ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ: ପରିବର୍ତ୍ତନ ହେଲା ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାର୍ଯ୍ୟ ସମୟ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର କାର୍ଯ୍ୟ ସମୟରେ ପରିବର୍ତ୍ତନ ହୋଇଛି। ଅକ୍ଟୋବର ପହିଲାରୁ ବ୍ୟାଙ୍କଗୁଡିକ ୧୦ଟାରୁ ୪ ଯାଏ କାର୍ଯ୍ୟ କରିବେ ବୋଲି ୟୁକୋ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅତୁଲ କୁମାର ଗୋୟଲ କହିଛନ୍ତି। ଏଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ୧୬୫ତମ ବ୍ୟାଙ୍କର୍ସ କମିଟି ବୈଠକରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସମାନ କାର୍ଯ୍ୟ ସମୟକୁ ମଞ୍ଜୁରୀ ଦିଆଯାଇଛି। ପରିଚାଳନା ସମୟରେ ଥିବା ଭିନ୍ନତାକୁ ଦୂର କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା କହିଛନ୍ତି, ବର୍ତ୍ତମାନ ବ୍ୟାଙ୍କ ଗୁଡିକ ପର୍ଯ୍ୟଟନ, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଋଣ ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେବା ଉଚିତ ା ରାଜ୍ୟରେ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ା ବ୍ୟାଙ୍କର ସମସ୍ତ ଗ୍ରାହକଙ୍କୁ ବୀମା ଯୋଗାଇଦେବା ଏବଂ ଏସ୍‌ଏଲ୍‌ବିସି ରାଜ୍ୟରେ ଋଣ ମେଳାର ସଫଳ ଆୟୋଜନକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ା ୟୁକୋ ବ୍ୟାଙ୍କ ସିଇଓ ଗୋୟଲ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ ମନ୍ତ୍ରକୁ ଆପଣାଇ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଜନସାଧାରଣଙ୍କୁ ଉନ୍ନତ ବ୍ୟାଙ୍କ ସେବା ଯୋଗାଇବା ନିମନ୍ତେ କାର୍ଯ୍ୟକରିବା ଉଚିତ। ବାତ୍ୟା ଫନୀ ପରବର୍ତ୍ତୀ ସମୟରେ ୧୨୩୦୯୦ ଜଣ ହିତାଧିକାରୀଙ୍କୁ ୫୮୫୩ କୋଟି ନଗଦ ଋଣ ପ୍ରଦାନ କରାଯାଇଛି ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆରମ୍ଭ ହେଲା ଉଚ୍ଛେଦ : ବଣିଆପଟିରେ ଭଙ୍ଗାଗଲା ୫ ଦୋକାନ, ଆଜି ପହଞ୍ଚିବେ ପହଞ୍ଚିବେ ଆମିକସ୍‌ କ୍ୟୁରି, ପରଖିବେ ସ୍ଥିତି

ପୁରୀ ଅଫିସ,୬।୯: ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ। ଦୁଇଦିନ ଛୁଟି ଓ ଦୁଇଦିନ ଛକାପଞ୍ଝା ଭିତରେ ଏହି ଅଭିଯାନ ବନ୍ଦ ରହିଥିଲା।...

ଓଡ଼ିଶା ହରାଇବ ୩୦ ହଜାର କୋଟି

ଭୁବନେଶ୍ୱର,୧୧ା୧(ବ୍ୟୁରୋ):ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦ ଅଂଶଧନ କମିବ। କମିଶନ ୨୦୧୧ ଜନସଂଖ୍ୟାକୁ ସଂଶୋଧିତ ମାନଦଣ୍ଡ ଭାବେ ଗ୍ରହଣ କରିଥିବାରୁ ରାଜ୍ୟ ପାଇଁ...

କାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏଥିରେ ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି...

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ

ପଟ୍ଟାଙ୍ଗୀ,୨୨ା୫(ଡି.ଏନ.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ପୁଣି ଲାଗିଛି ଝଟକା। ଆନ୍ଧ୍ର ସରକାର ବିଗତ ଦିନରେ କରିଥିବା ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅସିଦ୍ଧ...

ଦେଶରେ କମୁଛି, ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢ଼ୁଛି ଅପରାଧ

ନୂଆଦିଲ୍ଲୀ,୧୫।୯: ୨୦୧୯ ତୁଳନାରେ ସାରା ଦେଶରେ ମହିଳା ବିରୋଧୀ ଅପରାଧ ହ୍ରାସ ପାଇଥିବା ବେଳେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବୃଦ୍ଧି ପାଇଛି। ମହିଳାଙ୍କ ପ୍ରତି ହିଂସା...

ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର, ଅବସରପ୍ରାପ୍ତ ଆର୍‌ଆଇ

ସୋନପୁର,୧୯।୨: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ସୁପରଭାଇଜର ନବେନ୍ଦ୍ର ମହାକୁର ଓ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବାବାଜୀ ଚରଣ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି...

ଶିଶୁଙ୍କ ସୁରକ୍ଷା ପାଇଁ କମିଟି

ଭୁବନେଶ୍ୱର୧୬।୫: ରାଜ୍ୟରେ କରୋନା ସଂକ୍ରମରଣର ଦ୍ୱିତୀୟ ଲହର ଦିନକୁ ଦିନ ମାଡି ଚାଲିଛି। ଏହାକୁ ରୋକିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଭଳିସ୍ଥିତିରେ...

ରତ୍ନଭଣ୍ଡାର ଗହଣାର ଅଡିଟ ଦାବି

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ସମସ୍ତ ଅଳଙ୍କାରର ଅଡିଟ୍‌ ପାଇଁ ଦାବି ହୋଇଛି। ଏ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟମ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week