ରାତି ୭ଟା ସୁଦ୍ଧା ୭୧.୧% ମତଦାନ

ଢେଙ୍କାନାଳ ଅଫିସ, ୨୪।୪- ତୃତୀୟ ପର୍ଯ୍ୟାୟ ନିର୍ବାଚନର ଯବନିକା ପଡ଼ିଛି। ଢେଙ୍କାନାଳ ଲୋକ ସଭା ସମେତ ଜିଲାର ୪ ନିର୍ବାଚନମଣ୍ଡଳୀର ୩୯ ପ୍ରାର୍ଥୀଙ୍କ ଭାଗ୍ୟ କଏଦ ହୋଇଛି ଇଭିଏମ୍‌ରେ। ଏହି ଭାଗ୍ୟ ପେଡ଼ି ଖୋଲିବ ମେ ୨୩ ଭୋଟଗଣତି ଦିନ। ସନ୍ଧ୍ୟା ୭ସୁଦ୍ଧା ଜିଲାରେ ୭୧.୧୦% ଭୋଟିଂ ରେକର୍ଡ କରାଯାଇଛି। କାମାକ୍ଷାନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ମତଦାନ ସମ୍ପର୍କିତ ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ। ଚଳିତ ନିର୍ବାଚନରେ ଭୋଟହାର ୭୫% ଟପିବା ସମ୍ଭାବନା ରହିଥିବା ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି। କଁା ଭଁା ନିର୍ବାଚନୀ ଗଣ୍ଡଗୋଳ, ଇଭିଏମ୍‌ ତ୍ରୁଟିକୁ ବାଦ୍‌ଦେଲେ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବା ସେ ସୂଚନା ଦେଇଛନ୍ତି।

ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସତ୍ତ୍ୱେ ଇଭିଏମ୍‌ ଏବଂ ଭିଭିପିଏଟିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ ସ୍ଥାନରେ ମତଦାନ ବିଳମ୍ବିତ ହୋଇଥିଲା। ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ୧୭୩ନଂ. ବୁଥ୍‌, ସଦର ବ୍ଲକ ଅଧୀନ ନୂଆଗଁା ପଞ୍ଚାୟତର ମଣ୍ଡାପାଳ ମତଦାନ କେନ୍ଦ୍ରରେ ବୈଷୟିକ ତ୍ରୁଟିରୁ ମକ୍‌ ପୋଲିଂ  ନିର୍ଦ୍ଧାରିତ ସମୟରେ ହୋଇପାରି ନ ଥିଲା। ମତଦାନରେ ପାଖାପାଖି ଘଣ୍ଟାଏରୁ ଅଧିକ ବିଳମ୍ବ ହୋଇଥିଲା। ପୌରାଞ୍ଚଳର କଲେଜପଡ଼ା ସ୍କୁଲ ୧୭୦ନଂ. ବୁଥରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି କାମାକ୍ଷାନଗର ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲ ୧୯ନଂ. ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ୪୦ ମିନିଟ୍‌ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ନୂଆ ରେକୁଳାସ୍ଥିତ ୧୪ନଂ. ବୁଥ୍‌ରେ ଇଭିଏମ ଅଚଳ ଯୋଗୁ ପ୍ରାୟ ୨ଘଣ୍ଟା ୪୦ ମିନିଟ୍‌ ବିଳମ୍ବରେ ଭୋଟ ଆରମ୍ଭ ହୋଇଥିଲା। କାଦୁଆସ୍ଥିତ ୭ନଂ. ବୁଥରେ ୯୩ଟି ଭୋଟ ପରେ ମେଶିନ ଅଚଳ ହୋଇପଡ଼ିଥିଲା। ଫଳରେ ଘଣ୍ଟାଏ ଧରି ଭୋଟଗ୍ରହଣ ବନ୍ଦ ରହିଥିଲା। କାମାକ୍ଷାନଗର ନିର୍ବାଚନମଣ୍ଡଳୀର ୧୮ବୁଥ୍‌ରେ ଏପରି ସମସ୍ୟା ଦେଖାଦେଇଥିଲା। ପରଜଙ୍ଗ ନିର୍ବାଚନମଣ୍ଡଳୀ କନ୍ତୋର ବୁଥ୍‌ରେ ଇଭିଏମ୍‌ ବ୍ୟାଟେରି ଡାଉନ ହେବାରୁ ମତଦାନ ଡେରି ହୋଇଥିଲା। ରାସୋଳ ଥାନା ଅଧୀନ ବାଙ୍କଟିଆ ବୁଥ୍‌ରେ ଇଭିଏମ୍‌ ପ୍ରସ୍ତୁତି ହୋଇ ନ ଥିବାରୁ ଅଧଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୦ଟା ସୁଦ୍ଧା ସବୁ ଅଚଳ ଇଭିଏମ୍‌ ସଜଡ଼ାଯାଇଥିଲା ଏବଂ ଏହାପରେ ବୁଥ୍‌ରେ ଭୋଟଗ୍ରହଣ ସ୍ବାଭାବିକ ହୋଇଥିଲା।

ଜିଲାରେ ପୂର୍ବାହ୍ନ ୧୦ଟା ଯାଏ ମତଦାନ ହାର ଧୀମା ରହିଥିବାବେଳେ ପୂର୍ବାହ୍ନ ୧୧.୩୦ ସୁଦ୍ଧା ଏହା ପହଞ୍ଚତ୍ଥିଲା ୨୨.୦୬%। ଅପରାହ୍ନ ୧ଟା ସୁଦ୍ଧା ଏହା ୩୯.୮୦% ରହିଥିବାବେଳେ ୫ଟା ସୁଦ୍ଧା ୬୮.୦୩% ଏବଂ ରାତି  ୭ଟା ସୁଦ୍ଧା ୭୧% ଛୁଇଁଥିଲା। ଶେଷ ସୂଚନା ସୁଦ୍ଧା ଜିଲାର ୯ଲକ୍ଷ ୩୪ ହଜାର ୮୫୭ ଭୋଟରଙ୍କ ମଧ୍ୟରୁ ୬ଲକ୍ଷ ୬୪ ହଜାର ୭୦୫ଜଣ ମତ ସାବ୍ୟସ୍ତ କରିଛନ୍ତି। ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୭୨.୫୪%, ହିନ୍ଦୋଳ (ସଂରକ୍ଷିତ)ରେ ୭୦.୩୮%, କାମାକ୍ଷାନଗରରେ ୬୯.୧୭% ଏବଂ ପରଜଙ୍ଗ ବିଧାନସଭା କ୍ଷେତ୍ରରେ ୭୨.୧୮% ମତଦାନ ହୋଇଥିବା ଜିଲା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭେଟେରାନ କଂଗ୍ରେସ ନେତା ତଥା ଏମ୍‌ପି ପ୍ରାର୍ଥୀ କାମାକ୍ଷାପ୍ରସାଦ ସିଂଦେଓ, ଭାଜପା ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ବିଜେଡି ଏମ୍‌ପି ପ୍ରାର୍ଥୀ ମହେଶ ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଡା. ନୃସିଂହ ଚରଣ ସାହୁ, ବିଧାୟିକା ସୀମାରାଣୀ ନାୟକ, ବିଧାୟକ ପ୍ରାର୍ଥୀ ନବୀନ ନନ୍ଦ, ସୁଧୀର ସାମଲ, କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ୩ ଡଜନରୁ ଅଧିକ ନେତାଙ୍କ  ଭାଗ୍ୟ ଲେଖିଛନ୍ତି ଭୋଟର।

ଗୋଟିଏ ଦୁଇଟି ସ୍ଥାନକୁ ବାଦ୍‌ଦେଲେ ଜିଲାର ଅନ୍ୟ କୌଣସି ସ୍ଥାନରେ ନିର୍ବାଚନୀ ହିଂସା ସାମ୍ନାକୁ ଆସିନାହିଁ। ଆମ୍ବପଳାସ ଗ୍ରାମରେ ଭାଜପା କର୍ମୀଙ୍କ ଆକ୍ରମଣରେ ଜଣେ ବିଜେଡି ସମର୍ଥକ ଗୁରୁତର ହୋଇଛନ୍ତି। ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ା ବ୍ଲକ ସାରିଆପଡ଼ା ଗ୍ରାମର ଏକ ବୁଥରେ ଗଣ୍ଡଗୋଳ ହୋଇଛି।  ସେହିପରି କଙ୍କଡ଼ାହାଡ଼ କଣ୍ଟାପାଳ ଥଇଥାନ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୧ନଂ. ବୁଥ୍‌ରେ ନିୟୋଜିତ ପୋଲିଂ ଅଧିକାରୀ ନବକିଶୋର ନାୟକ ହୃଦ୍‌ଘାତରେ ପ୍ରାଣ ହରାଇବା ଭଳି ଦୁଃଖଦ ଘଟଣା ଘଟିଛି।  କାମାକ୍ଷାନଗର ଉପଖଣ୍ଡରେ ପ୍ରବଳ ବର୍ଷାକୁ ନଜରରେ ରଖି ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ କର୍ମଚାରୀଙ୍କୁ ସତର୍କ କରାଯାଇଛି। ପୋଲିଂ ଅଫିସର ଯେପରି ସୁରକ୍ଷିତ ଭାବେ ଆସିପାରିବେ ସେ ନେଇ ପଦକ୍ଷେପ ନିଆଯାଉଛି। ପୋଲିଂ କର୍ମଚାରୀ ନବକିଶୋର ନାୟକଙ୍କ ମୃତ୍ୟୁ ଦୁଃଖଦ ଘଟଣା। ଏପରି ସମୟରେ ପ୍ରଶାସନ ତାଙ୍କ ପରିବାର ସହ ଅଛି। ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଟୋରେ ଚାଲାଣ ହେଉଥିଲା ଶାଳ କାଠ…

ବଲାଙ୍ଗୀର ଅଫିସ,୧୧।୫: ବଲାଙ୍ଗୀର ଜିଲା ପାଟଣାଗଡ଼ ପଥରଚେପା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ବନ ବିଭାଗ ଚଢ଼ାଉ କରି ଏକ ଶାଳ କାଠ ବୋଝେଇ ଅଟୋକୁ ଜବତ...

ବର୍ଷାଜଳ ଘରେ ପଶିବା ଭଳି ପରିସ୍ଥିତି: ନିଆଗଲା ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ

ଗଞ୍ଜାମ,୧୪।୧୦(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ବର୍ଷାଜଳ ଜମି ରହିଛି। ଏହ ଘରେ ପଶିବା...

ମାଫିଆଙ୍କ କବ୍‌ଜାରେ ନଦୀବନ୍ଧ: ଚାଲିଛି ବେଆଇନ ବାଲି ଓ ମାଟି ଉଠାଣ

ବିଞ୍ଝାରପୁର, ୨ା୬(ଡି.ଏନ.ଏ)- ସରକାର ନଦୀବନ୍ଧ ଉନ୍ନତିକରଣରେ ବହୁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ବିିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ନଦୀବନ୍ଧରୁ ବେଆଇନଭାବେ ମାଟି ଓ ବାଲି...

ମା’ମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ; ମହିଳାମାନଙ୍କୁ ଗ୍ୟାସ ବଣ୍ଟନ

ନୂଆପଡା ଅଫିସ,୧୫ା୮: ମାତୃଶକ୍ତି ମହାନ ଶକ୍ତି । ମା’ମାନେ ସଶକ୍ତ ହେଲେ ଦେଶ ଆଗକୁ ଯିବ ବୋଲି ମତପ୍ରକାଶ ପାଇଛି । ସ୍ଥାନୀୟ ସାରାବଙ୍ଗ ଗ୍ରାମପଞ୍ଚାୟତ...

ପେସାଦାର ଅପରାଧୀଙ୍କୁ ଛୁରି ଭୁସି ହତ୍ୟା: ୨ ସନ୍ଦିଗ୍ଧ ଅଟକ

ଦିଗପହଣ୍ଡି,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ସକାଳେ ଜଣେ ପେସାଦାର ଅପରାଧୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।...

ପାଳନ ହେଲାନି ବିଶ୍ୱ ଐତିହ୍ୟ ଦିବସ: ଖରାରେ ଛିଡ଼ା ହୋଇ ଫେରିଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ,୧୯।୪- ଢେଙ୍କାନାଳ ଜିଲା ସଦର ମହକୁମାରେ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସ ପାଳନ ହୋଇନାହିଁ। ଫଳରେ ସ୍କୁଲ ଛାତ୍ରୀଛାତ୍ରୀମାନେ ୨ ଘଣ୍ଟା ଖରାରେ...

ମଉଲିକ ସୁବିଧାରୁ ବଁଚିତ ଗାଁବାସୀ: ଗାଁକେ ରାସ୍‌ତା ହେଲେ ବିକାଶ ଆପେ ହେବା

ଜାମଟିକ୍ରା, ୧୭।୪ (ଡି.ଏନ.ଏ):  କେହେନ୍‌ସି ଗାଁର ବିକାଶ କଥା ଚିନ୍‌ତା  କଲେ ସରକାର ପହେଲା ସେ ଗଁାକେ ରାସ୍‌ତାଘାଟର ସୁବିଧା କରସନ୍‌। ରାସ୍‌ତାଘାଟ, ବିଜଲି, ପିଇଲା...

କେନ୍ଦୁପତ୍ର ତୋଳାଳିଙ୍କ ପ୍ରାପ୍ୟ ଦେଉନାହାନ୍ତି କ୍ରୟକାରୀ ସଂସ୍ଥା: ଲାଇସେନ୍ସ ରଦ୍ଦ ପାଇଁ ଡିଏଫ୍‌ଓଙ୍କ ଚିଠି

ଜୟପୁର,୨୪।୪(ଡି.ଏନ୍‌.ଏ.) – ମାଲକାନଗିରି ଓ କୋରାପୁଟ ଜିଲାରେ ୨୦୧୮ରେ ତୋଳାଳିଙ୍କଠାରୁ କେନ୍ଦୁପତ୍ର କିଣିଛନ୍ତି ଘୋରଇ ସଂସ୍ଥା। କିନ୍ତୁ କିଛି ସଂସ୍ଥା ତୋଳାଳିଙ୍କୁ ପ୍ରାପ୍ୟ ଦେଇନାହାନ୍ତି। କେତେକ...

Advertisement
Archives

Model This Week