ରାଜପଥରେ ଜଳିଗଲା ଟ୍ରକ କ୍ୟାବିନ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ବଡ଼ବିଲ,୨୯ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲାର ନାଲଦା ୧୦ ନମ୍ବର ରାଜ୍ୟ ରାଜପଥରେ ଶନିବାର ଅପରାହ୍ନରେ ଏକ ଟ୍ରକର କ୍ୟାବିନ୍‌ ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବେଲକୁଣ୍ଡିଠାରେ ଠିଆ ହୋଇଥିବା ସିଜି ୦୪ ଏମ୍‌କ୍ୟୁ ୬୩୦୧ ନମ୍ବର ବିଶିଷ୍ଟ ଏକ ୧୪ ଚକିଆ ଟ୍ରକ କ୍ୟାବିନ୍‌ରେ ଶନିବାର ଅପରାହ୍ନରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ଟ୍ରକର କ୍ୟାବିନ୍‌ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଟ୍ରକଟି ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିରୁ କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟୋସ୍ଥିତ କେଏନ ରାମ ଖଣିରୁ ଲୌହପଥର ବୋଝେଇ ନିମନ୍ତେ ଆସିଥିଲା। ତେବେ ରାସ୍ତାରେ ଟ୍ରକ ରଖି ଡ୍ରାଇଭର ଓ ହେଲପର ବାହାରେ ବୁଲୁଥିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ବଡ଼ବିଲ ସହରାଞ୍ଚଳ ମଧ୍ୟ ଦେଇ ଭାରୀଯାନ ଯାତାୟାତ ଉପରେ ନୋ-ଏଣ୍ଟ୍ରି ଲାଗିଥିବାବେଳେ ରାସ୍ତା ଉପରେ ଅନେକ ଭାରୀଯାନ ଅଟକି ରହୁଛନ୍ତି। ଫଳରେ ଅଧିକାଂଶ ସମୟରେ ଏପରି ଅଘଟଣମାନ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଳ୍ପ ବୃଷ୍ଟିପାତ: ଆଗେଇ ପାରୁନି ଚାଷ କାମ

ବନ୍ତ, ୨୩।୭ (ଡି.ଏନ.ଏ.) – ଚଳିତ ଖରିଫ ଋତୁରେ କମ୍‌ ବୃଷ୍ଟିପାତ ଯୋଗୁ ବନ୍ତ ବ୍ଲକର ଶହ ଶହ ଏକର ଜମି ଏବେ ଶୁଖିଲା ପଡ଼ିଛି।...

ବାଲେଶ୍ୱରରେ ଖୋଲିଲା କୋଭିଡ଼-୧୯ ହସ୍‌ପିଟାଲ

ବାଲେଶ୍ୱର ଅଫିସ,୧୪।୪-ବାଲେଶ୍ୱର କୁରୁଡାସ୍ଥିତ ଜ୍ୟୋତି ହସ୍‌ପିଟାଲ କୋଭିଡ଼-୧୯ ହସ୍‌ପିଟାଲ ଭାବେ ସୋମବାର କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ଏଥିଲାଗି ଅନୁଦାନ ଯୋଗାଇ...

ମହିଳା ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ

ଖଇରା, ୧୫ା୨ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୪ନଂ. ଖଇରା ଜୋନରେ ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ଜିଲା ପରିଷଦ ପ୍ରାର୍ଥିନୀ ରଶ୍ମିତା...

ଭିଜିଲାନ୍ସ ଅଧିକାରୀଙ୍କ ନାମରେ ଠକେଇ ମାମଲା: ତଦନ୍ତ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ଏସ୍‌ଡିଜେଏମ୍‌

ବାଲେଶ୍ୱର ଅଫିସ, ୨୯।୭: ଲୋକଙ୍କୁ ପ୍ରଲୋଭନ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇବା ନେଇ ବାଲେଶ୍ୱର ଜିଲା ଭିଜିଲାନ୍ସ କୋର୍ଟରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟରଙ୍କ...

ଥାନା ସମ୍ମୁଖରେ ଚାଲିଥିଲା ନକଲି ମଦ କାରଖାନା

ରୂପ୍‌ସା/ବସ୍ତା,୧୬।୭: ବାଲେଶ୍ୱର ଜିଲା ଓ ବସ୍ତା ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ଶୁକ୍ରବାର ସିଂଲା ଥାନା ସମ୍ମୁଖ ବଜାରରୁ ଏକ ନକଲି ବିଦେଶୀ...

ପାଇଥିବା ମନିପର୍ସ ଫେରାଇଲେ

ରୂପସା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ବାହାର୍ଦ୍ଦା ପଞ୍ଚାୟତ ବାରିଦା ଗ୍ରାମର ସହୃଦୟ ଯୁବକ ଗଦାଧର ମହତା ମାନବିକତା ଦେଖାଇଛନ୍ତି। ପାଇଥିବା ପଇସା ଭର୍ତ୍ତି...

ବିଜେଡି ପାଇଁ ପ୍ରଚାର କଲେ ସନାତନ

ଚମ୍ପୁଆ, ୨୦ା୪ (ଡି.ଏନ.ଏ.): ବିଜେଡିକୁ ବିଜୟ କରିବାକୁ ଶନିବାର ଚମ୍ପୁଆ ଶିରପୁରଠାରେ ବିଧାୟକ ସନାତନ ମହାକୁଡ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି। ମୁଁ ବିଜେଡି ନୁହଁ...

ଭୋଟ ଦେଲେନି ୬୮ ଭୋଟର

ଖୁଣ୍ଟା,୧୭।୨(ଡି.ଏନ.ଏ.) ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାକୁ କେନ୍ଦ୍ରକରି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତର ଏକ ବୁଥ୍‌ରେ ବୁଧବାର ଭୋଟ ବର୍ଜନ କରାଯାଇଛି। ଏହି ପଞ୍ଚାୟତର...

Advertisement
Archives

Model This Week