Posted inଜାତୀୟ

ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ନଳିନୀଙ୍କର ବଢିଲା ପାରୋଲ ଅବଧି

ଚେନ୍ନାଇ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନିଳିନୀଙ୍କୁ ମିଳିଥିବା ୧ମାସର ପାରୋଲ ଅବଧିକୁ ବଢାଇ ଦିଆଯାଇଛି। ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ନଳିନୀଙ୍କ ପାରୋଲ ଅବଧି ଆଉ ୩ ସପ୍ତାହ ବୃଦ୍ଧି କରାଯାଇଛି। ୨୫ ଜୁଲାଇରେ ଭେଲୋର ସେଣ୍ଟ୍ରାଲ ଜେଲ୍‌ରୁ ପାରୋଲରେ ଆସିବା ପରେ ଶ୍ରୀହରନ ସାଥୁବାଚାରିରେ ରହୁଥିଲେ। ଏହି ସମୟ ମଧ୍ୟରେ ସେ ତାଙ୍କ ଝିଅ ବାହାଘରର ସମସ୍ତ ପ୍ରସ୍ତୁତି କରିପାରି ନ ଥିବା ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ୨୭ ବର୍ଷ ଜେଲରେ ରହିଥିବା ନଳିନୀ ନିଜ ଝିଅ ବାହାଘର ପାଇଁ ୬ ମାସର ପାରୋଲ ଆବେଦନ କରିଥିଲେ। ହେଲେ ଆଇନ ଦୃଷ୍ଟିରୁ ତାଙ୍କୁ ୩୦ଦିନ ଅର୍ଥାତ୍‌ ୧ ମାସର ପାରୋଲ ମିଳିଥିଲା। ମେ ୨୧, ୧୯୯୧ରେ କାଚିପୁରମ ସ୍ଥିତ ଶ୍ରୀ ପେରୁଂବୁଦୁରଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତି ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ନଳିନୀଙ୍କ ଆଉ ୬ ସହଯୋଗୀ ଆଜୀବନ ଜେଲଦଣ୍ଡ ଭୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri