ରାଜ୍ୟ ସଭା ରେସ୍‌ ଓ ନବୀନ ପଲିଟିକ୍ସ

ସବ୍ୟସାଚୀ ଅମିତାଭ
କୁହାଯାଏ ପ୍ରେମ ଓ ଯୁଦ୍ଧରେ ସବୁ କିଛି ସମ୍ଭବ। ପୁରୁଣାକାଳିଆ ଏହି ରୂଢ଼ି ବାକ୍ୟ ସହ ଆଧୁନିକ ସମୟର ଆଉ ଗୋଟିଏ ଶବ୍ଦ ମଧ୍ୟ ଯୋଡ଼ି ହୋଇଯାଇଛି। ତାହା ହେଲା ବର୍ତ୍ତମାନ ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ। ଆମେ ଏଠି ରାଜ୍ୟର ବିଜୁ ଜନତା ଦଳକୁ ଏକ ବଡ଼ ଉଦାହରଣ ଭାବେ ନେଇପାରିବା। ଖାଲିଥିବା ୩ଟି ରାଜ୍ୟ ସଭା ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିବା ଓ ଏହା ପରର ଘଟଣାକ୍ରମ ଏବେ ଅନେକ ଦିଗ ପ୍ରତି ସମ୍ଭାବନା ସୃଷ୍ଟି କରିଛି। ୩ଟି ରାଜ୍ୟ ସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ନିବାସରେ ୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ସେମାନେ ହେଲେ- ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ। ଅମର ପଟ୍ଟନାୟକ ପୂର୍ବତନ ଓଡ଼ିଶା ଏଜି ଥିଲେ, ବିଜେଡିର ଆଇଟି ସେଲ୍‌ର ମୁଖିଆ ତଥା ଦଳର ଅନ୍ୟତମ ମୁଖପାତ୍ର। ତାଙ୍କ ନାଁ ଚର୍ଚ୍ଚା ହେଉଥିଲା। ତେଣୁ ଘୋଷଣା ହେବାରେ ବିଶେଷ କିଛି ନୂତନତା ନାହିଁ। ଠିକ୍‌ ସମାନ ଭାବେ ଡ. ସସ୍ମିତ ପାତ୍ର ବିଜେଡିର ଅନ୍ୟତମ ମୁଖପାତ୍ର ତଥା ଜଣାଶୁଣା ଟିଭି ପ୍ରବକ୍ତା ଥିଲେ, ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ୍‌ ତୁଷ୍ଟୀକରଣ ହେଉ ଅବା ନିର୍ବାଚନ ସମୟରେ ବୈଦ୍ୟୁତିକ ଗଣମାଧ୍ୟମରେ ଦଳର ଆଭିମୁଖ୍ୟକୁ ଠିକ୍‌ ଭାବେ ପରିଚାଳନା କରିଥିବାରୁ ତାଙ୍କୁ ମଧ୍ୟ ପୁରସ୍କାର ମିଳିଥାଇପାରେ। ହେଲେ ତୃତୀୟ ନାଁଟି କିନ୍ତୁ ରାଜନୀତି ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଅବସରପ୍ରାପ୍ତ ଆଇଏଏସ୍‌ ଅଫିସରବାବୁ ଅଶ୍ୱିନୀ କୁମାର ବୈଷ୍ଣବ। ଯିଏ ଭାଜପାର ପ୍ରାର୍ଥୀ, ହେଲେ ବିଜେଡି ନାଟକୀୟ ଭାବେ ତାଙ୍କୁ ସମର୍ଥନ ଘୋଷଣା କରିଛି। ବିଜେଡି ସୁପ୍ରିମୋ ଯେ ଗୋଟିଏ ରାଜ୍ୟ ସଭା ଆସନ ଭାଜପା ହାତରେ ଟେକି ଦେଇଛନ୍ତି ତାହା କହିଲେ ଭୁଲ୍‌ ହେବନି। ଅତୀତରେ ନିଜର ଅନେକ ନିଷ୍ପତ୍ତିରେ ଜନତା, ନେତା ତଥା ବିରୋଧୀ ଦଳଙ୍କୁ ଚମକାଇଦେଇଥିବା ନବୀନଙ୍କ ଏହା ଆଉ ଏକ ମାଷ୍ଟ୍ରରଷ୍ଟ୍ରୋକ୍‌ ବୋଲି କେହି କେହି କହୁଛନ୍ତି। ହେଲେ ପ୍ରଶ୍ନ ଉଠୁଛି, ବିଧାନସଭା ସଂଖ୍ୟା ଆଧାରରେ ୩ଟି ଆସନରେ ବିଜେଡି ନିଶ୍ଚିତ ଥିବାବେଳେ ହଠାତ୍‌ ଦଳର ସୁପ୍ରିମୋ କାହିଁକି ଏପରି ନିଷ୍ପତ୍ତି ନେଲେ। କାରଣ ନିର୍ବାଚନ ବେଳର ବିଜେଡି ଭାଜପା ଟକରାଟକରିକୁ ଯିଏ ପାଖରୁ ଦେଖିଥିବ ତା’ ପାଇଁ ଏପରି ନିଷ୍ପତ୍ତି କେବଳ ଅପ୍ରତ୍ୟାଶିତ ନୁହେଁ ବରଂ ଆଚମ୍ବିତ କରିଦେଲା ପରି ଘଟଣା। ଯଦିଓ ବିଜେଡି ସଭାପତି ଖୋଦ୍‌ ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସଫେଇ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥତ୍ତ୍ୱକୁ ସମର୍ଥନ ଦିଆଯାଇଛି। ହେଲେ ଏହା ପଛର ପ୍ରକୃତ କାରଣକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଲାଣି। ପୂର୍ବରୁ ବିଜେଡିର ସମଦୂରତା ଫର୍ମୁଲା ଏବେ ଭିତିରିଆ ସୁସମ୍ପର୍କର ରୂପ ନେଉଛି ବୋଲି କେହି କେହି ମତ ଦେଉଛନ୍ତି।
ରାଜ୍ୟ ସଭା ଆସନ ପାଇଁ ଅନେକ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚା ହେଉଥିଲା। ଅନେକ ନେତା ସେଥିପାଇଁ ଲବି ବି ଆରମ୍ଭ କରିଦେଇଥିଲେ। ହେଲେ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ସେ ବାଜିରେ ଆଗରେ ରହିଲେ ବା ଦଳ ସୁପ୍ରିମୋଙ୍କର ଆସ୍ଥା ଜିଣିଲେ ତାହା ଏକ ଭିନ୍ନ ପ୍ରସଙ୍ଗ। ହେଲେ କେଁ ବାହାରିଛି ଅଶ୍ୱିନୀ ବୈଷ୍ଣବଙ୍କ ଚୟନକୁ ନେଇ। ଅମର ଓ ସସ୍ମିତ ରାଜନୈତିକ ବ୍ୟକ୍ତି, ବିଜେଡିର କର୍ମକର୍ତ୍ତା।
ଦଳ ଚାହିଁଲା ସେମାନଙ୍କୁ ଟିକେଟ୍‌ ଦେଲା। ହେଲେ ଅଶ୍ୱିନୀ ବୈଷ୍ଣବ ଭାଜପାର ନା ବିଜେଡିର ନା ଉଭୟଙ୍କର ତାକୁ ନେଇ ଏବେ ଦ୍ୱନ୍ଦ୍ୱ। ୨୦୧୭ ମେ’ରେ ବି ରାଜ୍ୟ ସଭା ନିର୍ବାଚନ ବେଳେ ଅଶ୍ୱିନୀଙ୍କ ନାଁ ବେଶ୍‌ ଚର୍ଚ୍ଚା ହେଉଥିଲା। ଏପରିକି ସେତେବେଳେ ତାଙ୍କର ରାଜ୍ୟ ସଭା ଟିକେଟ୍‌ ଏକ ପ୍ରକାର ଫାଇନାଲ୍‌ ଥିବାବେଳେ କୌଣସି କାରଣ ପାଇଁ ସେ ଶେଷ ମୁହୂର୍ତ୍ତରେ ବାଦ୍‌ ପଡିଥିଲେ। ଅଶ୍ୱିନୀଙ୍କ ପାଇଁ କାହିଁକି ସମସ୍ତଙ୍କ ଦରଦ ସେ ବାବଦରେ ମଧ୍ୟ ଆଲୋଚନା କରିବାର ଆବଶ୍ୟକତା ରହିଛି।
୧୯୯୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇଏଏସ୍‌ ଅଫିସର ବୈଷ୍ଣବ, ଏନ୍‌ଡିଏ ସରକାରଙ୍କ ଅମଳରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ପିତା ସଂଘ ପରିବାରର ଜଣେ ଆଗଧାଡିର କର୍ମକର୍ତ୍ତା ଥିଲେ। ରାଜସ୍ଥାନ ଭାଜପା ସହ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ଥିଲା। ୧୫ ବର୍ଷ ଆଇଏଏସ୍‌ ଚାକିରି କରିବା ପରେ ଏମ୍‌ବିଏ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ସେ। ହ୍ବାର୍ଟନରୁ ସଫଳତାର ସହ ଏମ୍‌ବିଏ ଡିଗ୍ରୀ ହାସଲ କରିବା ପରେ ସେ ଆଇଏଏସ୍‌ ଚାକିରି ଛାଡି ମୁମ୍ବାଇରେ ଏକ କମ୍ପାନୀ ତିଆରି କରିଥିଲେ। ବାଜପେୟୀଙ୍କ ପିଏମ୍‌ଓରେ ଥିବାବେଳେ ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରଶିପ୍‌ (ପିପିପି) ଥିଲା ତାଙ୍କର କଳ୍ପନାପ୍ରସୂତ। ଏହା ତାଙ୍କୁ ଘରୋଇ କମ୍ପାନୀଗୁଡିକ ସହ ସମ୍ପର୍କ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ପରବର୍ତ୍ତୀ କାଳରେ ସେ ତ୍ରିବେଣୀ କମ୍ପାନୀ ସହ ସଂପୃକ୍ତ ହୋଇପଡିଥିଲେ। ତ୍ରିବେଣୀ କମ୍ପାନୀ ସହ ରାଜ୍ୟ ସରକାରଙ୍କ ସମ୍ପର୍କ କିପରି ତାହା ମଧ୍ୟ କାହାକୁ ଅଛପା ନାହିଁ। ଗୋଟିଏ ପଟେ ମୋଦିଙ୍କ ସମେତ ବହୁ ତୁଙ୍ଗ ଭାଜପା ନେତାଙ୍କ ସହ ଅଶ୍ୱିନୀଙ୍କ ଘନିଷ୍ଠ ସମ୍ପର୍କ, ଅନ୍ୟପଟେ ନବୀନଙ୍କ ସହ ମଧ୍ୟ ଏକାନ୍ତ ଘନିଷ୍ଠତା। କେହି କେହି କହନ୍ତି, ଭାଜପାର ତୁଙ୍ଗ ନେତୃତ୍ୱଙ୍କ ସହ ନବୀନ ବାବୁଙ୍କ ସମ୍ପର୍କ ବୃଦ୍ଧି ପଛରେ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରମୁଖ ଯୋଗଦାନ ରହିଛି। ଏହାର ଫଳସ୍ବରୂପ ତାଙ୍କୁ ଅତୀତରେ ରାଜ୍ୟ ସଭା ପଠାଇବାକୁ ଉଦ୍ୟମ କରାଯାଇଥିଲା।
ଦିଲ୍ଲୀ ପାୱାର କରିଡରରେ ବେଶ୍‌ ଜଣାଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭା ପାଇଁ ସମର୍ଥନ କରି ବିଜେଡି ମୁଖ୍ୟ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ୧. ଅତୀତରେ ଯେଉଁ ଉଦ୍ୟମ ସଫଳ ହୋଇ ନ ଥିଲା ତାହା ଏବେ ସାକାର ହୋଇଛି। ମୋଦି କ୍ୟାମ୍ପ ସହ ସୁସମ୍ପର୍କ ପାଇଁ ବୈଷ୍ଣବ ହିଁ ଏକମାତ୍ର ଭଲ ମାଧ୍ୟମ ହେବେ। ୨. ରାଜ୍ୟ ଭାଜପା ନେତୃବୃନ୍ଦଙ୍କୁ ଏକପ୍ରକାର ଦ୍ୱନ୍ଦ୍ୱ ଓ ଦ୍ୱିଧାରେ ରଖି ମାନସିକ ଚାପ ସୃଷ୍ଟି କରିବା। ଆଗକୁ ପାଟକୁରା ଓ ବିଜେପୁର ଉପନିର୍ବାଚନ ହେବାକୁ ଯାଉଛି। ଯେଉଁଠି ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଭାଜପା। ବିଧାନସଭାରେ କଂଗ୍ରେସକୁ ଠେଲି ଏବେ ବିରୋଧୀ ଦଳ ଭୂମିକାରେ ଭାଜପା। ଏପରିସ୍ଥିତିରେ ନବୀନଙ୍କ ଏହି ଗେମ୍‌ ପ୍ଲାନ ସବୁ ଦିଗକୁ ଭାବିଚିନ୍ତି ନିଆଯାଇଛି ବୋଲି ଅନୁମାନ କରାଯାଉଛି। ନବୀନଙ୍କ ଏହି ନିଷ୍ପତ୍ତି କେବଳ ଯେ ରାଜ୍ୟ ଭାଜପା ନେତୃବୃନ୍ଦଙ୍କୁ ଅଡୁଆରେ ପକାଇବ ତା’ ନୁହେଁ ବରଂ ସେମାନଙ୍କୁ ଦୁର୍ବଳ ପ୍ରତୀତ କରାଇବାରେ ସହାୟକ ହେବ। ଏହା ହିଁ ରାଜ୍ୟ ସଭା ଗୋଟି ଚାଳନାର ଏକ ବାସ୍ତବ ନିର୍ଯାସ। ନିର୍ବାଚନ ପରେ କେନ୍ଦ୍ରର ମୋଦି ସରକାର ସହ ନବୀନ ବାବୁଙ୍କ ସମ୍ପର୍କ ଯେପରି ବଦଳିବାରେ ଲାଗିଛି ତାହା ଏକ ନୂଆ ସମୀକରଣ ଆଗକୁ ଇସାରା ବି କଲାଣି। ଆଗକୁ ଆହୁରି ଅନେକ ଚମକାଇବା ପରି ଘଟଣା ଘଟିବ ବୋଲି ବର୍ତ୍ତମାନରୁ ସମ୍ଭାବନା ସୃଷ୍ଟି ହେଲାଣି।
ଭୁବନେଶ୍ୱର, ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri