ରାଜଧାନୀରେ ପୁଣି ଲୁଟ୍‌, ଚୋରି ଗ୍ୟାଙ୍ଗ୍‌ ସକ୍ରିୟ: ଦିନ ଦ୍ୱିପ୍ରହରରେ ଚୋରାଇନେଲେ କାର୍‌

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଗତ କିଛିଦିନ ତଳେ ରାଜଧାନୀରେ ୪ ଚକିଆ ଲୁଟେରା ଗ୍ୟାଙ୍ଗ୍‌ ମାତିଥିଲେ। ସେମାନେ ଡ୍ରାଇଭର ବସିଥିବା କାର୍‌କୁ ଟାର୍ଗେଟ କରି ଲୁଟ କରୁଥିଲେ। ହେଲେ ଏହି ଗ୍ୟାଙ୍ଗ୍‌ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଗୋଟିଏ ଦିନରେ ୪ଟି ବଡ଼ ଧରଣର ଘଟଣା ଘଟାଇବା ପରେ ପୋଲିସର ନିଦ ଭାଙ୍ଗିଥିଲା। ତା’ପରେ ଏନ୍‌କାଉଣ୍ଟର ଓ ଚଢ଼ାଉ କରାଯାଇ ଗ୍ୟାଙ୍ଗ୍‌ ମୁଖ୍ୟଙ୍କଠାରୁ ଆରମ୍ଭକରି ଜଣକ ପରେ ଆଉଜଣେ ସଦସ୍ୟଙ୍କୁ ଧରିଥିଲେ। ଫଳରେ କିଛି ଦିନ ଧରି ରାଜଧାନୀରେ ଲୁଟ୍‌ ଓ ଚୋରି ଥମିଯାଇଥିଲା। ହେଲେ ପୁଣି ଆଉ ଏକ ଗ୍ୟାଙ୍ଗ୍‌ ରାଜଧାନୀରେ ସକ୍ରିୟ ହୋଇପଡ଼ିଛି। ହୋଟେଲ କିମ୍ବା ଘର ଆଗରେ ପାର୍କିଂ ହୋଇଥିବା କାର୍‌କୁ କୌଶଳକ୍ରମେ ଚୋରି କରିନେଉଛନ୍ତି। ଶୁକ୍ରବାର ଦିନଦ୍ୱିପ୍ରହରରେ ଆଉ ଏକ ଘଟଣା ଘଟିଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟର ନିକଟ ଏକ ହୋଟେଲ ସମ୍ମୁଖରେ ପାର୍କିଂ ହୋଇଥିବା ଏକ ଫର୍ଚ୍ୟୁନର କାର୍‌କୁ କେହିଜଣେ ଚୋରିକରି ନେଇଛନ୍ତି। ଏହି ଘଟଣାର ପୂରା ଚିତ୍ର ସିସିଟିଭି ଫୁଟେଜରେ କଏଦ ହୋଇଛି। ଏନେଇ ଥାନାରେ କାର୍‌ ମାଲିକ ରଘୁନାଥପୁରର ମଳୟ ପାତ୍ର ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ-୩୩୯/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ସିସିଟିଭି ଫୁଟେଜରୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କହୁଛି।
ଅନୁଯାୟୀ, ଶୁକ୍ରବାର ମଳୟ କାର ନେଇ ଖାଇବାକୁ ଡିଷ୍ଟ୍ରିକ୍ଟ ସେଣ୍ଟର ନିକଟରେ ଥିବା ଏକ ହୋଟେଲକୁ ଯାଇଥିଲେ। ସେ କାର୍‌କୁ ପାର୍କିଂ କରି ହୋଟେଲ ଭିତରକୁ ଯାଇଥିଲେ। ଖାଇସାରିବା ପରେ ସେ ବାହାରକୁ ଆସିବା ପରେ କାର୍‌ ସେଠାରେ ନ ଥିବା ଦେଖି ଖୋଜାଖୋଜି କରିଥିଲେ। ନିରାଶ ହେବା ପରେ ହୋଟେଲର ସିସିଟିଭି ଯାଞ୍ଚ କରାଯାଇଥିଲା। କେହି ଜଣେ ଦୁର୍ବୃତ୍ତ ଗାଡ଼ି ନିକଟକୁ ଆସି କୌଣସି ଏକ ଚାବିରେ ଡୋର୍‌ ଖୋଲି ଭିତରକୁ ପଶିଥିଲେ। ପରେ ଆଉ ଏକ ଚାବିରେ ଗାଡି ଷ୍ଟାର୍ଟ କରି ନେଇଯାଇଥିଲେ। ତେବେ ଡୁପ୍ଲିକେଟ ଚାବିରେ ଗାଡ଼ି ଚୋରିକରି ନେଇଥିବା ଜଣାପଡିଛି। ଏନେଇ ସେ ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚତ୍ ତଦନ୍ତ କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚୋରି ଗାଡ଼ି କିମ୍ବା ଅଭିଯୁକ୍ତଙ୍କୁ ଠାବ କରିପାରିନି।
ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇଜଣ ଲୁଟେରା ବାବା ବେଶରେ ଆସି ଲୁଟ୍‌ କରୁଥିଲେ। ସେହିପରି ନିକଟରେ ଏହି ଅଞ୍ଚଳରେ ଏକାଧିକ କାର କାଚକୁ କେହି ଭାଙ୍ଗି ଦେଇଥିଲେ। ଏସବୁ ଘଟଣାକୁ ନେଇ ଅଭିଯୋଗ ସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଧରିପାରି ନ ଥିବାବେଳେ ଏବେ କାର୍‌ ମାଲିକମାନେ ଭୟ ଓ ଆଶଙ୍କା ଭିତରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri