ରାନୁଙ୍କୁ ସହିପାରୁନାହାନ୍ତି ଲତା ମଙ୍ଗେସକର: ସୋସିଆଲ୍‌ ମିଡିଆରେ ଚର୍ଚ୍ଚା

ଦିଲ୍ଲୀରୁ ପଲ୍ଲୀ। ସବୁଠି ଏବେ ରାନୁ ମଣ୍ଡଳଙ୍କ ସୁମଧୁର କଣ୍ଠସ୍ବରର ଚର୍ଚ୍ଚା। ଭାଗ୍ୟ କିଭଳି ମଣିଷକୁ ରାସ୍ତାରୁ ନେଇ ସିଂହାସନରେ ବସାଇଦିଏ ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ଦିନେ ପେଟ ପୋଷିବାପାଇଁ ରେଳ ଷ୍ଟେଶନରେ ବସି ଗୀତ ଗାଉଥିବା ରାନୁ ଆଜି ବଲିଉଡରେ ଗାଉଛନ୍ତି। କିଛିଦିନ ତଳେ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର୍‌ କା ନଗମା’ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ। ସେ ଗାଇଥିବା ଗୀତର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା। ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣି ଚାରିଆଡେ ତାଙ୍କର ପ୍ରଶଂସା କରାଯାଇଥିଲା। ଲୋକେ ତାଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଦ୍ବିତୀୟ ଲତା ଦିଦି ମିଳିଗଲେ ବୋଲି କହିଥିଲେ। ଦୁଇ ଦିନ ତଳେ ରାନୁ ମଣ୍ଡଳଙ୍କୁ ପରାମର୍ଶ ଦେଇ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ‘ନିଜ ସ୍ବରରେ’ ଗାଇବାକୁ କହିଥିଲେ। ତେବେ ଲତାଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଉପରେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏତେ ବଡ ସୁପରଷ୍ଟାରଙ୍କ କିନ୍ତୁ ଏତେ କଠୋର ବ୍ୟବହାର ଶୋଭା ପାଉନି ବୋଲି ଜଣେ ୟୁଜର୍ସ ଲେଖିଛନ୍ତି। ଆଉ ଜଣେ ଲେଖିଛନ୍ତି, ‘ଜଣେ ଗରିବ ମହିଳା ରେଳ ଷ୍ଟେଶନରେ ଭିକ ମାଗି ପେଟ ପୋଷୁଥିଲେ। ଏବେ ତାଙ୍କ ସ୍ବର ଚାରିଆଡେ ପ୍ରଶଂସିତ ହେଉଛି। ଲତାଜୀ ତାଙ୍କୁ ପ୍ରଶଂସା କିମ୍ବା ସାହାଯ୍ୟ ବଦଳରେ ଏଭଳି କଠୋର ବ୍ୟବହାର କରୁଛନ୍ତି ତାହା ଆଦୌ ଶୋଭନୀୟ ନୁହେଁ। ଆଉ ଜଣେ ୟୁଜର୍ସ କହିଛନ୍ତି, ଆପଣ ରାନୁଙ୍କୁ ସହି ପାରୁନାହାନ୍ତି।
ସୂଚନାଯୋଗ୍ୟ, ଲତା ମଙ୍ଗେସକର ରାନୁଙ୍କ ଉପରେ ମତ ଦେଇ କହିଥିଲେ ଯେ, ଯଦି ମୋ ନାଁ ଓ କାମକୁ ନେଇ କାହାର କିଛି ଭଲ ହୋଇପାରୁଛି, ତେବେ ସେଥିପାଇଁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରିବି। କିନ୍ତୁ ସଫଳତା ପାଇବା ପାଇଁ ଜଣକୁ ଅନୁକରଣ କରିବା ଠିକ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କ ଶିକ୍ଷାକୁ ମନେ ପକାଇଲେ ଅମିତାଭ: କହିଲେ ମନ ଚାହେଁ ତ ଭଲ, ମନ ଚାହୁଁନି ତ ସବୁଠୁ ଭଲ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ପିତାଙ୍କ ସମ୍ପର୍କ କେତେ ଭଲ ତାହା ପ୍ରଶଂସକମାନେ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଦୁହେଁ ଦୁହିଁଙ୍କ...

ପ୍ରେମକୁ ନେଇ ରେଖା କହିଲେ ଏମିତି, ଭିଡିଓ ଭାଇରାଲ

ମୁମ୍ବାଇ,୧ା୧୦: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ଯାଦୁ ଆଜି ମଧ୍ୟ ପୂର୍ବପରି ରହିଛି। ବଡ଼ ପରଦା ପରେ ରେଖା ଏବେ ଛୋଟ ପରଦାରେ ଲୋକଙ୍କ ହୃଦୟ ଜିତିପାରିଛନ୍ତି।...

ରଣବୀରଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ମୁମ୍ବାଇ: ମୟାନଗରୀ ମୁମ୍ବାଇରେ ରବିବାର ଅନୁଷ୍ଠିତ ହୋଇଯାଇଛି ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ଅନ୍ତରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୨୨ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଆଶା...

ଏକଦା ଥିଲେ ଚକୋଲେଟ୍‌ ହିରୋ, ଏବେ ଏତେ ବଦଳିଗଲେଣି ଅକ୍ଷୟ

ମୁମ୍ବାଇ: ଏକଦା ବଲିଉଡ୍‌ର ଚକୋଲେଟ୍‌ ହିରୋ ଥିବା ତଥା ବେବୋ(କରିନା କପୁର ଖାନ୍‌)ଙ୍କ କ୍ରଶ୍‌ ଅକ୍ଷୟ ଖନ୍ନା ବହୁତ ବଦଳିଗଲେଣି। କଥାଟି ଆମେ କହୁନାହୁଁ। ଏପରି...

ଫିଲ୍ମରେ ସଲମାନଙ୍କ ବଡ଼ ଭାଇ ଭାବେ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତା: ବାସ୍ତବ ଜୀବନରେ ବି କରିଥିଲେ ଏମିତି

ନିଜର ଅଭିନୟ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୋହନିଶ ବାହାଲ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ମୋହନିଶ ସେହି...

ଭାବୁକ ହେଲେ ଫର୍‌ହାନ: କହିଲେ ‘ଆପଣ ଆଉ ନାହାନ୍ତି ବିଶ୍ୱାସ ହେଉନାହିଁ’

ବମ୍ବେ: ଆଉ ନାହାନ୍ତି ‘ଫ୍ଲାଇଂ ଶିଖ୍‌’। ମହାନ ଧାବକ ପଦ୍ମଶ୍ରୀ ମିଲ୍‌ଖା ସିଂହଙ୍କ ପରଲୋକ ଘଟିଛି। ଏହି ଖବର ଜଣାପଡ଼ିବା ପରେ ଖେଳଜଗତରେ ଶୋକର ଛାୟା...

ଓସ୍କାର ଦୌଡ଼ରେ ଆଗରେ ‘ଜୋକର’

ଲସ୍‌ ଏଞ୍ଜେଲସ,୧୪ା୧: ବହୁଚର୍ଚ୍ଚିତ ଏବଂ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସା ସାଉଁଟି ଥିବା ଜୋକ୍ୱିନ ଫିନିକ୍ସଙ୍କ ଅଭିନୀତ ଫିଲ୍ମ ଜୋକର ୯୨ତମ ଓସ୍କାର ପୁରସ୍କାର ଦୌଡ଼ରେ ସବୁଠୁ...

ପାନ ମସଲା ବିଜ୍ଞାପନ, ଅମିତାଭ-ରଣବୀର-ଅଜୟ-ଶାହାରୁଖଙ୍କ ବିରୋଧରେ ମାମଲା…

ମୁମ୍ବାଇ, ୨୧।୫ : ବଲିଉଡର ପ୍ରସିଦ୍ଧ ଅଭିନେତା ବିଗ ବି ଅମିତାଭ ବଚ୍ଚନ, ଅଜୟ ଦେବଗନ, କିଙ୍ଗ ଖାନ ଶାହାରୁଖ ଏବଂ ରଣଭୀର ସିଂଙ୍କ ବିରୋଧରେ...

Advertisement
Archives

Model This Week