Posted inଖେଳ

ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ଜୟପୁର, ୨୩ା୪ (ପି.ଟି.)-ସ୍ଥାନୀୟ ସଓ୍ବାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅଜିଙ୍କ୍ୟ ରାହାନେ ଅପରାଜିତ ଶତକ ହାସଲ କରିଥିଲେ ହେଁ  ତାଙ୍କ ଦଳ ରାଜସ୍ଥାନ ରୟାଲ୍ସକୁ ଜିତାଇପାରି ନାହାନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୨ ରନର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ୪ ଉଇକେଟ ବିନିମୟରେ ହାସଲ କରିନେଇଛି। ଦଳକୁ ଜିତାଇବାରେ ଉଇକେଟକିପର ରିଷଭ ପନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୩୬ ବଲ୍‌ରେ ୬ ଚୌକା ଓ ୪ ଛକା ସହ ୭୮ ରନ କରି ଅପରାଜିତ ରହିଥିଲେ। ଅନ୍ୟ ସଫଳ ବ୍ୟାଟ୍ସମ୍ୟାନ ଭାବେ  ଶିଖର ଧାଓ୍ବନ ୫୪ ଓ ପୃଥ୍ବୀ ୪୨ ରନ କରିଥିଲେ। ପୃଥ୍ବୀ ଓ ଧାଓ୍ବନ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟେ ପ୍ରଥମ ଉଇକେଟରେ ୭୨ରନ ଯୋଗ କରିଥିଲେ। ଧାଓ୍ବନ ୨୭ ବଲ୍‌ ସାମ୍‌ନା କରି ୮ଚୌକା ଓ ୨ଛକା ମାରିଥିଲେ। ସେ ଶ୍ରେୟାସ ଗୋପାଳଙ୍କ ବଲ୍‌ରେ ସଞ୍ଜୁ ସାମସନଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଯାଇଥିଲେ। ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ଅଧିନାୟକ ଶ୍ରେୟାସ ଆୟାର ମାତ୍ର ୪ରନ କରିପାରିଥିଲେ। ପୃଥ୍ବୀ ଆଉଟ ହେବା ପୂର୍ବରୁ ସେ ଓ ପନ୍ତଙ୍କ ସହ ତୃତୀୟ ଉଇକେଟରେ ୮୪ରନ ଯୋଗ କରିଥିଲେ। ଏହି ବିଜୟ ଦ୍ୱାରା ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚରେ ୭ ବିଜୟ ସହ ମୋଟ ୧୪ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇପାରିଛି।  ଅନ୍ୟପକ୍ଷରେ ରାଜସ୍ଥାନର ୧୦ଟି ମ୍ୟାଚରେ ଏହାଥିଲା ୭ମ ପରାଜୟ।

ହାରି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ  ୧୯୧ ରନ କରିଥିଲା। ଦଳର ଇନିଂସ ଗଢିବାରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ଓପନର ଅଜିଙ୍କ୍ୟ ରାହାନେ। ସେ ୬୩ ବଲ୍‌ରେ ୧୧ଚୌକା ଓ ୩ ଛକା ସହାୟତାରେ ୧୦୫ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ରାହାନେ ଏବଂ ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦ୍ୱିତୀୟ ଉଇକେଟ ଯୋଡ଼ିରେ ମହତ୍ୱପୂର୍ଣ୍ଣ  ୧୩୦ରନ ଯୋଗ କରିଥିଲେ।  ସ୍ମିଥ ୩୨ ବଲ୍‌ରେ ୮ଚୌକା ସହ ୫୦ ରନ କରିଥିଲେ। ସେ ଅକ୍ଷର ପଟେଲଙ୍କ ବଲ୍‌ରେ କ୍ରିସ୍‌ ମୋରିସଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଷ୍ଟୁଆର୍ଟ ବିନ୍ନି ୧୯ ରନ କରିବାରେ ସମର୍ଥ ହୋଇଥିବାବେଳେ ଅନ୍ୟମାନେ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିବା ଉଇକେଟକିପର ସଞ୍ଜୁ ସାମସନ ବିନା କୌଣସି ରନରେ କାଗିସୋ ରାବାଡାଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ। ୮ରନ କରିଥିବା ବେନ୍‌ ଷ୍ଟୋକ୍ସ ମୋରିସଙ୍କ ବଲ୍‌ରେ ଶ୍ରେୟାସ ଆୟାରଙ୍କ ଦ୍ୱାରା କ୍ୟାଚ ଆଉଟ୍‌ ହୋଇଥିଲେ। ଆଷ୍ଟନ ଟର୍ନର ବିନା କୌଣସି ରନ୍‌ରେ ଈଶାନ୍ତ ଶର୍ମାଙ୍କ ବଲ୍‌ରେ ଶେରଫାନେ ରଥରଫୋର୍ଡଙ୍କ ଦ୍ୱାରା କ୍ୟାଚ ଆଉଟହୋଇ ପ୍ୟାଭିଲିୟନ ଫେରିଥିଲେ। ବିନ୍ନି ଓ ରିୟାନ ପରାଗ (୪)ଙ୍କୁ ରାବାଡା କ୍ଲିନ୍‌ ବୋଲ୍‌ଡ କରିଦେଇଥିଲେ। ଫଳରେ ଦଳର ସ୍କୋର  ୨୦୦ ଭିତରେ ସୀମିତ ହୋଇଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏହି ମ୍ୟାଚ ପାଇଁ କେବଳ ଜଣେ ମାତ୍ର ଖେଳାଳି ପରିବର୍ତ୍ତନ କରିଥିଲା। ସନ୍ଦୀପ ଲାମିଚାନେଙ୍କ ସ୍ଥାନରେ ମୋରିସଙ୍କୁ ଖେଳାଇଥିଲା। ରାଜସ୍ଥାନ ରୟାଲ୍ସ କିନ୍ତୁ ଏହାର ଦଳ ଅପରିବର୍ତ୍ତିତ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବି ଆଗରେ ୧୬୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୭ତମ ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି...

ପ୍ରିୟଙ୍କା ଚୋପ୍ରାଙ୍କ ପସନ୍ଦର କ୍ରିକେଟ ଖେଳାଳି କିଏ ଜାଣନ୍ତି କି?

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍‌। ତାଙ୍କର ଜଣେ ଅଙ୍କଲ୍‌ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ...

ଦ୍ୱିତୀୟ ଟେଷ୍ଟ: ନେଟ୍ସରେ ଅକ୍ଷରଙ୍କ ଅଭ୍ୟାସ, ପ୍ରଥମ ଦିନରୁ ବଲ୍‌ ଟର୍ନ ହେବା ସମ୍ଭାବନା

ନୂଆଦିଲ୍ଲୀ,୧୧।୨(ପି.ଟି.): ଚେନ୍ନାଇରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଅତିକମ୍‌ରେ ଗୋଟିଏ ପରିବର୍ତ୍ତନ ହେବା ନିଶ୍ଚିତ...

ପରିପକ୍ୱ ହୋଇପାରିବେ ନାହିଁ ଆଫ୍ରିଦୀ: ଗମ୍ଭୀର

ନୂଆଦିଲ୍ଲୀ,୨୯।୮: ଜମ୍ମୁ-କଶ୍ମୀର ଭାଇଙ୍କ ନିମନ୍ତେ ପାକିସ୍ତାନ ବାସୀଙ୍କ ସହ ଏକତା ଦେଖାଇବା ପାଇଁ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି) ଗସ୍ତ କରିବା ପାଇଁ ପୂର୍ବତନ କ୍ରିକେଟର...

ରୋଇଂରୁ କିଟ୍‌କୁ ରୌପ୍ୟ, ଭାରୋତ୍ତୋଳନରୁ ବ୍ରୋଞ୍ଜ୍‌

ଭୁବନେଶ୍ୱର, ୧।୬ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବୁଧବାର କିଟ୍‌କୁ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ...

ବାଲାଂଦେଶ ବୋଲର୍‌ଙ୍କୁ ଘାଇଲା କଲେ ଶୁଭମନ

ଚଟ୍ଟଗ୍ରାମ, ୧୬।୧୨: ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟର ଦ୍ୱିତୀୟ ପାଳିରେ ଚମକିଛନ୍ତି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ। ସେ ୧୪୭ ବଲ୍‌ରେ ନିଜର ଟେଷ୍ଟ...

ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌: ଅନ୍ତିମ ମ୍ୟାଚ୍‌ ଜିତିଲା ଭାରତ

ମେଲବୋର୍ନ,୮।୨- ଚଳିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଘରୋଇ ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାଗେର୍ଟକୁ ଟିମ୍‌...

ବିମାନବନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା

ଚେନ୍ନାଇ,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସମସ୍ତ ମ୍ୟାଚ କରୋନା ଯୋଗୁ ଚଳିତ ବର୍ଷ କେବଳ ୬ଟି ସ୍ଥାନରେ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ସ୍ଥାନ...

Advertisement
Archives

Model This Week