ରାତିସାରା ଟ୍ରଲିରେ ପଡି ରହିଲା ମୃତଦେହ

ସୋନପୁର/ବିନିକା,୨୩।୨(ନି.ପ୍ର./ଡି.ଏନ୍‌.ଏ)
ମହା ଶିବରାତ୍ରି ପାଇଁ ସୁବର୍ଣ୍ଣପୁର ଜିଲା ଉତ୍ସବ ମୁଖର ଥିବା ବେଳେ ରାତିରେ ସୁବର୍ଣ୍ଣପୁର ଜିଲା ବିନିକା ସହରର ବିନିକାପଡାରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ବିବାହିତ ମହିଳା ନିଜ ଘରେ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି। ମୃତାଙ୍କ ନାମ ପୂଜା ସାହୁ(୨୧) । ଶନିବାର ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ତେବେ ମହିଳାଙ୍କ ମୃତ୍ୟୁ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ପଦାରେ ପକାଇଛି।
ଶୁକ୍ରବାର ରାତିରେ ଜିତେନ୍ଦ୍ର ସାହୁ(୨୬)ଙ୍କ ସ୍ତ୍ରୀ ପୂଜା ନିଆଁରେ ପୋଡି ହୋଇଯାଇଥିଲେ। ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଜିତେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆସି ନ ଥିଲା । ବାଧ୍ୟ ହୋଇ ପରିବାର ଲୋକେ ମହିଳାଙ୍କୁ ରାତି ୧୨ଟାରେ ଏକ ଠେଲା ରିକ୍ସାରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଥିଲା। ବିନିକା ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ରଖିବା ପାଇଁ କୌଣସି ଗୃହ ନାହିଁ । ଭିତରେ ରୋଗୀ ଥିବାରୁ ସଂକ୍ରମଣ ଆଶଙ୍କାରେ ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ର ବାହାରେ ଟ୍ରଲି ଉପରେ ରାତି ସାରା ରହିଲା। ପରିବାର ଲୋକେ କିମ୍ବା ପୋଲିସ କେହି ବି ଶବକୁ ଜଗିଲେ ନାହିଁ । ଏହି ଘଟଣା ସକାଳେ ପ୍ରଚାରିତ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଟ୍ରଲିରେ ରହିବାର ଦୀର୍ଘ ୧୧ଘଣ୍ଟା ପରେ ମାଜିଷ୍ଟ୍ରେଟ୍‌ ତଥା ବିନିକା ତହସିଲଦାର ଅଲେଖ ଘୁଟାଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି । ଅନ୍ୟପକ୍ଷେ ମୃତା ପୂଜାଙ୍କ ବାପା ବୌଦ୍ଧ ଜିଲା ମନମୁଣ୍ଡା ଥାନା ମହେଶ୍ୱରପିଣ୍ଡା ଗ୍ରାମର ପ୍ରଦୀପ ସାହୁ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଯୌତୁକ ପାଇଁ ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକ ହତ୍ୟା କରିଛନ୍ତି । ସେ ଦର୍ଶାଇଥିଲେ ୩ ବର୍ଷ ପୂର୍ବରୁ ଜିତେନ୍ଦ୍ରଙ୍କ ସହ ପୂଜାଙ୍କ ବିବାହ ହୋଇଥିଲା । ତେବେ ବିବାହର ୧ ବର୍ଷ ପରେ ଜିତେନ୍ଦ୍ରଙ୍କ ପରିବାର ଲୋକେ ନଗଦ ୫୦ ହଜାର ଟଙ୍କା ସହିତ ସ୍ବର୍ଣ୍ଣ ଅଳଙ୍କାର ଆଣିବା ପାଇଁ ସବୁବେଳେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ଝିଅକୁ ଜୀଅନ୍ତା ଜାଳି ଦେବାର ଧମକ ଦେଉଥିଲେ। ପୂଜା ଏ ସମ୍ପର୍କରେ ପ୍ରଦୀପଙ୍କୁ ପୂର୍ବରୁ ଜଣାଇ ଥିଲେ। ଏହାପରେ ଝିଅର ଭଲ ପାଇଁ ପଡାର ଭଦ୍ରଲୋକଙ୍କ ସମ୍ମୁଖରେ ପ୍ରଦୀପ ୧୧ ଗ୍ରାମର ସୁନା ଚେନ ଦେଇଥିଲେ। ତଥାପି ଶାଶୁ କଲାବତୀ ସାହୁ, ଦେଢଶୁର ଚକାଡୋଳା ସାହୁ, ନଣନ୍ଦ ଲକ୍ଷ୍ମୀ ଓ ସ୍ବାମୀ ଜିତେନ୍ଦ୍ର ନିର୍ଯାତନା ଦେଉଥିଲେ। ତେଣୁ ସମସ୍ତେ ମିଶି ପୂଜାଙ୍କ ଦେହରେ କିରୋସିନ ଢାଳି ନିଆଁରେ ପୋଡି ମାରି ଦେଇଥିବା ପ୍ରଦୀପ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣାରେ ମୃତାଙ୍କ ସ୍ବାମୀ ଓ ଦେଢଶୁରଙ୍କୁ ଅଟକ ରଖା ଯାଇଥିବା ଆଇଆଇସି କୁଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ମହିଳାଙ୍କ ପୋଡା ଶବ ରାତି ସାରା ବାହାରେ ପଡି ରହିବା ଘଟଣାରେ ବିନିକା ମେଡିକାଲ ଅଫିସର ଡାକ୍ତର ଜୟପ୍ରକାଶ ପ୍ରଧାନ କୁହନ୍ତି, ମହିଳା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ମୃତଦେହ ରଖିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର ଗୃହ ନାହିଁ। ଆମେ ପୋଲିସକୁ ଜଣାଇଥିଲୁ । ଶବକୁ ଜଗିବା ଓ ବ୍ୟବଚ୍ଛେଦ କାମ ପୋଲିସର । ସେହିପରି ୧୦୮ ଆମ୍ବୁଲାନ୍ସକୁ ଡକା ହୋଇଛି କି ନାହିଁ ଆମେ ଜାଣିନୁ ବୋଲି ଡାକ୍ତର ପ୍ରଧାନ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟ ବନ୍ୟାଜଳ: ବୀରମହାରାଜପୁର–ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୨୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୂତିଆପାଲି ଏବଂ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ମଧ୍ୟରେ ପ୍ରବାହିତ ଘୁଙ୍ଗିଯୋରରେ ବନ୍ୟାଜଳ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri