ରାଜ୍ୟର ୩୪୩୯୪ ସ୍କୁଲରେ ନାହିଁ ଶୌଚାଳୟ

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ରାଜ୍ୟରେ ଶିକ୍ଷାର ଉନ୍ନତି ଲାଗି ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରରେ ତାହା ପ୍ରତିଫଳିତ ହେଉନାହିଁ। ବୁଧବାର ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ପ୍ରଦତ୍ତ ଏକ ତଥ୍ୟରୁ ଏହା ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ୫୧୪୩୪ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ଥିବାବେଳେ ୩୪୩୯୪ ସ୍କୁଲରେ ପାଣି ସହିତ ଶୌଚାଳୟ ବ୍ୟବସ୍ଥା ନାହିଁ। ସେହିଭଳି ୩୫୬୭୯ ସ୍କୁଲରେ ବିଜୁଳିର ବ୍ୟବସ୍ଥା ନ ଥିବାବେଳେ ୩୭୬୪୫ ସ୍କୁଲରେ ଖେଳପଡ଼ିଆ ଏବଂ ୨୪୫୧ ସ୍କୁଲରେ ପାଠାଗାର ନାହିଁ। ସବୁଠୁ ବଡ଼ କଥା ହେଉଛି, ୯୦ ସ୍କୁଲରେ କଳାପଟା ନାହିଁ। ଏହାସହ ୧୬୩୬୮ ସ୍କୁଲରେ ପାଚେରି ନାହିଁ ବୋଲି ମନ୍ତ୍ରୀ ଦାଶ ତଥ୍ୟ ପ୍ରଦାନ କରିଛନ୍ତି। ରାଜ୍ୟରେ ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି କିଭଳି ରହିଛି, କେତେ ସଂଖ୍ୟକ ଛାତ୍ରୀଛାତ୍ର ସରକାରୀ ସ୍କୁଲ ଛାଡ଼ି ଘରୋଇ ବିଦ୍ୟାଳୟ ଯାଇଛନ୍ତି, ସେ ବାବଦରେ ବିଜେପି ବିଧାୟକ ମୋହନ ଚରଣ ମାଝୀ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି। ଏହାଛଡ଼ା ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଡ୍ରପ୍‌ଆଉଟ୍‌ ପରିମାଣ ହେଉଛି ୫.୪୨%। ରାୟଗଡ଼ା ଜିଲା ପ୍ରାଥମିକ ବିଦ୍ୟାଳୟରେ ସର୍ବାଧିକ ୧୧.୬୭% ପିଲା ଅଧାରୁ ପାଠ ଛାଡ଼ିଥିବାବେଳେ କେନ୍ଦ୍ରାପଡ଼ାରେ ୮.୯୩% ଏବଂ କଳାହାଣ୍ଡିରେ ୮.୪୬% ପିଲା ପାଠ ଛାଡ଼ିଛନ୍ତି। ସେହିପରି ଉଚ୍ଚପ୍ରାଥମିକ ସ୍ତରରେ ମଧ୍ୟ ରାୟଗଡ଼ା ଜିଲାରେ ଡ୍ରପ୍‌ଆଉଟ୍‌ ହାର ସର୍ବାଧିକ। ରାୟଗଡ଼ାରେ ୧୭.୧୦% ପିଲା ଅଧାରୁ ସ୍କୁଲ ଛାଡ଼ିଥିବାବେଳେ ମାଲକାନଗିରିରେ ୧୩.୭୮% ଓ ଯାଜପୁରରେ ୧୨.୬୩% ପିଲା ପଢ଼ା ଛାଡ଼ିଛନ୍ତି। ସେହିପରି ମାଧ୍ୟମିକ ସ୍ତରରେ ପୁରୀରେ ସର୍ବାଧିକ ୧୦.୫%, ବାଲେଶ୍ୱରରେ ୮.୭୩% ଓ ସମ୍ବଲପୁରରେ ୮.୧୬% ପିଲା ଡ୍ରପ୍‌ଆଉଟ୍‌ ଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

୯ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର,୬।୭(ପ୍ରମୋଦ ବହିଦାର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାର ଉତ୍ତମ ପରିଚାଳନା ପାଇଁ ଆସନ୍ତା ଜୁଲାଇ ୯ ତାରିଖ…

ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍

ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri