Posted inଜାତୀୟ

ରାଜସ୍ଥାନରେ ପକ୍ଷୀମଡ଼କ : ସମ୍ଭର ହ୍ରଦରେ ମଲେଣି ୧୦ ହଜାର

ଜୟପୁର,୧୮ା୧୧: ରାଜସ୍ଥାନରେ ପକ୍ଷୀମଡ଼କ ଦେଖାଦେଇଛି। ରାଜଧାନୀ ଜୟପୁର ନିକଟରେ ଥିତ୍ବା ସମ୍ଭର ହ୍ରଦ ପାଖରେ ସପ୍ତାହକ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶାଗତ ପକ୍ଷୀ ବୋଲି ଜଣାପଡିଛି। ସେମାନେ ଆଭିଆନ୍‌ ବୋଟୁଲିଜମ୍‌ରେ ମରିଥିବା ଜଙ୍ଗଲ ବିଭାଗ ବିଶ୍ୱାସ କରୁଛି। ବିଷାକ୍ତ ପଦାର୍ଥ ଖାଇବା ଦ୍ୱାରା ଏଭଳି ହୋଇଥାଏ। ଶୀତଦିନେ ଉକ୍ତ ଲୁଣାହ୍ରଦକୁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଆସିଥାନ୍ତି। ଏହି ରୋଗ ଯେପରି ଅନ୍ୟ ପକ୍ଷୀଙ୍କୁ ନ ବ୍ୟାପିବ, ସେଥିପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ୭୦ ଜଣିଆ ଟିମ୍‌ ସେଠାରେ ପହଞ୍ଚତ୍ ମୃତ ପକ୍ଷୀମାନଙ୍କୁ ପୋତି ଦେଉଛି। ପ୍ରାଣୀ ଚିକିତ୍ସା ବିଭାଗର କେତେକ ଟିମ୍‌ ମଧ୍ୟ ପକ୍ଷୀ ମୃତ୍ୟୁର କାରଣ ଅନୁଧ୍ୟାନ କରୁଛନ୍ତି। ବାର୍ଡ ଫ୍ଲୁରେ ପକ୍ଷୀ ମରୁଥିତ୍ବା ପ୍ରଥମେ ସନ୍ଦେହ କରାଯାଉଥିଲା, ତେବେ ଭୋପାଳ ଲାବରେଟୋରୀ ରିପୋର୍ଟରେ ଏହାକୁ ଅସ୍ବୀକାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନା-ସରକାରଙ୍କ ଉପରେ ରାହୁଲଙ୍କର ନାହିଁ ଭରସା: ନଡ୍ଡା

ନୂଆଦିଲ୍ଲୀ, ୨୯।୧୦: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କଂଗ୍ରେସକୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ,...

ଖାଲିସ୍ତାନୀ ମୌଳିକବାଦୀଙ୍କ ଭାଙ୍ଗିବ ଅଣ୍ଟା: ଭାରତ ଗସ୍ତରେ ଆସିଥିବା ବ୍ରିଟେନ ରକ୍ଷାମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୮: ଖାଲିସ୍ତାନୀ ଉଗ୍ରବାଦକୁ ରୋକିବା ପାଇଁ ଭାରତର ଆବେଦନ ଉପରେ ବ୍ରିଟେନ ଏକ ବଡ ପଦକ୍ଷେପ ନେଇଛି। ବ୍ରିଟେନ ସରକାର ଖଲିସ୍ତାନ ସମର୍ଥକ ମୌଳିକବାଦୀଙ୍କ ସହ...

ଭାଜପାରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ରାଜନୀତି ଛାଡିଲେ ଏହି ଖେଳାଳି

କୋଲକତା,୨୩।୭: ଭାଜପାରେ ଯୋଗଦେବାର ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ମେହତବ ହୋସେନ ରାଜନୀତି ଛାଡିଛନ୍ତି। ସେ କହିଛନ୍ତି ଯେ, ସେ...

ନାବାଳିକାଙ୍କ ବଳାତ୍କାର ପାଇଁ ବାପାଙ୍କୁ ମୃତ୍ୟୁଦଣ୍ଡ

ବାହରିଚ୍‌, ୨୩।୧୧: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାରେ ନାବାଳିକା ଝିଅଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀସାବ୍ୟସ୍ତ ଜଣେ ୪୦ ବର୍ଷୀୟ ବାପାଙ୍କୁ ମଙ୍ଗଳବାର ମୃତ୍ୟୁଦଣ୍ଡାଦେଶ ମିଳିଛି। ଏଥିସହିତ ଅତିରିକ୍ତ...

ଅସୁନ୍ଦରୀ କହିବାରୁ ସ୍ବାମୀଙ୍କୁ ହାଣିଲେ ସ୍ତ୍ରୀ

ରାୟପୁର, ୨୮।୯: ଛତିଶଗଡ଼ ଦୁର୍ଗ ଜିଲା ଆମଲେଶ୍ୱର ଗ୍ରାମରେ ସଙ୍ଗୀତା ସ୍ବାମୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ସଙ୍ଗୀତାଙ୍କ ରଙ୍ଗକୁ ନେଇ ସ୍ବାମୀ ଅନନ୍ତ କଟାକ୍ଷ...

ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

ଲକ୍ଷ୍ନୌ, ୧୬।୫: ଉତ୍ତର ପ୍ରଦେଶର ଶାହଜାହଁପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୫ବର୍ଷୀୟ ଝିଅ ପାଠପଢା ଜାରି ରଖିବାକୁ କହିବାରୁ ତାଙ୍କୁ ପିଟିପିଟି କେନାଲରେ...

‘ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ,୨ା୬(ପି.ଟି.): ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଏବଂ ରୁକ୍ଷ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। ଏଗୁଡ଼ିକ ଭିଡ଼ ମାନସିକତାର...

ସରକାରୀ ଶିକ୍ଷକ ତାଲିମ ପାଇଁ ଯିବେ ଫିନଲାଣ୍ଡ: ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ,୪।୩ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଦିଲ୍ଲୀର ସରକାରୀ ସ୍କୁଲ ଶିକ୍ଷକମାନଙ୍କୁ ଫିନଲାଣ୍ଡରେ ତାଲିମ ପାଇଁ ପଠାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହିତ...

Advertisement
Archives

Model This Week