ରାଜ୍ୟସ୍ତରୀୟ ପୁସ୍ତକ ମେଳା ଉଦ୍‌ଘାଟିତ: ସଂସ୍କୃତି ସମ୍ପନ୍ନ ପୁସ୍ତକ କାଳଜୟୀ

କେନ୍ଦ୍ରାପଡା ଅଫିସ, ୭।୧: ସହରର ମହିପାଳ ଟେଲିକମ୍‌ ଗ୍ରାଉଣ୍ଡଠାରେ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଆୟୋଜନାରେ ଉନବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳା ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହା ଆସନ୍ତା ୧୩ ତାରିଖରେ ଉଦ୍‌ଯାପିତ ହେବ। ମେଳାକୁ ବିଶିଷ୍ଟ ସାହିତି୍ୟକ ତଥା କବି ଦେବଦାସ ଛୋଟରାୟ ଉଦ୍‌ଘାଟନ କରିଥିଲେ। ଏଥିରେ ଏଡିଏମ୍‌ ବସନ୍ତ କୁମାର ରାଉତ ମୁଖ୍ୟଅତିଥି ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଜୟନ୍ତୀ ରଥ, ବରିଷ୍ଠ କବି ପ୍ରଭାସିନୀ ମହାକୁଡ଼, କବି ଦୀପକ ସାମନ୍ତରାୟ, ପୂର୍ବତଟ ରେଳପଥ ଲୋକସମ୍ପର୍କ ଅଧିକାରୀ ତଥା ବରିଷ୍ଠ କବି ନିରାକାର ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଅତିଥିମାନେ ପୁସ୍ତକର ଉପାଦେୟତା ସମ୍ପର୍କରେ କହିଥିଲେ ଯେ, ପୁସ୍ତକର ଆକାର ପ୍ରକାର ବଦଳିଛି। ତାଳପତ୍ର, କାଗଜରୁ ଏବେ ଅତ୍ୟାଧୁନିକ ଡିଭାଇସରେ ପୁସ୍ତକ ଉପଲବଦ୍ଧ ହେଉଛି। କିନ୍ତୁ ସଂସ୍କୃତି ସମ୍ପନ୍ନ ପୁସ୍ତକ ସର୍ବଦା କାଳଜୟୀ ହୋଇଛି। ଯୁଗଯୁଗ ଧରି ଗୀତା, ରାମାୟଣ, ମହାଭାରତ, କୋରାନ, ବାଇବେଲ, ତୋରା ଆଦି ଜନମାନସରେ ବାନ୍ଧି ହୋଇ ରହିଛି। ତେବେ ଆଧୁନିକ ଯୁଗର ସାହିତ୍ୟ ଦେଶରେ ପରିବର୍ତ୍ତନ ଆଣିପାରୁଥିବା ବେଳେ ସାମ୍ପ୍ରତ୍ତିକ ସମୟରେ ଶିଶୁଙ୍କୁ ସଂସ୍କୃତି ସମ୍ପନ୍ନ କରିବା ଭଳି ପୁସ୍ତକର ଅଭାବ ଦେଖାଦେଇଛି। ଏଥିପାଇଁ ସଚେତନ ହେବା ଆବଶ୍ୟକ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏହି ଅବସରରେ କେମ୍‌ର ମୁଖପତ୍ର କେନ୍ଦ୍ରାପଡ଼ା ‘ପରିକ୍ରମା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କେମ୍‌ ସଭାପତି ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବି ମାତୃଦତ୍ତ ମହାନ୍ତି ସ୍ବାଗତ ଭାଷଣ ଓ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ମହମ୍ମଦ ଜାହିର ଖାଁ କେମ୍‌ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ସମ୍ବିତ ଶ୍ରୀଚନ୍ଦନ, ଲଳିତେନ୍ଦୁ ପଣ୍ଡା, ପ୍ରଦ୍ୟୁମ୍ନ ବେହୁରା ପୁସ୍ତକ ଉନ୍ମୋଚନକୁ ପରିଚାଳନା କରିଥିବା ବେଳେ ଜ୍ୟୋତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରାଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ କେମର କାର୍ଯ୍ୟକର୍ତ୍ତା ବିରଜା ରାଉତରାୟ, ଶେଷଦେବ ଦାସ ତାରିଣୀ ପାଟ୍ଟଯୋଶୀ, ଅର୍ଜୁନ ବେହୁରା, ଯଯାତି ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ କେନ୍ଦ୍ରାପଡ଼ା କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରିଥିଲେ। ଉଦ୍‌ଘାଟନୀ ଦିବସରେ ବହୁ ନାମି ଦାମୀ ପବ୍ଲିକେଶନଙ୍କ ବହି ୬୦ଟି ଷ୍ଟଲ ଖୋଲିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri