Posted inଜାତୀୟ

ରାଜ ଠାକ୍‌ରେଙ୍କୁ ଇଡିର ସମନ୍‌ ଜାରି

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ୍‌ ଜାରି କରାଯାଇଛି। ନିର୍ମାଣ କ୍ଷେତ୍ରରେ ଲିଜିଂ ଏବଂ ଆର୍ଥିକ ସେବା କ୍ଷେତ୍ରରେ କେତେକ ଅନିୟମିତତା ହୋଇଥିବା ଅଭିଯୋଗ ଆଧାରରେ ରାଜ୍‌ଙ୍କୁ ସମନ କରାଯାଇଥିବା କୁହାଯାଉଛି। ଏନେଇ ମହାରାଷ୍ଟ୍ର ନବନିର୍ମାଣ ସେନା ସଦସ୍ୟ ସନ୍ଦିପ୍‌ ଦେଶପାଣ୍ଡେ ସୂଚନା ଦେଇଛନ୍ତି। ଏହାଦ୍ୱାରା ରାଜ୍‌ଙ୍କ ଉପରେ ଚାପ ପକାଯାଉଥିବା ସନ୍ଦିପ୍‌ କହିଛନ୍ତି। ଗତ ୫-୬ ବର୍ଷ ମଧ୍ୟରେ ଭାଜପାର କୌଣସି ନେତାଙ୍କ ଉପରେ ଇଡ଼ି ପକ୍ଷରୁ ତଦନ୍ତ କରାଯାଇ ନାହିଁ। ଏଭଳି ତଦନ୍ତ କେବଳ ଅନ୍ୟ ଦଳ ସଦସ୍ୟଙ୍କ ଉପରେ କରାଯାଉଥିବା ସନ୍ଦିପ୍‌ ଅଭିଯୋଗ କରିଛନ୍ତି। ରାଜ୍‌ ଭାଜପା ଶାସନକୁ ହିଟଲରଙ୍କ ଏକଛତ୍ରବାଦୀ ଶାସନ କହିିଥିବାରୁ ଆକ୍ରୋଶ ମୂଳକ ଭାବେ ଏଭଳି କରାଯାଉଥିବା ସନ୍ଦିପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଗୁରୁଦକ୍ଷିଣା: ଶିକ୍ଷୟିତ୍ରୀଙ୍କ ବିବାହରେ କନ୍ୟାଦାନ କଲେ ଛାତ୍ରୀଛାତ୍ର

ଯୋଧପୁର,୧୫।୧୨: ଗୁରୁଦକ୍ଷିଣା ଭାବେ ଛାତ୍ରୀଛାତ୍ରମାନେ ଶିକ୍ଷାଦାତାଙ୍କୁ ବିଭିନ୍ନ ଉପହାର ଦେଇଥାନ୍ତି। ଏହା ଭାରତୀୟ ସଂସ୍କୃତିରେ ବେଶ୍‌ ପ୍ରଚଳିତ। ରାଜସ୍ଥାନ ପାଲିସ୍ଥିତ ସୁନ୍ଦରନଗରଠାରେ ଥିବା ରାଜଶ୍ରୀ ସ୍କୁଲର...

ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ଦିଆ ନ ଯାଉ ଲଢ଼ିବା ସୁଯୋଗ

ନୂଆଦିଲ୍ଲୀ, ୨୩।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ସୁପ୍ରିମକୋର୍ଟରେ ଏକ ପୁରୁଣା ମାମଲା ଉପରେ ବୁଧବାର ପିଟିଶନ ଦାଖଲ କରାଯାଇଛି। ବିଧାନସଭା ବାଚସ୍ପତିଙ୍କ ଦ୍ୱାରା...

ବିଧାନପରିଷଦରେ କାନ୍ଦିଲେ ମନ୍ତ୍ରୀ

ଲକ୍ଷ୍ନୌ,୨୭।୫: ୟୁପି ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଏହି ବଜେଟ ଅଧିବେଶନରେ ଏକ ଚର୍ଚ୍ଚିତ ଘଟଣା ଘଟିଛି। ବିଧାନ ପରିଷଦରେ ଯୋଗୀ ସରକାରରେ ମତ୍ସ୍ୟ ବିଭାଗର...

ଇଣ୍ଟରନେଟରେ ସେନ୍‌ସେଶନ ପାଲଟିଛନ୍ତି ‘ଗୋଲଡେନ ମ୍ୟାନ’

ମୁମ୍ବାଇ,୧।୭: ସୁନାରେ ଛାଇଁ ହୋଇଥିବା ବ୍ୟକ୍ତିଙ୍କ କଥା ଯଦି ଭାବିବେ ତାହେଲେ ମନରେ ପପୁଲାର ସଙ୍ଗୀତଜ୍ଞ ବାପି ଲେହରିଙ୍କ ଛବି ଆସେ। ହେଲେ ଏହି ସମୟରେ...

ଭାରତକୁ ବଡ ସଫଳତା: ଚାଇନା ସୀମାରେ ୬ ପାହାଡକୁ କଲା ଦଖଲ

ନୂଆଦିଲ୍ଲୀ, ୨୦।୯: ପୂର୍ବ ଲଦାଖର ଚାଇନା ସୀମାରେ ଭାରତୀୟ ସେନା ବଡ ସଫଳତା ହାସଲ କରିଛି। ଗତ ୨୦ ଦିନ ମଧ୍ୟରେ ଭାରତୀୟ ସେନା ଚାଇନା...

ମୁଖ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ସ୍ବାସ୍ଥ୍ୟବସ୍ଥା ସ୍ଥିର...

ନେପାଳ ସୀମା ବିବାଦ ପଛରେ ଚାଇନା

ନୂଆଦିଲ୍ଲୀ,୧୬ା୬: ଭାରତ ସହ ଦୀର୍ଘ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରଖିଆସିଥିବା ପଡ଼ୋଶୀ ଦେଶ ନେପାଳ ହଠାତ୍‌ ସୀମା ବିବାଦ ସୃଷ୍ଟି କରିବା ପଛରେ ସେଠାର...

ମୋତେ ବଳିବୋଦା କରନାହିଁ: ବାଚସ୍ପତି

ବେଙ୍ଗାଲୁରୁ,୨୩ା୭(ପି.ଟି.): କର୍ନାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଉପରେ କ୍ରମାଗତ ତୃତୀୟ ଦିନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ବିଳମ୍ବିତ...

Advertisement
Archives

Model This Week