ରାତି ପାହିଲେ ରଥଯାତ୍ରା -ଅପରାହ୍ନ ୨.୩୦ରେ ଛେରାପହଁରା, ୪ଟାରେ ରଥଟଣା

ପୁରୀ, ୧୯ା୬(ଅଜିତ୍‌ ମହାନ୍ତି): ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ମଙ୍ଗଳବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ଶ୍ରୀମନ୍ଦିର ରତ୍ନସିଂହାସନ ଛାଡ଼ି ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ପୁରୀ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଭାଇ ଭଉଣୀଙ୍କୁ ସଙ୍ଗରେ ଧରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରଥାରୂଢ଼ ଦାରୁଦିଅଁଙ୍କ ଦର୍ଶନ କରି କୃତାର୍ଥ ହେବେ ଭକ୍ତ। ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ସାମିଲ ହେବା ନିମନ୍ତେ ଭକ୍ତଙ୍କ ସୁଅ ଛୁଟିଛି। ଆଉ କେଇ ଘଣ୍ଟା ପରେ ଭକ୍ତ ଏବଂ ଭଗବାନଙ୍କ ମିଳନ ହେବ, ଯାହାକୁ ନେଇ ସମସ୍ତଙ୍କ ମନରେ ଭରି ରହିଛି ଉତ୍ସାହ ଓ ଉଲ୍ଲାସ।
ଏହି କ୍ରମରେ ପରମ୍ପରା ଅନୁଯାୟୀ, ସୋମବାର ପ୍ରତିପଦା ତିଥିରେ ରଥଖଳାରୁ ତିନିରଥ ଟଣାହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆସିଛି। ଏବେ ଦାରୁବିଗ୍ରହଙ୍କ ଅପେକ୍ଷାରେ ତିନିରଥ। ଏ ନେଇ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ୩୫ରେ ଚକା ଅପସର, ୬ଟା ୪୫ରେ ମଙ୍ଗଳ ଆଳତି, ୬ଟା ୫୫ରେ ଅବକାଶ, ୬ଟା୫୦ରେ ମଇଲମ, ୭ଟା ୧୫ରେ ଅବକାଶ ପୂଜା ସରିଥିଲା। ୭ଟା ୨୦ରେ ଦଶ ଅବତାର ଠାକୁରଙ୍କ ବାହୁଡ଼ା ବିଜେ ଓ ୭ଟା ୨୫ରେ ତାଟି ଫିଟିବା ପରେ ଶ୍ରୀବିଗ୍ରହଙ୍କ ନବଯାୈବନ ଦର୍ଶନ ଆରମ୍ଭ ହୋଇଥିଲା। ସକାଳ ୭ଟା ୩୦ରେ ପରିମାଣିକ ଦର୍ଶନ ଆରମ୍ଭ ହୋଇଥିଲା। ପରିମାଣିକ ଟିକେଟଧାରୀ ଭକ୍ତମାନେ ଧାଡ଼ିରେ ଯାଇ ଦାରୁବିଗ୍ରହଙ୍କ ଦର୍ଶନ କରିଥିଲେ। ୮ଟାରେ ସାହାଣ ମେଲା ବା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ୧୧ଟା ୩୦ରେ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ଚୂନପାଣି ପଡ଼ିି ଧୂଆଧୋଇ ହୋଇଥିଲା। ୧୨ଟା ୨୫ରେ ଦଇତାପତି ସର୍ବାଙ୍ଗ, ଅପରାହ୍ନ ୧ଟା ୫ରେ ନେତ୍ର ଉତ୍ସବ ବନ୍ଦାପନା, ୧ଟା ୨୦ରେ ରାଜନୀତି, ୧ଟା ୩୦ରେ ବନ୍ଦାପନା, ୨ଟା ୧୫ରେ ଯାତ୍ରାଙ୍ଗୀ ମହାସ୍ନାନ, ୨ଟା ୪୦ରେ ଘଣ୍ଟ ଛତା ସର୍ବାଙ୍ଗ ପରେ ଅନ୍ୟାନ୍ୟ ନୀତି ବଢି ୪ଟା ୨୫ରେ ସକାଳଧୂପ ଶେଷ ହୋଇ ପାଣି ପଡ଼ିଥିଲା। ପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟ, ଛତା, କାହାଳୀ ସହ ରଥଖଳା ନିକଟକୁ ବିଜେ କରିଥିଲେ। ପରମ୍ପରା ଅନୁଯାୟୀ, ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଭୋଇସେବକମାନେ ରଥରେ ଦଉଡ଼ି ସଂଯୋଗ କରିଥିଲେ। ତାଳଧ୍ୱଜ ରଥରେ ବିଜେ କାହାଳୀ ବାଜିବା ପରେ ତିନି ରଥ ଟଣା ଆରମ୍ଭ ହୋଇଥିଲା। ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ଭକ୍ତିସଙ୍ଗୀତ ଓ ଭକ୍ତିଅର୍ଘ୍ୟର ତାଳେ ତାଳେ ଭକ୍ତ ଏବଂ ଆରକ୍ଷୀ ବାହିନୀ ରଥ ଟାଣିଥିଲେ। ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚତ୍ଥିଲା। ତିନିରଥକୁ ବିଭିନ୍ନ ଫୁଲରେ ସୁସଜ୍ଜିତ କରାଯାଇଥିଲା। ତିନିରଥରେ ଭୋଇ ସେବକମାନେ ଚାରମାଳ ବାନ୍ଧିବା ପରେ ସାରଥିମାନଙ୍କୁ ଉଠାଯାଇଥିଲା। ରାତିରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ସେନାପଟା ଓ ବାହୁଟ କଣ୍ଟ କରିଥିଲେ।
ମଙ୍ଗଳବାର ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି ଓ ରୋଷହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟ ପୂଜା, ୭ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ। ୮ଟାରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ, ପରେ ଡୋରଲାଗି ହୋଇ ୯.୩୦ରେ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨.୩୦ରେ ପହଣ୍ଡି ସରି ଅପରାହ୍ନ ୧ଟା ପର୍ଯ୍ୟନ୍ତ ଶ୍ରୀମଦନ ମୋହନ, ଶ୍ରୀରାମକୃଷ୍ଣ ରଥକୁ ବିଜେ ହେବେ। ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଚିତା ଲାଗି ହୋଇ ବେଶ ଶେଷ ହେବ। ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଲଗାଯିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ। ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବା ନେଇ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ପୁରୀ ସହର ରହିଥିବାବେଳେ ସହରରେ ଟ୍ରାଫିକ ମୋବିଲିଟି ପ୍ଲାନ୍‌ କାର୍ଯ୍ୟକାରୀ ହୋଇଛି। ୧୭୦ ପ୍ଲାଟୁନ୍‌ ଫୋର୍ସ ସମେତ ସାଦା ପୋଷାକଧାରୀ ପୋଲିସ୍‌, ବୋମା ନିଷ୍କ୍ରିୟକାରୀ ଦଳ ଓ ସ୍ବତନ୍ତ୍ର ଟାକ୍ଟିକାଲ୍‌ ୟୁନିଟ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?