ୍ୟ ଜାରି

ଭୁବନେଶ୍ୱର, ୨୫ା୧୨: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଚାଲିଥିବା ଅଲ୍‌ ଇଣ୍ଡିଆ ଓପନ କରାଟେ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଧାନ୍ୟ ଅବ୍ୟାହତ ରହିଛି। ୧୧ବର୍ଷ ମହିଳା...

ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚଭରା ମ୍ୟାଚ୍‌ ଜିତିଲା ଇଣ୍ଡିଆ ଲିଜେଣ୍ଡ୍ସ

ରାୟପୁର,୨୨।୩ : ୨୦୧୧ ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚକ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଛି ଇଣ୍ଡିଆ। ତେବେ ଏହା ବିଶ୍ୱକପ୍‌ ନୁହେଁ, ଅନଏକାଡେମୀ ରୋଡ୍‌...

କୋହଲିଙ୍କ ଉପରେ ରାଗିଗଲା ବିସିସିଆଇ

ମୁମ୍ବାଇ,୨୫ା୮: ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅସନ୍ତୋଷ ବ୍ୟକ୍ତ କରିଛି। ଏପରି କି ଭାରତୀୟ...

ଆଇପିଏଲ୍‌: ଫାଙ୍କା ଷ୍ଟାଡିୟମରେ କ୍ରିକେଟର କ୍ୱାଲିଟି ପ୍ରଭାବିତ ହେବନି: ଲକ୍ଷ୍ମଣ

ଦୁବାଇ,୨୫।୮(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଫାଙ୍କା ଷ୍ଟାଡିୟମରେ...

Advertisement
Archives

Model This Week