ରାଜ୍ୟର ୩୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବୁଧବାର ରାଜ୍ୟ ପୋଲିସ ପଦକ ଘୋଷଣା ହୋଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ବାଧୀନତା ଦିବସରେ ଏହି ସମ୍ମାନଜନକ ପଦକ ମିିଳିବ। ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ପୋଲିସ ସାହସିକତା ମେଡାଲ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ଜଣଙ୍କୁ ମେରିଟୋରିୟସ୍‌ ସେବା ପଦକ ମିଳିବ। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରେ ଭୁବନେଶ୍ୱର ସୂଚନାଭବନଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ ପ୍ରଦାନ କରିବେ।
ସାହସିକତା ପାଇଁ ପଦକ ପାଇବାକୁ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ହେଲେ ରାଉରକେଲା ପୋଲିସ ଜିଲାର ଏଏସ୍‌ଆଇ ସୁନୀଲ କୁମାର ନନ୍ଦ, ହାବିଲଦାର୍‌ କମଳେନ୍ଦୁ ଷଡଙ୍ଗୀ, କନ୍‌ଷ୍ଟେବଳ ମଦନ କିଷାନ, କନ୍‌ଷ୍ଟେବଳ ଆଥନାସିୟାସ୍‌ ଜୋଜୋ, କନ୍‌ଷ୍ଟେବଳ ମୁକେଶ କୁମାର ବ୍ରହ୍ମା, କଟକ ଷଷ୍ଠ ବାଟାଲିୟନର ସୁବେଦାର୍‌ ବିଦ୍ୟାଧର ସେଠୀ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ବିଶାଲ୍‌ ବୋମ୍‌ଜାନ, ଏସ୍‌ଓଜି କମାଣ୍ଡୋ ରାଜେନ୍ଦ୍ର ମଲ୍ଲ, ଏସ୍‌ଓଜି କମାଣ୍ଡୋ ଦୀପକ ସିଂହ କନ୍‌ୱର, ଏସ୍‌ଓଜି ହାବିଲଦାର ଧ୍ରୁବ ବାହାଦୁର ବାସ୍‌ନେଟ୍‌, ଏସ୍‌ଓଜି ହାବିଲଦାର ରାଜେଶ ବିଶ୍ୱକର୍ମା, ଏସ୍‌ଓଜି କନ୍‌ଷ୍ଟେବଳ କାହ୍ନୁଚରଣ ମାଝି, ଏସ୍‌ଓଜି ସୁବେଦାର୍‌ ରବୀନ୍ଦ୍ର ଶବର, ଏସ୍‌ଓଜି ସୁବେଦାର ଅଶୋକ କୁମାର ରଥ, ଏସ୍‌ଓଜି ହାବିଲଦାର ଆଲୋକ କୁମାର ସେଠୀ, ଏସ୍‌ଓଜି କମାଣ୍ଡୋ ଧନଞ୍ଜୟ ବରାଡ, ଏସ୍‌ଓଜି କମାଣ୍ଡୋ କୃଷ୍ଣଚନ୍ଦ୍ର ପିଙ୍ଗ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ସନ୍ତୋଷ କୁମାର ଧାନ୍‌,
କୋରାପୁଟର ଅତିରିକ୍ତ ଏସ୍‌ପି ନିରଞ୍ଜନ ସାହୁ, ହାବିଲଦାର କେଶବ ସୀସା, ହାବିଲଦାର ଜିତେନ୍ଦ୍ର କୁମାର ଦାସ, କନ୍‌ଷ୍ଟେବଳ ସିନିୟା ଶେଖର ବେପାରି, କୋରାପୁଟର କନଷ୍ଟେବଳ ଉଦ୍ଧବ ଚାଲାଣ, କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ, କନଷ୍ଟେବଳ ମଧୁସୂଦନ ମଲ୍ଲିକ, କନ୍ଧମାଳ ଓଏପିଏଫ୍‌ ଜଗନ୍ନାଥ କହଁର ପ୍ରମୁଖ। ରାଷ୍ଟ୍ରପତି ପୋଲିସ ପଦ ପାଇବାକୁ ଥିବା ଦୁଇ ପୋଲିସ ଅଧିକାରୀ ହେଲେ ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଡିଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ଓ ଭୁବନେଶ୍ୱର ଜୋନ୍‌-୧ ଏସିପି ଅସୀମ କୁମାର ପଣ୍ଡା। ସେହିଭଳି ମେରିଟାରିୟସ ସେବା ପଦକ ପାଇବେ ଢେଙ୍କାନାଳ ଓଏସ୍‌ଏପି ପ୍ରଥମ ବାଟାଲିୟନ କମାଣ୍ଡାଣ୍ଟ ନବ କିଶାର ଦାସ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଡିଏସ୍‌ପିି ଅଶୋକ କୁମାର ଦେଓ, ଭୁବନେଶ୍ୱର ଏସିପି (ସିକ୍ୟୁରିଟି) ଏସ୍‌.ଏସ୍‌ ବି.ଏନ. ପ୍ରଫୁଲ୍ଲ କୁମାର ସିଂହ, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ, ଭୁବନେଶ୍ୱର ଇଓଡବ୍ଲ୍ୟୁ ଓ ସିଆଇଡି ସିବିର ଭାରପ୍ରାପ୍ତ ଡିଏସପି ସ୍ନିଗ୍ଧା ଭଞ୍ଜ, ଖୋର୍ଦ୍ଧା ଜିଲାର ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଏସ୍‌ଆଇ ବ୍ରହ୍ମାନନ୍ଦ ପଣ୍ଡା, ସମ୍ବଲପୁର ଜିଲାର ଏଏସ୍‌ଆଇ କୈଳାସଚନ୍ଦ୍ର ପ୍ରଧାନ, ଝାରସୁଗୁଡ଼ାର ହାବିଲଦାର ଆଲେକ୍‌ଜାଣ୍ଡର କୁଜୁର ଓ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର କନ୍‌ଷ୍ଟେବଳ ବିପ୍ରଚରଣ ଗୌଡ଼।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?