ରାଜପଥରେ ଦୁର୍ଘଟଣା: ୨ ମହିଳା ମୃତ, ଜଣେ ଗୁରୁତର

ପବିତ୍ରନଗର, ୨୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ୧୪୯ ନଂ ଜାତୀୟ ରାଜପଥର କଣିହାଁ ବ୍ଲକ ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳୀ ଛକଠାରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଛି। ଏଥିରେ ଅଟୋରେ ଥିବା ୨ ମହିଳାଙ୍କ ମୃତ୍ୟୁ ଘଟିଛି। ସେହପରି ଅନ୍ୟ ଜଣେ ଗୁରୁତର ହୋଇଥିବାବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ମୃତା ମହିଳା ଦ୍ୱୟ ହେଲେ ପରଜଙ୍ଗ ଥାନା ଅଞ୍ଚଳର ଶାନ୍ତି ବେହେରା ଓ ଗୋଲାପ ବେହେରା। ଆହତମାନଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଓ ଅନୁଗୋଳ ଡାକ୍ତରଖାନାକୁ ପଠାଯାଇଛି। ଅପରାହ୍ନ ପ୍ରାୟ ୪ଟାରେ ଅଟୋଟି (ନଂ. ଓଡ଼ି ୩୫ ଏ ୯୮୪୧) ଶରଧାପୁର ଆଡୁ ପିତିରି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ (ନଂ ଓଆର ୦୪ ଏଚ ୯୩୯୩) ସହ ଧକ୍କା ହୋଇଥିଲା। ସମଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଟ୍ରକ୍‌ ହେଲପର ଅଟକ ଅଛନ୍ତି। ଖବର ଲେଖାହେବା ସୁଦ୍ଧା ମୃତଦେହ ରାସ୍ତାରେ ପଡି ରହିଛି। ରାସ୍ତା ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଛିଡା ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri