ରାଜ୍ୟରେ ତିନିମାସରେ ୯୧୨.୪ମିମି ବର୍ଷା: ସ୍ବାଭାବିକଠାରୁ ୧.୨% କମ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ରହିଛି। ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଆଉ କିଛି ସ୍ଥାନରେ ବର୍ଷାର ନଁା ଗନ୍ଧ ନାହିଁ। ଏବେ ବି ରାଜ୍ୟରେ ୧.୨% କମ୍‌ ବର୍ଷା ହୋଇଛି। ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ୯୧୨.୪ମିମି ବର୍ଷା ହେବା କଥା। କିନ୍ତୁ ୯୦୧ମିମି ବର୍ଷା ହୋଇଛି। ଏହି ତିନି ମାସରେ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ୫ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅର୍ଥାତ୍‌ ୧୯%ରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କଟକ, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଗଜପତି, ଯାଜପୁର, ଗଜପତି, କେନ୍ଦ୍ରାପଡ଼ା, ଭଦ୍ରକ, ନୂଆପଡ଼ା, ଜଗତ୍‌ସିଂହପୁର, ସମ୍ବଲପୁର, ବୌଦ୍ଧ, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ୨୧ଜିଲାରେ ସ୍ବାଭାବିକ ବର୍ଷା (+୧୯%ରୁ – ୧୯% ମଧ୍ୟରେ)ହୋଇଛି। ହାରାହାରି ବୃଷ୍ଟିପାତକୁ ତୁଳନା କଲେ କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ ଓ ଦେବଗଡ଼ ଜିଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ଏହି ତିନି ମାସରେ ମାଲକାନଗିରିରେ ସର୍ବାଧିକ ୧୫୪୮.୭ମିମି ବର୍ଷା ହୋଇଥିବା ବେଳେ ଗଜପତି ଜିଲାରେ ସର୍ବନିମ୍ନ ୬୧୬.୬ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମାଲକାନଗିରିରେ ୩୪.୬% ଅଧିକ ବର୍ଷା ହୋଇଥିବା ବେଳେ ଗଜପତିରେ ୯.୮% କମ୍‌ ବର୍ଷା ହୋଇଛି।

ବ୍ଲକ୍‌ ସ୍ତରରେ ଦେଖିବାକୁ ଗଲେ ଏହି ତିନି ମାସରେ ୬୬ ବ୍ଲକ୍‌ରେ ଅଧିକ ବର୍ଷା ହୋଇଥିବା ବେଳେ ୧୬୯ ବ୍ଲକ୍‌ରେ ସ୍ବାଭାବିକ ଓ ୬୮ବ୍ଲକ୍‌ରେ କମ୍‌ ବର୍ଷା ହୋଇଛି। ୧୧ଟି ବ୍ଲକ୍‌ରେ ଅତ୍ୟଧିକ କମ୍‌ ବର୍ଷା ହୋଇଛି। ବାଲେଶ୍ୱର ଜିଲାର ବାଲେଶ୍ୱର ବ୍ଲକ୍‌ରେ -୪୨.୦% ଓ ନୀଳଗିରିରେ -୪୨.୬%, ଦେବଗଡ଼ ଜିଲାର ରିଆମାଳ ବ୍ଲକ୍‌ରେ -୪୧.୮%, କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ୍‌ରେ -୩୯.୯%, ଚମ୍ପୁଆରେ -୪୩.୬%, ଝୁମ୍ପୁରାରେ -୪୪.୫%, ଯୋଡ଼ାରେ -୪୭.୯%, କେରାପୁଟ ଜିଲାର ନାରାୟଣପାଟଣା ବ୍ଲକ୍‌ରେ -୪୪.୫, ସମ୍ବଲପୁର ଜିଲାର ନାକଟିଦେଉଳ ବ୍ଲକ୍‌ରେ -୪୭.୭%, ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ବ୍ଲକ୍‌ରେ -୪୧.୦% ଓ ବଣାଇ ବ୍ଲକ୍‌ରେ -୪୪.୮% କମ୍‌ ବର୍ଷା ହୋଇଛି। ସେହିପରି ତିନି ମାସ ମଧ୍ୟରେ ହାରାହାରି ୪୦.୯ ବର୍ଷା ଦିନ ହେବା କଥା କିନ୍ତୁ ମୋଟ ୩୫.୭ ବର୍ଷା ଦିନ ହୋଇଛି। ଜୁନ୍‌ରେ ୭.୪, ଜୁଲାଇରେ ୧୩.୭ ଓ ଅଗଷ୍ଟରେ ୧୪.୬ ବର୍ଷାଦିନ ହୋଇଥିଲା।

ଅନ୍ୟପଟେ ଅଗଷ୍ଟ ମାସରେ କିନ୍ତୁ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଅଗଷ୍ଟରେ ୪୪୪.୩ ମିଲିମିଟର ବର୍ଷା ହୋଇଛି। ଅଗଷ୍ଟରେ ହାରାହାରି ୩୫୬ମିମି ବର୍ଷା ହେବା କଥା, କିନ୍ତୁ ଏଥର ୨୪.୫% ଅଧିକ ବର୍ଷା ହୋଇଛି। ମାଲକାନଗିରି ଜିଲାରେ ସର୍ବାଧିକ ୭୬୩.୩ମିମି ବର୍ଷା ହୋଇଛି। ଏଠାରେ ୬୧.୫% ଅଧିକ ବର୍ଷା ହୋଇଛି। ସେହିପରି ପୁରୀ ଜିଲାରେ ସର୍ବନିମ୍ନ ୨୮୭.୬ମିମି ବର୍ଷା ହୋଇଛି। ଏଠାରେ ୩.୪% କମ୍‌ ବର୍ଷା ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri