Posted inଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଦଳଗତ ଇଭେଣ୍ଟରେ ଭାରତକୁ ଡବଲ ସ୍ବର୍ଣ୍ଣ

କଟକ ଅଫିସ,୨୦ା୭- ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ ତମ ସଂସ୍କରଣରେ ଭାରତ ଦଳଗତ ଇଭେଣ୍ଟରେ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି । ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଏହି ମେଗା ପ୍ରତିଯୋଗିତାର ଶୁକ୍ରବାର ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତୀୟ ଦଳ ଚାମ୍ପିୟନ ହୋଇଛି । ଉଭୟ ବିଭାଗର ଫାଇନାଲରେ ଭାରତୀୟ ଦଳର ପ୍ରତିଦ୍ୱନ୍ଦୀ ଥିଲା ଇଂଲଣ୍ଡ । ମହିଳା ବିଭାଗରେ ୩-୦ ସେଟରେ ସହଜ ବିଜୟ ହାସଲ କରି ଦଳ ଚାମ୍ପିୟନ ହୋଇଥିବା ବେଳେ ପୁରୁଷ ବିଭାଗର ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରାରମ୍ଭରୁ ପଛରେ ପଡ଼ିଥିବା ଭାରତୀୟ ପୁରୁଷ ଦଳ ୩-୨ ସେଟରେ ଇଂଲଣ୍ଡକୁ ଫାଇନାଲରେ ହରାଇଥିଲେ । ଉଭୟ ବିଭାଗରେ ଇଂଲଣ୍ଡ ରୌପ୍ୟ ଓ ସିଙ୍ଗାପୁର ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍‌ ଝାବେରୀ, ଅଲିମ୍ପିଆନ ଶୁଟର ଅଭିନବ ବିନ୍ଦ୍ରା ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ମିକ୍ସଡ ଡବଲ୍ସ ଇଭେଣ୍ଟ ମଧ୍ୟ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି । ଶୁକ୍ରବାର ଉଭୟ ବିଭାଗର ସେମିଫାଇନାଲ ମୁକାବିଲା ହୋଇଥିଲା । ମହିଳା ବିଭାଗର ପ୍ରଥମ ସେମିଫାଇନାଲ ଇଂଲଣ୍ଡ ଓ ନାଇଜେରିଆ ଭିତରେ ହୋଇଥିବା ବେଳେ ଇଂଲଣ୍ଡ ୩-୦ ସେଟରେ ବାଜିମାତ କରିଥିଲା । ଦ୍ୱିତୀୟ ସେମି ମୁକାବିଲାରେ ଭାରତ ୩-୦ ସେଟରେ ସିଙ୍ଗାପୁରକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ପୁରୁଷ ବିଭାଗର ସେମିଫାଇନାଲରେ ମଧ୍ୟ ଭାରତର ମୁକାବିଲା ହୋଇଥିଲା ସିଙ୍ଗାପୁର ସହ । ୩-୦ ସେଟରେ ଭାରତ ଉକ୍ତ ମ୍ୟାଚ୍‌କୁ ଜିତିଥିଲା । ଅନ୍ୟଏକ ସେମିଫାଇନାଲରେ ଇଂଲଣ୍ଡ ୩-୧ ସେଟରେ ମାଲେସିଆକୁ ପରାସ୍ତ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପାଙ୍କ ମନ୍ତବ୍ୟରେ ଏକମତ ନୁହନ୍ତି ଯୁବରାଜ

ନୂଆଦିଲ୍ଲୀ, ୧୨।୧୨- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଶନିବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ବାପା ଯୋଗରାଜ ସିଂ...

ଅଧିନାୟକ ପଦ ଛାଡ଼ି କୋଚ୍‌ ହେଲେ ସାମି

କରାଚୀ,୬।୩- ଦୁଇ ଥର ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ଡାରେନ ସାମି ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ଫ୍ରାଞ୍ଚାଇଜ ପେଶାଓ୍ବର ଜାଲିମର...

‘ଓଡ଼ିଶାକୁ ଭଲ ସ୍ପିନର ଦେବା ଲକ୍ଷ୍ୟ’

କଟକ ଅଫିସ, ୬ା୬: ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସ୍ପିନରଙ୍କ ପାଇଁ ଅନୁଷ୍ଠିତ ୧୫ ଦିନିଆ ଶିବିର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁଙ୍କ ତତ୍ତ୍ୱାବଧାନରେ...

ସେମିଫାଇନାଲରେ ଭାରତ

ଭୁବନେଶ୍ୱର,୧।୧୨: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଡିଫେଣ୍ଡିଂ ଚାମ୍ପିୟନ ବୁଧବାର ସନ୍ଧ୍ୟାରେ ଆୟୋଜିତ...

ଧୋନୀଙ୍କୁ ଇମରାନଙ୍କ ସହ ତୁଳନା କଲେ ପାକିସ୍ତାନର ପୂର୍ବ ଅଧିନାୟକ: କହିଲେ ଏଭଳି କିଛି..

ନୂଆଦିଲ୍ଲୀ,୩୦।୮: ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏନେଇ ସୋସିଆଲ ମିଡିଆ...

ସିରିଜ ଜିତିବା ଲାଗି ୧୫୪ ରନ୍‌ର ଟାର୍ଗେଟ

ରାଞ୍ଚି,୧୯।୧୧: ସ୍ଥାନୀୟ ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୫୩...

ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ୮୫ରେ ଅଲ୍‌ଆଉଟ: ଆୟର୍ଲାଣ୍ଡ ଅଗ୍ରଣୀ

ଲଣ୍ଡନ,୨୫।୭(ଏଏଫ୍‌ପି)- ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌...

ଦିଲ୍ଲୀ କ୍ୟାପିଟାଲ୍ସରେ ପନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ, ୩୦।୩ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ ରିଷଭ ପନ୍ତ। ୨୧ ବର୍ଷୀୟ ଉଇକେଟକିପର...

Advertisement
Archives

Model This Week