ରାଜସ୍ବ ସମୀକ୍ଷା ବୈଠକ: ୨୩ରୁ ଚୋରା ବାଲି ଚାଲାଣ ରୋକିବାକୁ ଭିଡିଓଗ୍ରାଫି

ଛତ୍ରପୁର,୨୨ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ ା ବିଭିନ୍ନ ସମୟରେ ଲିଜ୍‌ ଦିଆଯାଇଥିବା ବାଲି ଘାଟରୁ ଅଧିକ ପରିମାଣ ବାଲି ଉଠାଣ ହେଉଛି ା ଏପରିକି ଚୋରା ଭାବେ ଉତ୍ତୋଳନ କରାଯାଇ ଚାଲାଣ ହେଉଛି। ଏହାକୁ ଜିଲାପାଳ ଗୁରୁତ୍ୱର ସହ ନେଇଛନ୍ତିି ା ଏଣିକି ପ୍ରତି ଲିଜ୍‌ ବାଲି ଘାଟରେ ପ୍ରଶାସନ ପକ୍ଷରୁ ଭିଡିଓ ଚିତ୍ର ଉତ୍ତୋଳନ କରିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୈନିକ କେତେ ବାଲି ଉଠା ହେଉଛି ଏବଂ କେତୋଟି ଗାଡିରେ ନିଆଯାଉଛି ସେ ସମ୍ପର୍କରେ ଏହି ଭିଡିଓ ଫୁଟେଜ୍‌ରୁ ଜଣାପଡିବ ବୋଲି ସୂଚନା ଦିଆଯାଇଛି। ସୋମବାରରୁ ଏହା ଆରମ୍ଭ ହେବ ା ବିଭିନ୍ନ ତହସିଲ ଓ ସ୍ଥାନୀୟ ଥାନା ପୋଲିସ ପକ୍ଷରୁ ବାଲି ଓ ପଥର ଚୋରା ଏବଂ ବେଆଇନ୍‌ ଭାବେ ଚାଲାଣ ହେଉଥିବା ବେଳେ ଗାଡି ଧରାଯାଇ ଜରିମାନା ଆଦାୟ ପରେ ଛାଡି ଦିଆଯାଉଛି। ମାତ୍ର ଏଣିକି ଚୋରା ଚାଲାଣ ହେଉଥିବା ଗାଡି ଧରିବା ପରେ ଏ ସମ୍ପର୍କରେ ଆରଟିଓଙ୍କୁ ତହସିଲଦାରମାନେ ଜଣାଇବେ ା ଉକ୍ତ ଗାଡିର ପଞ୍ଜୀକରଣ ଓ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ତହସିଲ ଗୁଡିକରେ ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ମ୍ୟୁଟେଶନ କେସ୍‌ ଫଇସଲା ନ ହୋଇ ପେଣ୍ଡିଂ ରହିବ ଉକ୍ତ ତହସିଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। କଣ ପାଇଁ ପେଣ୍ଡିଂ ରହିଛି ସେ ସମ୍ପର୍କରେ ତହସିଲଦାର ଜଣାଇବେ ା ଯେଉଁ ତହସିଲର କର୍ମଚାରୀ କାମ ନ କରି ଠକୁଛନ୍ତି ସେମାନଙ୍କର ତାଲିକା ତହସିଲଦାରମାନେ ଦେବାକୁ ବୈଠକରେ ଜିଲାପାଳ କହିଛନ୍ତିି ା ବିଭିନ୍ନ ସ୍କୁଲ, ଛତୁଆ ୟୁନିଟ୍‌, ଆରଆଇ ଅଫିସ ଓ ହସ୍ପିଟାଲଗୁଡିକୁ ତହସିଲଦାରମାନେ ଅଚାନକ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି ା ବୈଠକରେ ଅତିିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ତହସିଲଦାରମାନେ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ

ଦିଗପହଣ୍ଡି,୬।୧(ଡି.ଏନ୍‌.ଏ.)-ଦିଗପହଣ୍ଡି ସହରର ବିଜୁ ଯୁବ ବାହିନୀ ସଦସ୍ୟ କାହ୍ନୁ ନାହାକଙ୍କୁ ସୋମବାର କେତେକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ କାହ୍ନୁ ଦିଗପହଣ୍ଡି ବସଷ୍ଟାଣ୍ଡରେ...

ବିଏସ୍‌ଏନ୍‌ଏଲ୍‌ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ

ଭଞ୍ଜନଗର,୧୬।୭(ଡି.ଏନ.ଏ)-କର୍ମଚାରୀଙ୍କ ୬ମାସର ବକେୟା ଦରମା ପ୍ରଦାନ, ଚାକିରି ନିୟମିତ କରିବା ଆଦି ଦାବିନେଇ ରାଜ୍ୟବ୍ୟାପୀ ବିଏସ୍‌ଏନ୍‌ଏଲ୍‌ ଅସ୍ଥାୟୀ କର୍ମଚାରୀମାନେ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେବା...

ଶିଶୁଙ୍କ ଡ୍ରେସ ବିକ୍ରି କରିବା ମହଙ୍ଗା ପଡ଼ିଲା: ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ବ୍ରହ୍ମପୁର ଅଫିସ,୨୦ା୭-ଏମକେସିଜି ମେଡିକାଲ କଲେଜରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ଏପରିକି ଅସ୍ତ୍ରୋପଚାର ପାଇଁ ଲାଞ୍ଚ ନେଉଥିବା ବେଳେ ଜଣେ...

କ୍ରୀଡ଼ା ଶିକ୍ଷକଙ୍କ ୪. ୬୭ କୋଟି ଟଙ୍କାର ସମ୍ପତ୍ତି ଠାବ

ବ୍ରହ୍ମପୁର ଅଫିସ,୬ା୮: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କୋଟିପତି କ୍ରୀଡା ଶିକ୍ଷକ(ପିଇଟି) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ...

କାର ଧକ୍କାରେ ଛାତ୍ର ମୃତ

କ୍ଷତିପୂରଣ ଦାବିରେ ରାସ୍ତାରୋକୋ ପାଟପୁର,୮ା୧୨-ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ମୁଖ୍ୟ ରାସ୍ତାରେ ଶନିବାର ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର...

ଭାରତୀୟ ବିଜ୍ଞାନ କଂଗ୍ରେସରେ ସୋରଡ଼ା ଅଧ୍ୟାପକ ଉପସ୍ଥାପନ କଲେ ବାଲିପଦର କୃଷ୍ଣସାର ମୃଗ ଉପରେ ସନ୍ଦର୍ଭ

ସୋରଡ଼ା,୬ା୧(ଡି.ଏନ.ଏ.)-ସ୍ଥାନୀୟ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ବିଷୋୟୀ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଚଳିତ ମାସ ୩ରୁ...

ଗ୍ରୀଷ୍ମରେ ରକ୍ତ ଅଭାବ ଦୂର ପାଇଁ ପ୍ରୟାସ: ଷଷ୍ଠ ଶିବିରରେ ୨୪ ୟୁନିଟ୍‌ ରକ୍ତ ସଂଗ୍ରହ

ବ୍ରହ୍ମପୁର ଅଫିସ୍‌,୨୦ା୫-ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଆବଶ୍ୟକ ସ୍ଥଳେ...

୨୧ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ

ଗଞ୍ଜାମ, ୨୦।୪(ଡି.ଏନ.ଏ.) ଗଞ୍ଜାମ ସହର ବଡ଼ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ଅବସ୍ଥିତ। ଏଠାରେ ସ୍କୁଲ ନିର୍ମାଣ ପାଇଁ ଗଞ୍ଜାମ ତଥା ସ୍ଥାନୀୟ ଅଞ୍ଚଳର...

Advertisement
Archives

Model This Week