ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ୍‌ ଟୁର୍ନାମେଣ୍ଟ: ୬ ଗ୍ରାଉଣ୍ଡରେ ଖେଳାଗଲା ୧୨ ମ୍ୟାଚ

ଅନୁଗୋଳ ଅଫିସ, ୨୮।୧୧-ଅନୁଗୋଳ ଜିଲାରେ ବୁଧବାର ୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ୬ ଗ୍ରାଉଣ୍ଡରେ ମୋଟ ୧୨ ମ୍ୟାଚ ଖେଳାଯାଇଥିଲା। ପୁରୁଷ ବିଭାଗରେ ୫ଟି ପଡ଼ିଆରେ ମୋଟ ୧୦ଟି ମ୍ୟାଚ୍‌ ଖେଳାଯାଇଥିଲା। ଟାଉନ ହାଇସ୍କୁଲ ପଡ଼ିଆରେ ମହିଳା ଟିମ୍‌ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଟାଉନ ହାଇସ୍କୁଲ ପଡ଼ିଆରେ ପ୍ରଥମ ମ୍ୟାଚ ଭୁବନେଶ୍ୱର ଏବଂ ବାଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ଟିମ୍‌ ୮ ଉଇକେଟରେ ବିଜୟୀ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ କଟକ ଏବଂ ଅନୁଗୋଳ ମଧ୍ୟରେ ଖେଳାଯାଇଥିଲା। ଏଥିରେ କଟକ ୮୮ ରନ୍‌ରେ ବିଜୟୀ ହୋଇଛି।
କଦମ ପଡ଼ିଆରେ ପୁରୁଷ ବିଭାଗର ପ୍ରଥମ ମ୍ୟାଚ୍‌ ବରଗଡ଼ ଏବଂ ଝାରସୁଗୁଡ଼ା ମଧ୍ୟରେ ଖେଳାଯାଇଥିଲା। ଏଥିରେ ବରଗଡ଼ ୪ ଉଇକେଟରେ ଜିତିଯାଇଛି। ଦ୍ୱିତୀୟ ମ୍ୟାଚ ଯାଜପୁର ଏବଂ କନ୍ଧମାଳ ମଧ୍ୟରେ ହୋଇଥିଲା। ଯାଜପୁର ୫୮ ରନ୍‌ରେ ବିଜୟୀ ହୋଇଛି। ଅନୁଗୋଳ ଷ୍ଟାଡିୟମ୍‌ରେ ମୟୂରଭଞ୍ଜ ଏବଂ ପୁରୀ ଜିଲା ମଧ୍ୟରେ ଖେଳାଯାଇଥିଲା। ଏଥିରେ ମୟୂରଭଞ୍ଜ ୬୧ ରନ୍‌ରେ ବିଜୟୀ ହୋଇଛି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ବାଲେଶ୍ୱର ଏବଂ ବୌଦ୍ଧ ଜିଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ୯ ଉଇକେଟରେ ବିଜୟ ହାସଲ କରିଛି।
ପିଟିସି ପଡ଼ିଆରେ ପ୍ରଥମ ମ୍ୟାଚ ରାୟଗଡ଼ା ଓ କଳାହାଣ୍ଡି ଜିଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ


Enter your email to get our daily news in your inbox.

All Right Reserved By Dharitri.Com

ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗିବା ଘଟଣା: ଜାରି ହୋଇଥିବା ୧୪୪ ଧାରା ଆଉ ୪୮ଘଣ୍ଟାକୁ ବୃଦ୍ଧି

ଭଦ୍ରକ ଅଫିସ, ୧୪।୪: ଭଦ୍ରକ ଜିଲାର ଏକ କମ୍ପାନୀ ଗେଟ୍‌ର ୨୦୦ ମିଟର ଅଞ୍ଚଳରେ ବୁଧବାରରୁ ଜାରି ରହିଥିବା ୧୪୪ ଧାରାକୁ ଆଉ ୪୮ ଘଣ୍ଟା...

ଜୁଲାଇରେ ୬୦ ପ୍ରତିଶତ କମ୍‌ ବର୍ଷା, ଅଟକିଛି ବିହୁଡା କାମ

ବିଜେପୁର,୨।୮ (ଡି.ଏନ.ଏ.) ଶ୍ରାବଣ ମାସ ଶେଷ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ହେଲେ ଆବଶ୍ୟକ ଅନୁଯାୟୀ ବର୍ଷା ହେଲା ନାହିଁ । ଏଥିଯୋଗୁ...

କୋଡିଙ୍ଗାମାଳି ପାହାଡ଼ରେ ଚାରା ଲଗାଇଲେ ଛାତ୍ରୀଛାତ୍ର

ଲକ୍ଷ୍ମୀପୁର,୭ା୭: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଉପରଚମ୍ପି ପଞ୍ଚାୟତରେ ଥିବା କୋଡିଙ୍ଗାମାଳି ପାହାଡ଼ରେ ଚାରା ରୋପଣ କରିଛନ୍ତି ସ୍କୁଲ ଛାତ୍ରୀଛାତ୍ର। ଖଣି ଅଞ୍ଚଳ ଭାବେ ପରିଚିତ...

ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୭୮ ୟୁନିଟ ରକ୍ତ ସଂଗୃହୀତ

ବାରିପଦା ଅଫିସ, ୧୮ା୪: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବାରିପଦା ମେଡ଼ିକାଲ ପରିସରରେ ଥିବା ରେଡ଼କ୍ରସ ରକ୍ତଭଣ୍ଡାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ...

ବିଜେଡିର ଭାଗୀରଥି ସେଠୀ ଓ ବଦ୍ରିନାରାୟଣ ପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଆନନ୍ଦପୁର,୨୪।୫(ସ୍ବ.ପ୍ର.): ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀର ବିଜୟୀ ବିଧାୟକ ବିଜେଡିର ଭାଗୀରଥି ସେଠୀ ଓ ବଦ୍ରିନାରାୟଣ ପାତ୍ରଙ୍କୁ ବିଭିନ୍ନ...

ଗାଡ଼ି ପାସରେ ଜାଲିଆତି: ୩ ଗିରଫ

କେନ୍ଦୁଝର, ୨୩।୫( ସ୍ବ.ପ୍ର.)-କେନ୍ଦୁଝରରେ ଜାଲ ଗାଡି ପାସ ଓ କ୍ୱାରାଣ୍ଟାଇନ ପାସ ପ୍ରସ୍ତୁତ କରି ଲୋକଙ୍କୁ ଠକିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶୁକ୍ରବାର ଜଣେ...

ମାତିଛନ୍ତି ସାଇବର ଠକ

ମାଲକାନଗିରି,୬ା୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ସାଇବର ଠକମାନେ ମାତିଛନ୍ତି। ସେମାନେ ଅଭିନବ ଉପାୟରେ ଯୁବପିଢ଼ିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। କେତେକ ସାଇବର ଠକ ସୁନ୍ଦରୀ...

ସୋରଡ଼ା ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ

ସୋରଡ଼ା,୩୧ା୮(ଲମ୍ବୋଦର ପାଣିଗ୍ରାହୀ): ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ ଏନ୍‌ଏସି ତରଫରୁ ପାଳିତ ହୋଇଯାଇଛି। ସକାଳୁ କାର୍ଯ୍ୟାଳୟ ପରିସରରେ ଜାତୀୟ ପତ୍ତାକା ଉତ୍ତୋଳନ ପରେ ଗଣିଛକଠାରେ ବିଜୁବାବୁଙ୍କ...

Advertisement
Archives

Model This Week