‘ରାଜ୍ୟରେ ସରକାର ପରିବର୍ତ୍ତନର ସମୟ ଆସିଛି’

ଆଠଗଡ଼,୨୨ା୪(ସ୍ବ.ପ୍ର.): ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସ୍ଥାଣୁ ପାଲଟିବା ସହ ରାଜ୍ୟର ବିକାଶରେ ବାଧକ ସାଜିଛି। ତେଣୁ ଏବେ ରାଜ୍ୟର ଏହି ସ୍ଥାଣୁ ସରକାରକୁ ପରିବର୍ତ୍ତନ କରିବାର ସମୟ ଆସିଛି। ରବିବାର ଭାଜପା ପକ୍ଷରୁ କଟକ ଜିଲା ଆଠଗଡ଼ରେ ଆୟୋଜିତ ନିର୍ବାଚନୀ ପ୍ରଚାର ସଭାରେ ଯୋଗଦେଇ କେନ୍ଦ୍ର ରେଲଓ୍ବେ ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ ଏ କଥା କହିଛନ୍ତି। ଏଥିସହିତ ସେ କହିଛନ୍ତି, ରାଜ୍ୟରେ ପ୍ରାକୃତିକ ଖଣିଜ ସମ୍ପଦ ଓ ଜଳ ସମ୍ପଦ ଭରପୂର ରହିଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏହାର ସଦୁପଯୋଗ ହୋଇପାରୁ ନାହିଁ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଶେଷକରି ‘ଆୟୁଷ୍ମାନ ଭାରତ’କୁ ବିଜେଡି ସରକାର ରାଜନୈତିକ ଅଭିସନ୍ଧି ରଖି କାର୍ଯ୍ୟକାରୀ ନ କରିବା ଏବଂ କିଷାନ ନିଧି ଯୋଜନାର ସହାୟତା ରାଶି ପ୍ରଦାନ ପାଇଁ କୃଷକଙ୍କ ନାମ ତାଲିକା କେନ୍ଦ୍ର ସରକାରଙ୍କୁ ନ ଦେବା ଦୁର୍ଭାଗ୍ୟଜନକ। ଓଡିଶାବାସୀ ଏହାକୁ ଭଲଭାବେ ବୁଝି ସାରିଲେଣି। ଚଳିତ ନିର୍ବାଚନରେ ଏହାର ଉଚିତ ଜବାବ ଦେଇ ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ ଲାଗି ମନସ୍ଥିର କରିସାରିଛନ୍ତି ବୋଲି ଗୋଏଲ ପ୍ରକାଶ କରିଥିଲେ। ସେହିପରି ରେଲଓ୍ବେ କ୍ଷେତ୍ରରେ ବିକାଶ ଲାଗି କେନ୍ଦ୍ର ସରକାର ଓଡିଶା ପାଇଁ ପର୍ଯ୍ୟାୟକ୍ରମେ ପ୍ରତିବର୍ଷ ବଜେଟରେ ବ୍ୟାପକ ଆର୍ଥତ୍କ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ନୂତନ ରେଳଲାଇନ ଲାଗି ରାଜ୍ୟ ସରକାର ଠିକ ସମୟରେ ଜମି ଯୋଗାଇଦେଇ ପାରୁ ନ ଥିବାରୁ କାମ ଆଗେଇ ପାରୁ ନ ଥିବା ଗୋଏଲ ଅଭିଯୋଗ କରିଥିଲେ। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁ ବିକାଶର ଧାରାକୁ ଆଗେଇ ନେଉଛନ୍ତି ତାକୁ ଆହୁରି ଗତିଶୀଳ କରିବା ପାଇଁ ଏବଂ ଓଡିଶାର ବିକାଶକୁ ତ୍ୱରାନ୍ବିତ କରିବାକୁ ହେଲେ ଏଠାରେ ଭାଜପାର ସରକାର ହେବା ଦରକାର। ଏଥିଲାଗି ଓଡିଶାବାସୀ ଭାଜପା ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବାକୁ ଗୋଏଲ ନିବେଦନ କରିଥିଲେ।
ଆଠଗଡ଼ ମହିଳା କଲେଜ ନିକଟସ୍ଥ ମିନି ଷ୍ଟାଡିୟମରେ ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ନେତା ତଥା ଅଭିନେତା ଶ୍ରୀତମ ଦାସ, କଟକ ଜିଲା ଭାଜପା ସଭାପତି ଚୌଧୁରୀ ହେମନ୍ତ ସାହୁ, କଟକ ଲୋକ ସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ଆଠଗଡ଼ ବିଧାନସଭା ପ୍ରାର୍ଥୀ ବ୍ରଜେନ୍ଦ୍ର କୁମାର ରାୟ, ବରିଷ୍ଠ ନେତା ତୁଳସୀ ଅଗ୍ରୱାଲ ପ୍ରମୁଖ ଉଦ୍‌ବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଥିଲେ। ସଭାରେ ଆଠଗଡ଼ର ସ୍ଥାନୀୟ ନେତା ବିକ୍ରମ କେଶରୀ ଦାଶ, ପ୍ରାଣବନ୍ଧୁ ସେନାପତି, ଜିଲା ସହପ୍ରଭାରି ଜଗନ୍ନାଥ ଦାସ, ହରିହର ସାହୁ, ଜଗଦାନନ୍ଦ ତ୍ରିପାଠୀ, ହରେକୃଷ୍ଣ ମହାନ୍ତି, ସ୍ବାଗତା ପଟ୍ଟନାୟକ, ଅରୁଣ ମହାନ୍ତି, ପ୍ରକାଶ ସେଠୀ, ତପନ ଲେଙ୍କା, ପ୍ରମୋଦ ରାୟ, ବିଚିତ୍ରାନନ୍ଦ ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ପାଳିରେ ନବୀନ: ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ...

ପାରାଦୀପରେ ବିଜେଡିର ହ୍ୟାଟ୍ରିକ୍‌

ପାରାଦୀପ,୨୪।୫(ସ୍ବ.ପ୍ର.): ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ୨୦୦୯ରେ ଏହି ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହେବା...

ରାୟଗଡ଼ା ଜିଲାରେ ଛତିଶଗଡ଼ ମନ୍ତ୍ରୀଙ୍କ ମାରାଥନ ପ୍ରଚାର

ବିଷମକଟକ/ମୁନିଗୁଡ଼ା/କୋଲନରା,୧୨ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ୩ ଦିନ ରହିଲା। ରାଜ୍ୟ ସରକାର ପ୍ରଚାର କଟକଣା କୋହଳ କରିବା ପରେ ଏବେ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର...

ଗୋଆରେ ଭାଜପା ଆଗୁଆ, ପଛରେ କଂଗ୍ରେସ…

ପଣଜୀ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଗୋଆରେ ଶାସକ ଭାଜପା ଆଗୁଆ ରହିଛି। ଅପର...

ମତଦାନରେ ନିଜକୁ ସାମିଲ କଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏହାକୁ ନେଇ ଦଳୀୟ ପ୍ରାର୍ଥିମାନେ ଯେତିକି...

ଉନ୍ନାଓରେ ୧୧ ପୋଲିଂ ବୁଥ୍‌ରେ ଇଭିଏମ୍‌-ଭିଭିପାଟ ଖରାପ୍‌

ଉନ୍ନାଓ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ବୁଧବାର ମତଦାନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଲୋକମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। କେଉଁଠାରେ ଲୋକମାନେ ନିଜେ...

୮ମ ରାଉଣ୍ଡରେ ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ମୋଟ୍‌ ୫୬୯୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ୮ମ...

ପାଟକୁରା ନିର୍ବାଚନ: ୧ଟା ସୁଦ୍ଧା ୪୨% ମତଦାନ

ଭୁବନେଶ୍ୱର, ୨୦।୭(ସ୍ବ.ପ୍ର.): ପାଟକୁରା ବିଧାନସଭା ଆସନ ଲାଗି ଶନିବାର ଭୋଟ ଗ୍ରହଣ ଜାରି ରହିଛି। ତେବେ ଦିନ ୧ଟା ସୁଦ୍ଧା ୪୨% ମତଦାନ ହୋଇଛି। ମୁଖ୍ୟ...

Advertisement
Archives

Model This Week